Advertisment

ପାକିସ୍ତାନକୁ ପୁଣି ଝଟକା: ଭାରତ ବିପକ୍ଷ ମ୍ୟାଚ୍‌ ପରିଚାଳନା କରିବେ ଆଣ୍ଡୀ ପାଇକ୍ରଫ୍ଟ!

ସେପ୍ଟେମ୍ବର ୧୪ ଭାରତ-ପାକିସ୍ତାନ ମ୍ୟାଚ୍‌ରେ ପାଇକ୍ରଫ୍ଟ ହିଁ ମ୍ୟାଚ୍‌ ରେଫରୀ ଥିଲେ। ହାତ ମିଳାଇବା ବିବାଦ ପରେ ପାଇକ୍ରଫ୍ଟଙ୍କୁ ବହିଷ୍କାର କରିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ ଦାବି କରିଥିଲା।

Andy Pycroft

Andy Pycroft

Advertisment

ହାତ ମିଳାଇବା ବିବାଦକୁ ନେଇ ବୟକଟର ଧମକ ଦେଇଥିବା ପାକିସ୍ତାନକୁ ଆଉ ଏକ ଝଟକା ଦେବ ଆଇସିସି। ଆସନ୍ତାକାଲି ଭାରତ ଓ ପାକିସ୍ତାନ ମ୍ୟାଚ୍‌ରେ ରେଫରୀ ଭାବେ କାର୍ଯ୍ୟ କରିପାରନ୍ତି ଆଣ୍ଡୀ ପାଇକ୍ରଫ୍ଟ। ସେପ୍ଟେମ୍ବର ୧୪ ଭାରତ-ପାକିସ୍ତାନ ମ୍ୟାଚ୍‌ରେ ପାଇକ୍ରଫ୍ଟ ହିଁ ମ୍ୟାଚ୍‌ ରେଫରୀ ଥିଲେ। ହାତ ମିଳାଇବା ବିବାଦ ପରେ ପାଇକ୍ରଫ୍ଟଙ୍କୁ ବହିଷ୍କାର କରିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ ଦାବି କରିଥିଲା।

Advertisment

ଏପରି କି ଗତ ବୁଧବାର ନିଜ ଜିଦକୁ କାର୍ଯ୍ୟକାରୀ କରିବା ପାଇଁ ୟୁଏଇ ବିପକ୍ଷ ମ୍ୟାଚ୍‌କୁ ବୟକଟ କରିବାର ଧମକ ଦେଇଥିଲା ପାକିସ୍ତାନ। ଏଥିଯୋଗୁ ମ୍ୟାଚ ପ୍ରାୟ ୧ ଘଣ୍ଟା ପରେ ଆରମ୍ଭ ହୋଇଥିଲା। କିନ୍ତୁ ପାଇକ୍ରଫ୍ଟ ହିଁ ମ୍ୟାଚ୍‌ ରେଫରୀ ରହିଥିଲେ। ଏହାପରେ କୁହାଯାଇଥିଲା ଯେ ପାଇକ୍ରଫ୍ଟ ପାକିସ୍ତାନ ମ୍ୟାନେଜମେଣ୍ଟକୁ କ୍ଷମା ମାଗିଛନ୍ତି ଓ ସେ ଆଉ ପାକିସ୍ତାନ ମ୍ୟାଚ୍‌କୁ ପରିଚାଳନା କରିବେ ନାହିଁ।

ହେଲେ ଏସବୁ ପାକିସ୍ତାନର ଅପପ୍ରଚାର ଥିଲା। କାରଣ ଏସିଆ କପର ସୁପର ୪ରେ ଆସନ୍ତାକାଲି ଭାରତ ଓ ପାକିସ୍ତାନ ପୁଣି ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ମ୍ୟାଚ୍‌ରେ ମଧ୍ୟ ପାଇକ୍ରଫ୍ଟ ମ୍ୟାଚ୍‌ ରେଫରୀ ଦାୟିତ୍ୱରେ ରହିବେ। ପାକିସ୍ତାନ ତାଙ୍କୁ ବିରୋଧ କରୁଥିଲେ ହେଁ ତା’ କଥାକୁ ଆଇସିସି ଆଦୌ କର୍ଣ୍ଣପାତ କରିନାହିଁ କିମ୍ବା ଗୁରୁତ୍ୱ ଦେଇ ନାହିଁ।

Advertisment

ଆସନ୍ତାକାଲି ପାଇକ୍ରଫ୍ଟ ହିଁ ମ୍ୟାଚ ରେଫରୀ ରହିବେ ବୋଲି ଆଇସିସି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଯଦିଓ ରବିବାର ମ୍ୟାଚ୍‌କୁ କେଉଁମାନେ ପରିଚାଳନା କରିବେ, ତା’ର ବିଧିବଦ୍ଧ ତାଲିକା ଏଯାଏ ପ୍ରକାଶ ପାଇନାହିଁ, କିନ୍ତୁ ବିଶେଷ ସୂତ୍ରରୁ ଏପରି ଖବର ମିଳିଛି। ଏସିଆ କପର ଅନ୍ୟତମ ମ୍ୟାଚ୍‌ ରେଫରୀ ହେଉଛନ୍ତି ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ରିଚି ରିଚାର୍ଡସନ।

ବୁଧବାର ମ୍ୟାଚ୍‌ରେ ରିଚାର୍ଡସନ ରେଫରୀ ହୁଅନ୍ତୁ ବୋଲି ପାକିସ୍ତାନ ଦାବି କରୁଥିଲା। ହେଲେ ଆଇସିସି ପାକିସ୍ତାନର କୌଣସି ଦାବିକୁ ଶୁଣି ନଥିଲା। ଆଇସିସିରେ ନିରାଶ ହେବା ପରେ ବୁଧବାର ଦଳ ୟୁଏଇ ବିପକ୍ଷରେ ମ୍ୟାଚ୍‌ ଖେଳିବା ସହ ବିଜୟୀ ହୋଇଥିଲା। ଏବେ ଆଇସିସି ପୁଣି ପାକିସ୍ତାନକୁ ମ୍ୟାଚ୍‌ ରେଫରୀ ଝଟକା ଦେବାକୁ ଯୋଜନା କରିଛି। 

Cricket Pakistan andy-pycroft Asia Cup Cricket Indian Cricket Team
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe