Advertisment

ଲଗାତର ୪ ମ୍ୟାଚ୍‌ ହାରିବା ପରେ ଶେଷରେ ବାଂଲାଦେଶ ଠାରୁ ଜିତିଲା ପାକିସ୍ତାନ

ଚଳିତ ବିଶ୍ୱକପରେ ଏହା ପାକିସ୍ତାନର ତୃତୀୟ ବିଜୟ। ଦଳ ଏହାପୂର୍ବରୁ କ୍ରମାଗତ ୪ଟି ମ୍ୟାଚ ହାରିଥିଲା।

Pak

Pak

Advertisment

ବିଶ୍ୱକପ ସେମି ଫାଇନାଲ ଦୌଡ଼ରୁ ଏକପ୍ରକାରର ବାଦ ପଡ଼ିଥିବା ପାକିସ୍ତାନ ଆଜି ବାଂଲାଦେଶକୁ ହରାଇବାକୁ ସକ୍ଷମ ହୋଇଛି। କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ପାକିସ୍ତାନ ୭ ୱିକେଟରେ ବାଜିମାତ କରିଛି। ଚଳିତ ବିଶ୍ୱକପରେ ଆଜି ପ୍ରଥମ ମ୍ୟାଚ୍‌ ଖେଳୁଥିବା ଫଖର ଜମାନ ଦମଦାର ୮୧ ରନର ଇନିଂସ ଖେଳିଛନ୍ତି। ସେହିପରି ଅବଦୁଲ୍ଲା ଶଫିକ ୬୮ ରନ କରିଛନ୍ତି। ୮୧ ରନର ଇନିଂସ ଖେଳିଥିବା ଜମାନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି। 

Advertisment

ଚଳିତ ବିଶ୍ୱକପରେ ଏହା ପାକିସ୍ତାନର ତୃତୀୟ ବିଜୟ। ଦଳ ଏହାପୂର୍ବରୁ କ୍ରମାଗତ ୪ଟି ମ୍ୟାଚ ହାରିଥିଲା। ଆଜିର ବିଜୟ ପରେ ପାକିସ୍ତାନ ପଏଣ୍ଟ ଟେବୁଲର ୫ମ ସ୍ଥାନକୁ ଉଠିଛି। ସେହିପରି ବାଂଲାଦେଶ ୭ଟି ମ୍ୟାଚ୍‌ରୁ ୬ଷ୍ଠ ପରାଜୟ ସହ ବିଶ୍ୱକପ ସେମି ଫାଇନାଲରୁ ବିଧିବଦ୍ଧ ଭାବେ ବାଦ ପଡ଼ିଛି।

ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୪୫.୧ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୦୪ ରନ କରିଥିଲା। ଏହାର ଜବାବରେ ପାକିସ୍ତାନ ୩ ୱିକେଟ ହରାଇ ୧୦୫ ବଲ ପୂର୍ବରୁ ଟାର୍ଗେଟକୁ ହାସଲ କରି ନେଇଛି।

Advertisment

୨୦୫ ରନର ଟାର୍ଗେଟ ପାଇଥିବା ପାକିସ୍ତାନ ପାଇଁ ଫଖର ଜମାନ ଓ ଅବଦୁଲ୍ଲା ଶଫିକ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ବାଂଲାଦେଶ ବୋଲରଙ୍କୁ କାଉଣ୍ଟର କରିବା ସହ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ପ୍ରଥମେ ଜମାନ ବଡ଼ବଡ଼ ଶଟ ଖେଳିଥିଲେ। ଏହାପରେ ତାଙ୍କ ସାଥ ଦେଇଥିଲେ ଅବଦୁଲ୍ଲା। ଏଥିସହ ଉଭୟ ନିଜ ନିଜର ଅର୍ଦ୍ଧଶତକ ଶତକ ମଧ୍ୟ ହାସଲ କରିଥିଲେ।

ପ୍ରଥମ ୱିକେଟ ପାଇଁ ଉଭୟ ୧୨୮ ରନ ଯୋଡ଼ି ପାକିସ୍ତାନର ବିଜୟକୁ ଏକପ୍ରକାରର ପକ୍କା କରିଦେଇଥିଲେ। ଦଳୀୟ ସ୍କୋର ୧୨୮ ଥିବା ବେଳେ ଅବଦୁଲ୍ଲା ଶଫିକ ବ୍ୟକ୍ତିଗତ ୬୮ ରନ କରି ମେହିଦୀ ହାସନ ମିରାଜଙ୍କ ବଲରେ ଆଉଟ ହୋଇଯାଇଥିଲେ।

ଦ୍ୱିତୀୟ ୱିକେଟ ପାଇଁ ଜମାନ ଓ ବାବର ଆଜମ ଆଉଟ ୨୮ ରନ ଯୋଡ଼ିଥିଲେ। ଏହା ମଧ୍ୟରୁ ବାବର କେବଳ ୯ ରନ କରିଥିଲେ। ଦଳୀୟ ସ୍କୋର ୧୬୦ ରନ ଥିବା ବେଳେ ବାବର ୯ ରନ କରି ମିରାଜଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଆଉ ୯ ରନ ପରେ ଫଖର ଜମାନ( ୮୧ ରନ) ମିରାଜଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଜମାନ ଆଜି ୭୪ ବଲରେ ୮୧ ରନର ଇନିଂସ ଖେଳିଛନ୍ତି। ଏହା ମଧ୍ୟରେ ୭ଟି ଛକା ଓ ୩ଟି ଚୌକା ରହିଛି। 

ପାକିସ୍ତାନକୁ ଜିତିବା ପାଇଁ ଆଉ ୩୬ ରନ ଦରକାର ଥିବା ବେଳେ ମହମ୍ମଦ ରିଜୱାନ ଓ ଇଫତକାର ଅହମଦ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦମଦାର ବ୍ୟାଟିଂ କରିବା ସହ ପାକିସ୍ତାନକୁ କୌଣସି କ୍ଷତି ସହିବାକୁ ଦେଇଥିଲେ। ଏଥିସହ ୧୦୫ ବଲ ପୂର୍ବରୁ ପାକିସ୍ତାନ ପାଇଁ ବିଜୟ ମୁଣ୍ଡି ମାରିଥିଲେ। ରିଜୱାନ ୨୧ ବଲରେ ୨୬ ଓ ଇଫତକାର ୧୫ ବଲରେ ୧୭ ରନ କରି ଶେଷ ଯାଏ ଅପରାଜିତ ରହିଥିଲେ।

ବାଂଲାଦେଶ ପକ୍ଷରୁ ମିରାଜ ଏକମାତ୍ର ବୋଲର ୩ ୱିକେଟ ଦଖଲ କରିଛନ୍ତି।

ICC ICC Men’s Cricket World Cup 2023 ICC World Cup 2023 ICC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe