ଚାମ୍ପିୟନ୍ସ ଟ୍ରଫି ବିପର୍ଯ୍ୟୟ ପରେ ଆର୍ଥିକ ସଙ୍କଟରେ ପାକିସ୍ତାନ

ଦୀର୍ଘ ୨୯ ବର୍ଷ ପରେ ପାକିସ୍ତାନ ୨୦୨୫ରେ କୌଣସି ବଡ଼ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିଲ। ପାକିସ୍ତାନ ତା’ ହୋମଗ୍ରାଉଣ୍ଡରେ ଭଲ ପ୍ରଦର୍ଶନ କରି ବିଶ୍ୱର କ୍ରିକେଟ ପ୍ରେମୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିପାରିବ ବୋଲି କୁହାଯାଉଥିଲା।

Pakistan

ପାକିସ୍ତାନ ଟିମ

Hemant Lenka
  • Published: Tuesday, 25 February 2025
  • Updated: 25 February 2025, 04:03 PM IST

Sports

Latest News

ପାକିସ୍ତାନ କ୍ରିକେଟକୁ ଲାଗିଛି ବଡ଼ ଝଟକା। ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରୁଥିବା ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଛି। ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିବା ପରେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବା ଏକ ପ୍ରକାରର ନିଶ୍ଚିତ ହୋଇ ଯାଇଥିଲା। ତଥାପି ସୋମବାର ଖେଳା ଯାଇଥିବା ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶର ମ୍ୟାଚ୍‌ ପାକିସ୍ତାନ ବିଦାୟକୁ ନିଶ୍ଚିତ କରିଛି। ନ୍ୟୁଜିଲ୍ୟାଣ୍ଡ ୫ ୱିକେଟରେ ବାଂଲାଦେଶକୁ ହରାଇ ଦେବାରୁ ପାକିସ୍ତାନର ଚାମ୍ପିୟନ୍ସ ଟ୍ରଫି ସ୍ୱପ୍ନ ଚୁରମାର ହୋଇଯାଇଛି। ଗ୍ରୁପ ଏରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଚାମ୍ପିୟନ୍ସ ଟ୍ରଫି ସେମି ଫାଇନାଲରେ ପ୍ରବେଶ କରିଛନ୍ତି।

ଦୀର୍ଘ ୨୯ ବର୍ଷ ପରେ ପାକିସ୍ତାନ ୨୦୨୫ରେ କୌଣସି ବଡ଼ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିଲ। ପାକିସ୍ତାନ ତା’ ହୋମଗ୍ରାଉଣ୍ଡରେ ଭଲ ପ୍ରଦର୍ଶନ କରି ବିଶ୍ୱର କ୍ରିକେଟ ପ୍ରେମୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିପାରିବ ବୋଲି କୁହାଯାଉଥିଲା। କିନ୍ତୁ ୨୦୧୭ର ଡିଫେଣ୍ଡିଂ ଚାମ୍ପିୟନ ପାକିସ୍ତାନ ସମସ୍ତଙ୍କୁ ନିରାଶ କରିଛି। ଆୟୋଜକ ଦେଶ ହୋଇଥିଲେ ହେଁ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ରାଉଣ୍ତରୁ ବିଦାୟ ନେଇଛି।

