Advertisment

ICC ODI Ranking: ପାକିସ୍ତାନର ଶାହୀନ ଏବେ ବିଶ୍ୱର ୧ନଂ ବୋଲର

ଖରାପ ଫର୍ମ ଯୋଗୁ ଶାହୀନଙ୍କୁ ଇଂଲଣ୍ଡ ବିପକ୍ଷ ଶେଷ ଦୁଇ ଟେଷ୍ଟରୁ ବିଦା କରାଯାଇଥିଲା। ସେହିପରି ପାକିସ୍ତାନର କେନ୍ଦ୍ରୀୟ ଚୁକ୍ତିରୁ ତାଙ୍କର ନାଁ ଏ ବର୍ଗରୁ ବିକୁ ଖସାଇ ଅଣାଯାଇଥିଲା।

shaheen shah afridi

shaheen shah afridi

Advertisment

ପାକିସ୍ତାନର ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦିଙ୍କୁ ମିଳିଛି ବଡ଼ ସଫଳତା। ସେ ବନି ଯାଇଛନ୍ତି ଦିନିକିଆ କ୍ରିକେଟରେ ବିଶ୍ୱର ୧ନଂ ବୋଲର। ଆଇସିସି ପକ୍ଷରୁ ଜାରି ଦିନିକିଆ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଶାହୀନଙ୍କ ନାଁ ରହିଛି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଦମଦାର ପ୍ରଦର୍ଶନ ଯୋଗୁ ତାଙ୍କୁ ଏପରି ସଫଳତା ମିଳିଛି। ସେ ୩ଟି ମ୍ୟାଚ୍‌ରେ ୧୨.୬୨ ହାରରେ ୮ ୱିକେଟ ଦଖଲ କରିଥିଲେ।

Advertisment

ଖରାପ ଫର୍ମ ଯୋଗୁ ଶାହୀନଙ୍କୁ ଇଂଲଣ୍ଡ ବିପକ୍ଷ ଶେଷ ଦୁଇ ଟେଷ୍ଟରୁ ବିଦା କରାଯାଇଥିଲା। ସେହିପରି ପାକିସ୍ତାନର କେନ୍ଦ୍ରୀୟ ଚୁକ୍ତିରୁ ତାଙ୍କର ନାଁ ଏ ବର୍ଗରୁ ବିକୁ ଖସାଇ ଅଣାଯାଇଥିଲା। ହେଲେ ଶାହୀନ ନିଜର ପ୍ରଦର୍ଶନ ବଲରେ ଏବେ ସମସ୍ତଙ୍କୁ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଦର୍ଶନ ଯୋଗୁ ୨୪ ବର୍ଷୀୟ ଶାହୀନ ଦକ୍ଷିଣ ଆଫ୍ରିକାର କେଶବ ମହାରାଜଙ୍କୁ ପଛକୁ ଠେଲି ଦେଇଛନ୍ତି। ଏହାପୂର୍ବ ଶାହୀନ ୨୦୨୩ ବିଶ୍ୱକପ ବେଳେ ଆଇସିସି ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିଲେ। ଏବେ ସେ ପୁଣି ୧ନଂ ସ୍ଥାନକୁ ଫେରିଛନ୍ତି। କେଶବ ମହାରାଜ ୩ନଂକୁ ଖସି ଥିବା ବେଳେ ୨ନଂରେ ରଶିଦ ଖାନ ଅଛନ୍ତି।

Advertisment

ଏହା ବ୍ୟତୀତ ଆଇସିସି ଦିନିକିଆ ରାଙ୍କିଙ୍ଗରେ ଶାହୀନଙ୍କ ସାଥୀ ଖେଳାଳି ହରିଶ ରୌଫଙ୍କୁ ମଧ୍ୟ ଫାଇଦା ମିଳିଛି। ସେ ୧୪ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୧୩ତମ ସ୍ଥାନରେ ପହଞ୍ଚିଛନ୍ତି। ଏହା ଦିନିକିଆ କ୍ୟାରିୟରରେ ରୌଫଙ୍କ ସର୍ବଶ୍ରେଷ୍ଠ ସଫଳତା।

ଅର୍ଥାତ ସେ କେବେ ହେଲେ ପୂର୍ବରୁ ୧୩ତମ ସ୍ଥାନରେ ପହଞ୍ଚି ନଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ରୌଫ ୧୦ ୱିକେଟ ଦଖଲ କରିବା ସହ ମ୍ୟାନ ଅଫ ଦି ସିରିଜ ମଧ୍ୟ ପାଇଥିଲେ।

ଆଇସିସି ଦିନିକିଆ ରାଙ୍କିଙ୍ଗର ଟପ୍‌ରେ ଭାରତର କୁଲଦୀପ ଯାଦବ(୪ର୍ଥ), ଯଶପ୍ରୀତ ବୁମ୍ରା (୬ଷ୍ଠ) ଓ ମହମ୍ମଦ ସିରାଜ(୮ମ) ସ୍ଥାନରେ ଅଛନ୍ତି।

Pakistan ICC Ranking Shaheen Shah Afridi ODI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe