Advertisment

ମହିଳା ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କଲା ପାକିସ୍ତାନ: କାହିଁକି ଭାରତ ଓ ବିସିସିଆଇର ଚିନ୍ତା ବଢ଼ିଲା?

ବାଂଲାଦେଶ, ୱେଷ୍ଟଇଣ୍ଡିଜ, ଆୟର୍ଲ୍ୟାଣ୍ଡ, ଥାଇଲ୍ୟାଣ୍ଡ ଓ ପାକିସ୍ତାନକୁ ନେଇ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟା ଚାଲିଛି।

pakistan

pakistan

Advertisment

ଆଇସିସି ମହିଳା ବିଶ୍ୱକପ ୨୦୨୫ ପାଇଁ ପାକିସ୍ତାନ ଟିମ ଯୋଗ୍ୟତା ଅର୍ଜନ କରିଛି। ଲାହୋରର ଗଦାଫି ଷ୍ଟାଡିୟମରେ ପାକିସ୍ତାନ ପ୍ରତିପକ୍ଷ ଥାଇଲ୍ୟାଣ୍ଡକୁ ୬୭ ରନରେ ହରାଇ ବିଶ୍ୱକପରେ ନିଜର ସ୍ଥାନ ପକ୍କା କରିଛି। ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟର ସମସ୍ତ ୪ ମ୍ୟାଚ୍‌ ଜିତି ପାକିସ୍ତାନ ମହିଳା ଟିମ ଫାଇନାଲ ରାଉଣ୍ଡରେ ମଧ୍ୟ ପ୍ରବେଶ କରିଛି। ଫାଇନାଲ ରାଉଣ୍ଡରେ ପ୍ରବେଶ କରିଥିବାରୁ ପାକିସ୍ତାନକୁ ଭାରତରେ ହେବାକୁ ଥିବା ଦିନିକିଆ ମହିଳା ବିଶ୍ୱକପ ୨୦୨୫ ପାଇଁ ଟିକେଟ ମିଳି ଯାଇଛି।

Advertisment

ବାଂଲାଦେଶ, ୱେଷ୍ଟଇଣ୍ଡିଜ, ଆୟର୍ଲ୍ୟାଣ୍ଡ, ଥାଇଲ୍ୟାଣ୍ଡ ଓ ପାକିସ୍ତାନକୁ ନେଇ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟା ଚାଲିଛି। ଏବେ ପାକିସ୍ତାନ ପ୍ରଥମ ଦଳ ଭାବେ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଏବେ ଦ୍ୱିତୀୟ ଟିମ ଭାବେ କିଏ ଭାରତରେ ଆସନ୍ତା ସେପ୍ଟେମ୍ବର-ନଭେମ୍ବର ମଧ୍ୟରେ ହେବାକୁ ଥିବା ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରୁଛି, ତା’ ଉପରେ ନଜର ରହିଛି।

ତେବେ ପାକିସ୍ତାନ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଥିବାରୁ ବିସିସିଆଇ ଓ ଭାରତର ଚିନ୍ତା ବଢ଼ି ଯାଇଛି। ଏବେ ବୋର୍ଡକୁ ବିଶ୍ୱକପରେ ଅନେକ ଲଜିଷ୍ଟିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। ମହିଳା ବିଶ୍ୱକପର ଆୟୋଜନ ଭାରତ କରୁଛି। ବିଶ୍ୱକପ ପାଇଁ ପାକିସ୍ତାନ ଯୋଗ୍ୟତା ଅର୍ଜନ କରିଥିବାରୁ ଏବେ ବିସିସିଆଇକୁ ନିରପେକ୍ଷ ଭେନ୍ୟୁରେ ପାକିସ୍ତାନ ମହିଳା ଦଳ ପାଇଁ ମ୍ୟାଚ୍‌ ଆୟୋଜନ କରିବାକୁ ପଡ଼ିବ। ଏହା କେବଳ ଭାରତୀୟ କ୍ରିକେଟ ବୋର୍ଡ ନୁହେଁ, ବରଂ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ। କାରଣ ବିଶ୍ୱକପରେ ଭାରତ-ପାକିସ୍ତାନ ଲଢ଼େଇ ଆୟୋଜକ ଦେଶ ବାହାରେ ହେବ।