ଚାମ୍ପିୟନ୍ସ ଟ୍ରଫିରେ ନୈରାଶଜନକ ପ୍ରଦର୍ଶନ ପାକିସ୍ତାନ କ୍ରିକେଟକୁ ଆର୍ଥିକ ସଙ୍କଟ ମଧ୍ୟକୁ ଠେଲି ଦେଇଛି। ପାକିସ୍ତାନ କ୍ରମାଗତ ନୈରାଶ୍ୟଜନକ ପ୍ରଦର୍ଶନ କରୁଥିବାରୁ ଜାତୀୟ ଦଳ ପାଇଁ ପ୍ରୟୋଜକ ମିଳିବା ମଧ୍ୟ ବୋର୍ଡ ପାଇଁ କାଠିକର ପାଠ ହୋଇପଡ଼ିଛି। ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଟିମର ପ୍ରାୟୋଜକ ସାଜିଥିବା ସଂସ୍ଥାଗୁଡ଼ିକ ପ୍ରବଳ ଅର୍ଥ ଖର୍ଚ୍ଚ କରିଥିଲେ। ପାକିସ୍ତାନ ନିଜ ହୋମଗ୍ରାଉଣ୍ଡରେ ଖେଳୁଥିବାରୁ ପ୍ରବଳ ଲୋକ ଦଳକୁ ଦେଖିବାକୁ ଆସିବେ। ଫଳରେ ସେମାନଙ୍କ ବ୍ରାଣ୍ଡର ପ୍ରମୋସନ ହେବ। କିନ୍ତୁ ପାକିସ୍ତାନ ଟିମ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେବା ସମସ୍ତଙ୍କୁ ନିରାଶ କରିଛି। ପ୍ରୟୋଜକମାନେ ମଧ୍ୟ ପାକିସ୍ତାନ କ୍ରିକେଟ ବୋର୍ଡ ଉପରେ ଖପ୍ପା ହୋଇଛନ୍ତି।

Also Read

ପାକିସ୍ତାନ ଚୀର ପ୍ରତିଦ୍ୱନ୍ଦ୍ୱୀ ଭାରତ ଠାରୁ ଦୁବାଇରେ ୬ ୱିକେଟରେ ହାରିବାରୁ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। କିନ୍ତୁ ଏହାର ଦିନକ ପୂର୍ବରୁ ପାକିସ୍ତାନ କ୍ରିକେଟକୁ ଉତ୍ସାହିତ କରିବା ଭଳି ଦୃଶ୍ୟ ସାମ୍ନାକୁ ଆସିଥିଲା। ଗଦାଫି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମୁହାଁମୁହିଁ ହୋଇଥିଲେ। ଏହାକୁ ଦେଖିବା ପାଇଁ ପ୍ରବଳ ଭିଡ଼ ହୋଇଥିଲା। ଦର୍ଶକଙ୍କ ଭିଡ଼ ଦେଖି ପାକିସ୍ତାନ କ୍ରିକେଟ ବୋର୍ଡ ଉତ୍ସାହିତ ହୋଇ ପଡ଼ିଥିଲା।

ଜଣେ ଅଧିକାରୀ କହିଥିଲେ, “ପାକିସ୍ତାନ ଖେଳୁ ନଥିଲେ ହେଁ ଲୋକମାନେ ଏତେ ସଂଖ୍ୟାରେ ମ୍ୟାଚକୁ ଉପଭୋଗ କରିବା ଗୋଟିଏ ଚମତ୍କାର ଖବର। ପାକିସ୍ତାନ ଯେତେବେଳେ ଏଠାରେ ଖେଳିବ ସେତେବେଳେ ଭିଡ଼ ଆହୁରି ଦୁଇ ଗୁଣ ହେବ।” କିନ୍ତୁ ପାକିସ୍ତାନ ପ୍ରଥମ ରାଉଣ୍ଡରୁ ବିଦାୟ ନେବା ବୋର୍ଡର ଆର୍ଥିକ ଯୋଜନାକୁ ମଧ୍ୟ ଝଟକା ଦେଇଛି।

ପାକିସ୍ତାନ ପ୍ରଥମ ରାଉଣ୍ଡରୁ ବିଦାୟ ନେବା ପରେ ଅଧିକାରୀ ଜଣଙ୍କ କହିଛନ୍ତି ଯେ ଏବେ ପାକିସ୍ତାନରେ ହେବାକୁ ଥିବା ମ୍ୟାଚ୍‌ଗୁଡ଼ିକ ପ୍ରତି ଲୋକଙ୍କୁ ଆକର୍ଷିତ କରିବା କାଠିକର ପାଠ। କାରଣ ପାକିସ୍ତାନ ବିଦାୟ ନେଇଥିବାରୁ ଲୋକମାନେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ପାକିସ୍ତାନ ୨୯ ବର୍ଷ ପରେ ଆଇସିସି ଇଭେଣ୍ଟ ଆୟୋଜନ କରୁଥିବା ବେଳେ ଲୋକମାନେ ବେଶ ଉତ୍ସାହିତ ଥିଲେ। କିନ୍ତୁ ପାକିସ୍ତାନ କ୍ରିକେଟ ଟିମ ସମସ୍ତଙ୍କୁ ନିରାଶ କରିଛି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

