Advertisment

ଚାମ୍ପିୟନ୍ସ ଟ୍ରଫିକୁ ନେଇ ଭାରତକୁ ବଡ଼ ଆହ୍ୱାନ ଦେଲେ ପାକିସ୍ତାନର ନୂଆ ଅଧିନାୟକ

ପାକିସ୍ତାନ ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ଯାଏ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି।

Pakistan

Pakistan

Advertisment

ଆସନ୍ତା ବର୍ଷ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ଭେନ୍ୟୁକୁ ନେଇ ଅଚଳାବସ୍ଥା ଜାରି ରହିଛି। ଏହି ପ୍ରସଙ୍ଗରେ ପାକିସ୍ତାନର ନୂଆ ଦିନିକିଆ ଓ ଟି-୨୦ ଅଧିନାୟକ ମହମ୍ମଦ ରିଜୱାନ ବଡ଼ ବୟାନ ଦେଇଛନ୍ତି।

Advertisment

ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଟିମ ପାକିସ୍ତାନ ଗସ୍ତ କରିବାର ସମ୍ଭାବନା କ୍ଷୀଣ। ବିସିସିଆଇ ନିୟମିତ ଭାବେ ବିକଳ୍ପ ସ୍ଥାନ ବାଛିବାକୁ ଚାପ ପକାଇ ଚାଲିଛି। ତେବେ ପାକିସ୍ତାନ କ୍ରିକେଟ ବୋର୍ଡ ଟୁର୍ଣ୍ଣାମେଣ୍ଟର ଭେନ୍ୟୁ ଯେମିତି ଦେଶ ବାହାରକୁ ନ ଯିବ, ସେକାମରେ ଲାଗି ପଡ଼ିଛି। ତଥାପି ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରି ନାହିଁ।

ଏସବୁ ଭିତରେ ବାବର ଆଜମଙ୍କ ସ୍ଥାନ ନେଇଥିବା ରିଜୱା ଭାରତୀୟ ଟିମକୁ ବଡ଼ ବାର୍ତ୍ତା ଦେଇଛନ୍ତି। ଚାମ୍ପିୟନ୍ସ ଟ୍ରଫି ପାଇଁ ସେ ଭାରତୀୟ ଟିମକୁ ପାକିସ୍ତାନ ଆସିବା ପାଇଁ ପରାମର୍ଶ ଦେଇଛନ୍ତି।

Advertisment

ସେ କହିଛନ୍ତି, “ଏଠାକାର ଫ୍ୟାନ୍ସ ଭାରତୀୟ କ୍ରିକେଟରଙ୍କୁ ଭଲ ପାଆନ୍ତି। ଭାରତୀୟ ଟିମ ପାକିସ୍ତାନରେ ଖେଳୁଥିବା ଦେଖି, ସେମାନେ ନିଶ୍ଚିତ ଆନନ୍ଦିତ ହେବ। ଯଦି ସେମାନେ (ଭାରତୀୟ ଟିମ) ଏଠାକୁ ଆସିବେ, ଆମେ ସେମାନଙ୍କୁ ଭବ୍ୟ ସ୍ୱାଗତ କରିବୁ।”

ପାକିସ୍ତାନ ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ଯାଏ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି। ୨୦୦୮ ଏସିଆ କପ ଠାରୁ ପାକିସ୍ତାନରେ ଭାରତୀୟ ଟିମ କୌଣସି ମ୍ୟାଚ୍ ଖେଳି ନାହିଁ। ସେହିପରି ୨୦୧୩ରୁ ପାକିସ୍ତାନ ଓ ଭାରତ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ହୋଇନାହିଁ।

ଆତଙ୍କବାଦ ପ୍ରସଙ୍ଗକୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଚାଲି ଥିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ପ୍ରକାରର ଦ୍ୱିପାକ୍ଷିକ ସିରିଜ ହେଉ ନାହିଁ। ଉଭୟ ଦେଶ କେବଳ ଆଇସିସି ଇଭେଣ୍ଟରେ ମୁହାଁମୁହିଁ ହେଉଛନ୍ତି।

୨୦୨୩ ଦିନିକିଆ ଏସିଆ କପ ମଧ୍ୟ ପାକିସ୍ତାନ ଆୟୋଜନ କରିଥିଲା। ହେଲେ ଭାରତ ହାଇବ୍ରିଡ ମଡେଲ ଅନୁସାରେ ସମସ୍ତ ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳିଥିଲା ଏବେ ମଧ୍ୟ ବିସିସିଆଇ ଚାମ୍ପିୟନ୍ସ ଟ୍ରଫିରେ ସମାନ ନୀତି ଆପଣାଇବା ଲକ୍ଷ୍ୟରେ ରହିଛି। ।

Pakistan Mohammad Rizwan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe