Advertisment

୫୫୦ରୁ ଅଧିନ ରନ୍‌ କରି ବି ଲଜ୍ଜାଜନକ ଭାବେ ହାରିଲା ପାକିସ୍ତାନ

କୌଣସି ଟିମ ୫୦୦ରୁ ଅଧିକ ରନ କରିବା ପରେ ଇନିଂସ ପରାଜୟ କେବେ ବରଣ କରି ନଥିଲା। ହେଲେ ପାକିସ୍ତାନ ଏହି ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି।

Pakistan

Pakistan

Advertisment

ପୁଣି ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି ପାକିସ୍ତାନ। ପାକିସ୍ତାନକୁ ନିଜ ମାଟିରେ ଇଂଲଣ୍ଡ ଠାରୁ ଗୋଟିଏ ଇନିଂସ ଓ ୪୭ ରନ୍‌ରେ ହାରିବାକୁ ପଡ଼ିଛି। ଇଂଲଣ୍ଡ ଆଗରେ ପାକିସ୍ତାନ ଏକପ୍ରକାରର ଆତ୍ମସମର୍ପଣ କରି ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି।

Advertisment

ପାକିସ୍ତାନ ମୁଲତାନ ଟେଷ୍ଟର ପ୍ରଥମ ଇନିଂସ ୫୫୬ ରନ କରିଥିଲା। ତଥାପି ଦଳ ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଠାରୁ ଇଂନିସ ପରାଜୟବରଣ କରିଛି। ୧୪୭ ବର୍ଷର ଟେଷ୍ଟ କ୍ରିକେଟରେ ଇତିହାସରେ କେବେ ହେଲେ ଏମିତି ଘଟଣା ଦେଖିବାକୁ ମିଳି ନଥିଲା।

କୌଣସି ଟିମ ୫୦୦ରୁ ଅଧିକ ରନ କରିବା ପରେ ଇନିଂସ ପରାଜୟ କେବେ ବରଣ କରି ନଥିଲା। ହେଲେ ପାକିସ୍ତାନ ଏହି ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି।

Advertisment

ଅଧିନାୟକ ଶାନ ମସୁଦଙ୍କ ୧୫୧, ଅବଦୁଲ୍ଲା ସୈଫିକ୍ୟୁଙ୍କ ୧୦୨ ଓ ଆଘା ସଲମାନଙ୍କ ଅପରାଜିତ ୧୦୪ ରନ ବଳରେ ପାକିସ୍ତାନ ତା’ର ପ୍ରଥମ ଇନିଂସରେ ୫୫୬ ରନ କରିଥିଲା। ଦଳ ଦେଢ଼ ଦିନରୁ ଅଧିକ ସମୟ ବ୍ୟାଟିଂ ମଧ୍ୟ କରିଥିଲା। ହେଲେ ବୋଲିଂରେ ପାକିସ୍ତାନ ଆଦୌ ପ୍ରଭାବ ଦେଖାଇ ପାରି ନଥିଲା।

ହ୍ୟାରୀ ବ୍ରୁକଙ୍କ ରେକର୍ଡ ୩୧୭ ଓ ଜୋ ରୁଟଙ୍କ ୨୬୨ ରନ ବଳରେ ଇଂଲଣ୍ଡ ପ୍ରଥମ ଇନିଂସରେ ୭ ୱିକେଟ ହରାଇ ୮୨୩ ରନ କରିବା ପରେ ୪ର୍ଥ ଦିନ ଶେଷ ହେବାର କିଛି ସମୟ ପୂର୍ବରୁ ପାଳି ଘୋଷଣା କରିଥିଲା। ଏହା ଟେଷ୍ଟ କ୍ରିକେଟର ୪ର୍ଥ ସର୍ବୋଚ୍ଚ ଦଳଗତ ସ୍କୋର ହୋଇଥିବା ବେଳେ ବ୍ରୁକ ଓ ରୁଟ ୪ର୍ଥ ୱିକେଟ ପାଇଁ ୪୫୪ ରନ ଯୋଡ଼ିଥିଲେ।

ଏହାପରେ ପାକିସ୍ତାନ ତା’ର ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଆଘା ସଲମାନ ୬୩ ଓ ଆମୀର ଜମାଲ ଅପରାଜିତ ୫୫ ରନ କରିଥିଲେ ହେଁ ପାକିସ୍ତାନ ୨୨୦ ରନରେ ଅଲଆଉଟ ହୋଇଯାଇଥିଲା।

ଏଥିସହ ଦୁଇଟି ଯାକ ଇନିଂସରେ ମିଳିତ ଭାବେ ଇଂଲଣ୍ଡର ୮୨୩ ରନ ଠାରୁ ୪୭ ରନ ପଛରେ ରହି ଯାଇଥିଲା। ଇଂଲଣ୍ଡ ଗୋଟିଏ ଇନିଂସ ଓ ୪୭ ରନରେ ମ୍ୟାଚ୍‌ ଜିତି ୩ ଟିକିଆ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି।

ପାକିସ୍ତାନ ଏହାକୁ ମିଶାଇ କ୍ରମାଗତ ୬ଟି ଟେଷ୍ଟ ମ୍ୟାଚ୍‌ ହାରିଛି। ସବୁ ମ୍ୟାଚ୍‌ରେ ଶାନ ମସୁଦ କ୍ୟାପ୍ଟେନ ରହିଛନ୍ତି। ପ୍ରଥମେ ପାକିସ୍ତାନ ୦-୩ରେ ଅଷ୍ଟ୍ରେଲିଆ ଠାରୁ ହାରିଥିଲା। ଏହାପରେ ବାଂଲାଦେଶ ଠାରୁ ଘରୋଇ ପରିବେଶରେ ଅପ୍ରତ୍ୟାଶିତ ଭାବେ ୦-୨ରେ ପରାସ୍ତ ହୋଇଥିଲା। ଏବେ ଇଂଲଣ୍ଡ ଠାରୁ ପାକିସ୍ତାନ ପରାସ୍ତ ହୋଇଛି।

ପାକିସ୍ତାନ ବିଶ୍ୱର ୧ ମାତ୍ର ଟିମ ଯିଏ ୨୦୨୨ ଠାରୁ ଘରୋଇ ମାଟିରେ କୌଣସି ଟେଷ୍ଟ ମ୍ୟାଚ ଜିତି ପାରିନାହିଁ। ଦଳ ୨୦୨୨ରୁ ଇତି ମଧ୍ୟରେ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ବାଂଲାଦେଶ ଠାରୁ ଟେଷ୍ଟ ସିରିଜ ହାରିଥିଲା। ଏବେ ପୁଣି ଇଂଲଣ୍ଡ ବିପକ୍ଷ ୩ ଟିକିଆ ଟେଷ୍ଟ ସିରିଜରେ ୦-୧ରେ ପଛୁଆ ହୋଇଯାଇଛି।

ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଅକ୍ଟୋବର ୧୫ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ଭଳି ଦ୍ୱିତୀୟ ଟେଷ୍ଟ ମଧ୍ୟ ମୁଲତାନରେ ଅନୁଷ୍ଠିତ ହେବ।

Pakistan England Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe