Advertisment

ଭାରତର ନା ପରେ ଆଇସିସିକୁ ସ୍ପଷ୍ଟୀକରଣ ମାଗିଲା ପାକିସ୍ତାନ

୮ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ଖେଳା ଯିବାକୁ ଥିବା ବେଳେ ଏହାର ଆୟୋଜନ ପାକିସ୍ତାନ ପାଇଛି। ଆସନ୍ତା ବର୍ଷ ଫେବୃଆରୀ ମାସରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବ। କିନ୍ତୁ ଭାରତ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନ ଯିବ ନାହିଁ ବୋଲି ଆଇସିସିକୁ ଜଣାଇ ଦେଇଛି।

India

India

Advertisment

ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଭାରତୀୟ ଟିମ ପାକିସ୍ତାନ ଯିବାକୁ ମନା କରିବା ପରେ ଟୁର୍ଣ୍ଣାମେଣ୍ଟର ଭବିଷ୍ୟତକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଭାରତର ଆଭିମୁଖ୍ୟ ସମ୍ପର୍କରେ ପାକିସ୍ତାନ କ୍ରିକେଟ ବୋର୍ଡ ବା ପିସିବି ଜାଣିବା ପରେ ଆଇସିସିକୁ ଏହା ଉପରେ ସ୍ପଷ୍ଟୀକରଣ ମାଗିଛି।

Advertisment

ଆଇସିସିକୁ ଏନେଇ ପିସିବି ଚିଠି ଲେଖିବା ସହ ଭାରତର ଆଭିମୁଖ୍ୟ ଉପରେ ବିଧିବଦ୍ଧ ଭାବେ ମତାମତ ରଖିବାକୁ କୁହାଯାଇଛି। ତେବେ ଏଥିରେ ଇଭେଣ୍ଟର ଫର୍ମାଟ କିମ୍ବା ସମ୍ଭାବ୍ୟ ହାଇବ୍ରିଡ ମଡେଲ ସମ୍ପର୍କରେ କିଛି ବି ପାକିସ୍ତାନ କହି ନାହିଁ।

ପିସିବି ସୂତ୍ରରେ କୁହାଯାଇଛି ଯେ “ଟୁର୍ଣ୍ଣାମେଣ୍ଟକୁ ନେଇ ଆମ ଆଭିମୁଖ୍ୟ ସମସ୍ତଙ୍କ ସାମ୍ନାରେ ରହିଛି। ଆଇସିସି ଚାମ୍ପିୟନ୍ସ ଟ୍ରଫିର ସବୁ ମ୍ୟାଚ୍‌ ପାକିସ୍ତାନରେ ହେବ। ଏହା ଆମେ ଆରମ୍ଭରୁ କହି ଆସିଛୁ। ଏଥିରେ କୌଣସି ନୂଆ ନାହିଁ। କୌଣସି ପ୍ରକାରର ହାଇବ୍ରିଡ ମଡେଲ ସପକ୍ଷରେ ଆମେ ନାହୁଁ।”

Advertisment

୮ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ଖେଳା ଯିବାକୁ ଥିବା ବେଳେ ଏହାର ଆୟୋଜନ ପାକିସ୍ତାନ ପାଇଛି। ଆସନ୍ତା ବର୍ଷ ଫେବୃଆରୀ ମାସରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବ। କିନ୍ତୁ ଭାରତ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନ ଯିବ ନାହିଁ ବୋଲି ଆଇସିସିକୁ ଜଣାଇ ଦେଇଛି।

ଆଇସିସି ଇ-ମେଲ ଜରିଆରେ ଭାରତର ଆଭିମୁଖ୍ୟ ସମ୍ପର୍କରେ ପିସିବିକୁ ଜଣାଇଥିଲା। ଏବେ ପିସିବି ବିଧିବଦ୍ଧ ଭାବେ ଆଇସିସି ଠାରୁ ଭାରତ କାହିଁକି ଗସ୍ତ କରିବାକୁ ଚାହୁଁ ନାହିଁ ବୋଲି ସ୍ପଷ୍ଟୀକରଣ ଦେବାକୁ କହିଛି।

ଆଇସିସି ପକ୍ଷରୁ ଭାରତ ଟୁର୍ଣ୍ଣାମେଣ୍ଟକୁ ଆସିବ ନାହିଁ ବୋଲି କୁହାଯିବା ପରେ ପିସିବିର ଅକଳ ଗୁଡ଼ୁମ ହୋଇଯାଇଛି। ଆଇସିସିର ଉକ୍ତ ଇ-ମେଲକୁ ପିସିବି ପାକିସ୍ତାନ ସରକାରଙ୍କ ପାଖକୁ ପଠାଇ ସହାୟତା ମାଗିଥିଲା। ପାକିସ୍ତାନ ସରକାର କଡ଼ା ଆଭିମୁଖ୍ୟ ଦେଖାଇ ପିସିବିକୁ ବଡ଼ ପରାମର୍ଶ ଦେଇଛନ୍ତି।

ଯଦି ଆଇସିସି ପାକିସ୍ତାନ ପାଖରୁ ହୋଷ୍ଟିଂ ଅଧିକାର ଛଡ଼ାନେବ, ତା’ହେଲେ ଦଳ ଚାମ୍ପିୟନ୍ସ ଟ୍ରଫିରୁ ଓହରି ଯାଉ। ଏଥିସହ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ବିବାଦର ସମାଧାନ ନ ହେବା ଯାଏ ପାକିସ୍ତାନ ଆଇସିସି କିମ୍ବା ଏସିଆନ କ୍ରିକେଟ କାଉନସିଲର କୌଣସି ମ୍ୟାଚ୍‌ରେ ଭାରତ ସହ ନ ଖେଳୁ ବୋଲି ନିଷ୍ପତ୍ତି ନେବାକୁ ପାକିସ୍ତାନ ସରକାର ପିସିବିକୁ କହିଛନ୍ତି।

ଚାମ୍ପିୟନ୍ସ ଟ୍ରଫି ଆୟୋଜନର ଅଧିକାର ପାଇବା ପରେ ପାକିସ୍ତାନ ପ୍ରଥମେ ନିଜ ଷ୍ଟାଡିୟମର ଉନ୍ନତିକରଣ କରିଥିଲା। ଦେଶ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିଲେ ହେଁ କରାଚି, ଲାହୋର ଓ ରାୱଲପିଣ୍ଡିରେ ଷ୍ଟାଡିୟମର ଉନ୍ନତି ପାଇଁ ବର୍ତ୍ତମାନ ସୁଦ୍ଧା ୧୭ ବିଲିୟନ ଟଙ୍କା ଖର୍ଚ୍ଚ କରି ସାରିଛି। ଏପରି ସ୍ଥିତିରେ ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ନ ହେଲେ, ଦେଶକୁ ବଡ଼ କ୍ଷତି ସହିବାକୁ ପଡ଼ିବ।

India Vs Pakistan Champions Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe