Pakistan
ଜିମ୍ବାୱେ ମାଟିରେ ମାଟି କାମୁଡ଼ିଛି ପାକିସ୍ତାନ। ପ୍ରଥମ ଦିନିକିଆରେ ଜିମ୍ବାୱେ ୮୦ ରନ(ଡିଏଲଏସ) ମେଥଡରେ ପାକିସ୍ତାନକୁ ହରାଇ ଦେଇଛି। ଏଥିସହ ୩ଟିକିଆ ଦିନିକିଆ ସିରିଜରେ ଘରୋଇ ଦଳ ୧-୦ରେ ଆଗୁଆ ହୋଇଯାଇଛି।
୨୦୧୫ ପରେ ଜିମ୍ବାୱେ ନିଜ ମାଟିରେ ପ୍ରଥମଥର ପାଇଁ ପାକିସ୍ତାନକୁ ହରାଇବାକୁ ସକ୍ଷମ ହୋଇଛି। ଏହାପୂର୍ବରୁ ୨୦୨୦ରେ ଜିମ୍ବାୱେ ସୁପର ଓଭରରେ ପାକିସ୍ତାନକୁ ରାୱଲପିଣ୍ଡିରେ ହରାଇଥିଲା। ସେହିପରି ଦୁଇ ଦେଶ ୬୩ ଥର ମୁହାଁମୁହିଁ ହୋଇଥିବା ବେଳେ ୬ଷ୍ଠ ଥର ପାଇଁ ଜିମ୍ବାୱେ କୌଣସି ମ୍ୟାଚ୍ରେ ପାକିସ୍ତାନକୁ ହରାଇ ଦେଇଛି। ୨୦୨୨ ଟି-୨୦ ବିଶ୍ୱକପ ମ୍ୟାଚ୍ରେ ମଧ୍ୟ ପାକିସ୍ତାନକୁ ଜିମ୍ବାୱେ ଠାରୁ ହାରିବାକୁ ପଡ଼ିଥିଲା।
ପ୍ରଥମେ ବ୍ୟାଟିଂ କରୁଥିବା ଜିମ୍ବାୱେ ୪୦.୨ ଓଭରରେ ସମସ୍ତ ୱିକେଟ ହରାଇ ୨୦୫ ରନ କରିଥିଲା। ଦଳ ପକ୍ଷରୁ ସିକନ୍ଦର ରାଜା ୩୯ ରନ କରିଥିଲେ। ସେହିପରି ନଗରାଭାଙ୍କ ବ୍ୟାଟରୁ ୪୮ ରନ ବାହାରିଥିଲା।
୨୦୬ ରନର ପିଛାର କରୁଥିବା ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୨୧ ଓଭର ବେଳକୁ ପାକିସ୍ତାନ ୬ ୱିକେଟ ହରାଇ କେବଳ ୬୦ ରନ କରିଥିଲା। ଏହି ସମୟରେ କ୍ରିଜରେ ଅଧିନାୟକ ମହମ୍ମଦ ରିଜୱାନ ଓ ଆମୀର ଜମାଲ ରହିଥିଲେ। କିନ୍ତୁ ବର୍ଷା ହେବାରୁ ମ୍ୟାଚ୍ ସମ୍ଭବ ହୋଇପାରି ନଥିଲା। ଶେଷରେ ଡିଏଲଏସ ମେଥଡ ଜରିଆରେ ଜିମ୍ବାୱେ ୮୦ ରନରେ ମ୍ୟାଚ୍କୁ କବଜା କରିଥିଲା।
ବ୍ୟାଟିଂରେ ୩୯ ରନ କରିଥିବା ସିକନ୍ଦର ବୋଲିଂରେ ମଧ୍ୟ ୨ଟି ୱିକେଟ ନେଇଛନ୍ତି। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Pakistan_1732466633.jpg)