Advertisment

୨୦୨୫ ଚାମ୍ପିୟନ୍ସ ଟ୍ରଫି ବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ନିରପେକ୍ଷ ଭେନ୍ୟୁକୁ ନେଇ ଚୁକ୍ତି ହୋଇଥିଲା। ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନ ଆୟୋଜନ କରୁଥିବା ବେଳେ ଭାରତୀୟ ଟିମ ସେଠାକୁ ଯାଇ ନଥିଲା। ବିସିସିଆଇ ଟିମକୁ ପାକିସ୍ତାନ ନ ପଠାଇବାରୁ ଇସଲାମାବାଦ କ୍ଷୁବ୍ଧ ହୋଇଥିଲା। ଏହାପରେ ଆଇସିସି ଦୁଇ ଦେଶ ମଧ୍ୟରେ ଗୋଟିଏ ବୁଝାମଣା କରିଥିଲା। ବୁଝାମଣା ଅନୁଯାୟୀ, ୨୦୨୭ ଯାଏ ଅନୁଷ୍ଠିତ ହେବାକୁ ଥିବା ଆଇସିସିର ସମସ୍ତ ଇଭେଣ୍ଟରେ ଭାରତ ଓ ପାକିସ୍ତାନ ନିରପେକ୍ଷ ଭେନ୍ୟୁରେ ମ୍ୟାଚ୍‌ ଖେଳିବେ।

ଆଇସିସି ନେଇଥିବା ନିଷ୍ପତ୍ତି ୨୦୨୫ ପୁରୁଷ ଚାମ୍ପିୟନ୍ସ ଟ୍ରଫିରେ ଲାଗୁ ହୋଇଥିବା ବେଳେ ଏବେ ଆଇସିସି ମହିଳା କ୍ରିକେଟ ବିଶ୍ୱକପ ୨୦୨୫(ଆୟୋଜକ ଭାରତ) ଓ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ(ଆୟୋଜକ-ଭାରତ ଓ ଶ୍ରୀଲଙ୍କା)ରେ ଏହାକୁ କାର୍ଯ୍ୟକାରୀ କରାଯିବ। ପାକିସ୍ତାନ କ୍ରିକେଟ ବୋର୍ଡକୁ ଆଇସିସି ମହିଳା ଟି-୨୦ ବିଶ୍ୱକପ ୨୦୨୮ର ଆୟୋଜନ କରିବାର ଅଧିକାର ଦେଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ନିରେପକ୍ଷ ଭେନ୍ୟୁ ନିୟମ କାର୍ଯ୍ୟକାରୀ ହେବ।

ଭାରତୀୟ ପୁରୁଷ ଟିମ ୨୦୨୫ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବାକୁ ମନା କରିବାରୁ ଦଳ ତା’ର ସମସ୍ତ ମ୍ୟାଚ୍‌ ଦୁବାଇରେ ଖେଳିଥିଲା। ତେଣୁ ଚାମ୍ପିୟନ୍ସ ଟ୍ରଫିରେ ଭାଗ ନେଇଥିବା ଦଳଗୁଡ଼ିକ ଭାରତ ସହ ଖେଳିବା ପାଇଁ ଦୁବାଇ ଆସିଥିଲେ। ପାକିସ୍ତାନ ଆୟୋଜକ ଦେଶ ହୋଇ ମଧ୍ୟ ଭାରତ ସହ ମ୍ୟାଚ୍‌ ଦୁବାଇରେ ଖେଳିଥିଲା।

ଏବେ ମହିଳା ବିଶ୍ୱକପ ବେଳେ ସମାନ ନୀତି ଆପଣାଇବ ଆଇସିସି। ଏପରି ସ୍ଥିତିରେ ବିସିସିଆଇକୁ ନିରପେକ୍ଷ ଭେନ୍ୟୁ ପାକିସ୍ତାନ ପାଇଁ ବାଛିବାକୁ ପଡ଼ିବ। ସେହିପରି ପାକିସ୍ତାନ ମହିଳା ଟିମ ଯଦି ସେମି କିମ୍ବା ଫାଇନାଲକୁ ଯୋଗ୍ୟତା ଅର୍ଜନ କରୁଛି, ତା’ହେଲେ ଉକ୍ତ ମ୍ୟାଚ୍‌ ଗୁଡ଼ିକ ଭାରତ ବାହାରେ ଅନୁଷ୍ଠିତ ହେବ।

ପାକିସ୍ତାନ ଫାଇନାକୁ ଯୋଗ୍ୟତା ଅର୍ଜନ ନ କଲେ ମହିଳା ବିଶ୍ୱକପରର ଫାଇନାଲ ମୁଲ୍ଲାନପୁରରେ ଥିବା ମହାରାଜ ଯୁଦ୍ଧବିନ୍ଦର ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ସେହିପରି ବାକି ମ୍ୟାଚ୍‌ଗୁଡ଼ିକ ବିଶାଖାପଟନମ, ଥିରୁଅନନ୍ତପୁରମ, ରାୟପୁର ଓ ଇନ୍ଦୋରରେ ଆୟୋଜନ କରାଯିବ।

Bcci Pakistan Women Cricketers
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe