/odisha-reporter/media/media_files/2025/10/06/pak1-2025-10-06-19-45-12.jpg)
ଆଉଟ ହେବା ପରେ ସିଦରା ଅମୀନ
ପାକିସ୍ତାନ ମହିଳା କ୍ରିକେଟ ଟିମର ଷ୍ଟାର ବ୍ୟାଟର ସିଦରା ଅମୀନ ଦଣ୍ଡିତ। ଭାରତ ବିପକ୍ଷରେ ସଂଘର୍ଷପୂର୍ଣ୍ଣ ୮୧ ରନ କରି ଥିବା ଅମୀନଙ୍କୁ ଦଣ୍ଡିତ କରିଛି ଆଇସିସି। ସେ ଭାରତ ବିପକ୍ଷ ମ୍ୟାଚ୍ରେ ଆଇସିସିର ଆଚରଣ ବିଧିର ଲେଭଲ ୧ ଅପରାଧ କରିଛନ୍ତି। ଏଥିପାଇଁ ତାଙ୍କୁ ଗୋଟିଏ ଡିମେରିଟ ପଏଣ୍ଟ ମିଳିଛି।
ଭାରତ(Indian Women Cricket Team) ବିପକ୍ଷ ବିଶ୍ୱକପ ମ୍ୟାଚ୍ରେ ପାକିସ୍ତାନ ୨୪୮ ରନର ଟାର୍ଗେଟକୁ ପିଛା କରୁଥିଲା। ଏହି ସମୟରେ ଅମୀନ ଏକାକୀ ୮୧ ରନର ଇନିଂସ ଖେଳିଥିଲେ। ହେଲେ ପାକିସ୍ତାନ ୧୫୯ ରନରେ ଅଲଆଉଟ ହୋଇଯାଇଥିଲା।
ଭାରତୀୟ ମହିଳା ଟିମ(Women Cricket) ବିଶ୍ୱକପର ଏହି ଲଢ଼େଇକୁ ୮୮ ରନରେ ଜିତି ନେଇଥିଲା। କଲମ୍ବୋରେ ଖେଳା ଯାଉଥିବା ଏହି ମ୍ୟାଚ୍ ପରେ ଅମୀନ ଦଣ୍ଡିତ ହୋଇଛନ୍ତି। ଆଇସିସି ପକ୍ଷରୁ କୁହାଯାଇଛି ଯେ ସିଦରା ଆଇସିସି ଆଚରଣ ବିଧିର ଧାରା ୨.୨କୁ ଉଲ୍ଲଙ୍ଘନ କରିଛନ୍ତି।
ପୂରା ଘଟଣା ପାକିସ୍ତାନ(World Cup) ଚେଜର ୪୦ତମ ଓଭରରେ ଘଟିଥିଲା। ଅମୀନ ୮୧ ରନ କରି ସ୍ନେହ ରାଣାଙ୍କ ବଲରେ ଆଉଟ ହୋଇଥିଲେ। ଆଉଟ ହେବା ପରେ ବଳପୂର୍ବକ ରାଗି ଯାଇ ସେ ନିଜ ବ୍ୟାଟ୍କୁ ପିଚ୍ରେ ପିଟି ଦେଇଥିଲେ। ଏପରି ଆଚରଣ ଆଇସିସିର ଆଚରଣ ବିଧି ଲେଭଲ ୧ ଅପରାଧ ବର୍ଗରେ ଆସୁଛି। ଏଥିପାଇଁ ତାଙ୍କୁ ଶୃଙ୍ଖଳାଗତ ରେକର୍ଡରେ ଗୋଟିଏ ଡିମେରିଟ ପଏଣ୍ଟ ଯୋଡ଼ା ଯାଇଛି। ଏହା ୨୪ ମାସ ମଧ୍ୟରେ ତାଙ୍କର ପ୍ରଥମ ଅପରାଧ।
ଆଇସିସି ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ସିଦରା ଗ୍ରହଣ କରି ନେଇଛନ୍ତି। ଏମିରେଟ୍ସ ଆଇସିସିର ପ୍ୟାନେଲ ମ୍ୟାଚ୍ ରେଫରୀ ଶାଣ୍ଡ୍ରେ ଫ୍ରିଟଜଙ୍କ ପକ୍ଷରୁ ଅମୀନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। କାର୍ଯ୍ୟାନୁଷ୍ଠାନକୁ ଗ୍ରହଣ କରି ନେଇଥିବାରୁ ଏହାର ବିଧିବଦ୍ଧ ଶୁଣାଣି ମଧ୍ୟ ହେବନାହିଁ।
ପ୍ରଥମେ ଅମୀନଙ୍କ ବିରୋଧରେ ଦୁଇ ଫିଲ୍ଡ ଅମ୍ପାୟାର ଲାଉରେନ ଆଙ୍ଗେନବାଗ ଓ ନିମାଲି ପେରେରା, ତୃତୀୟ ଅମ୍ପାୟାର କେରିନ କ୍ଲାଷ୍ଟେ ଏବଂ ୪ର୍ଥ ଅମ୍ପାୟାର କିମ କଟ୍ଟନ ପ୍ରଥମେ ଅଭିଯୋଗ କରିଥିଲେ। ଏହାପରେ ଅମୀନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