୧୯୯୬ରେ ପାକିସ୍ତାନ ଶେଷ ଥର ପାଇଁ ଆଇସିସି ଦିନିକିଆ ବିଶ୍ୱକପ ଆୟୋଜନ କରିଥିଲା। ଏହାପରେ ୨୦୨୫ରେ ଦେଶକୁ ୮ ଟିମ ବିଶିଷ୍ଟ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବାର ଅଧିକାର ମିଳିଛି। ସମସ୍ତେ ଆଶା କରୁଥିଲେ ଯେ ପାକିସ୍ତାନ ଅତିକମରେ ସେମି ଫାଇନାଲକୁ ଯିବ। ହେଲେ ସୋମବାର ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛି।

ପିସିବିର ବ୍ୟବସାୟିକ ୱିଙ୍ଗ ସୂତ୍ରରେ କୁହାଯାଇଛି ଯେ ପାକିସ୍ତାନ ଟିମ ସେମି ଫାଇନାଲରେ ନ ଆସିଲେ ପିସିବି ଆର୍ଥିକ ସ୍ତରରେ ସେତେଟା ବିପର୍ଯ୍ୟୟର ସମ୍ମୁଖୀନ ହେବ ନାହିଁ। କେବଳ ଗେଟ ରିସିପିଟ ଓ ପଡ଼ିଆରୁ ମିଳିବାକୁ ଥିବା ରାଜସ୍ୱ ପ୍ରଭାବିତ ହେବ। କିନ୍ତୁ ପାକିସ୍ତାନ ଟିମର ନୈରାଶ୍ୟଜନକ ପ୍ରଦର୍ଶନ ଏହାର ବ୍ରାଣ୍ଡମୂଲ୍ୟକୁ ପ୍ରଭାବିତ କରିବ ବୋଲି ଏହି ସୂତ୍ରରେ କୁହାଯାଇଛି।

ପିସିବିର ଜଣେ ଅଧିକାରୀ କହିଛନ୍ତି, “ଆମକୁ ହୋଷ୍ଟିଂ ଫି’ ମିଳିବ। ଟିକେଟ ବିକ୍ରିରୁ ଆଇସିସି ଆମକୁ ଆମର ଶେୟାର ଦେବ। କିନ୍ତୁ ଏହାବାଦ ଅନ୍ୟ ପ୍ରସଙ୍ଗ ବି ରହିଛି। ଲୋକମାନେ ମେଗା ଇଭଣ୍ଟେକୁ ଆଉ ସେତେଟା ଗୁରୁତ୍ୱ ଦେବେ ନାହିଁ। ଷ୍ଟାଡିୟମ ପୂରଣ ହେବ ନାହିଁ। ମ୍ୟାଚର ଗୁରୁତ୍ୱ ପାକିସ୍ତାନରେ ହ୍ରାସ ପାଇବ। ଲୋକମାନେ ଏଠାରେ କ୍ରିକେଟ ପାଇଁ ପାଗଳ। କିନ୍ତୁ ପାକିସ୍ତାନ ଟିମର ନୈରାଶ୍ୟଜନକ ପ୍ରଦର୍ଶନ ଭବିଷ୍ୟତରେ ଏହାର ବ୍ରାଣ୍ଡ ମୂଲ୍ୟକୁ ପ୍ରଭାବିତ କରିବ। ପାକିସ୍ତାନ କ୍ରିକେଟ ପାଇଁ ପ୍ରାୟୋଜକ ମିଳିବା ମଧ୍ୟ କଷ୍ଟକର।”

ଭାରତ ଠାରୁ ହାରିବା ପରେ କ୍ଷୁବ୍ଧ ଫ୍ୟାନ୍ସ ଓ ସମାଲୋଚକମାନେ ପିସିବି ଅଧ୍ୟକ୍ଷ ମୋହସିନ ନକବୀଙ୍କୁ ମଧ୍ୟ ଛାଡ଼ି ନାହାନ୍ତି। ସେ ହିଁ ଚୟନକର୍ତ୍ତା ଓ ଅଧିନାୟକଙ୍କୁ ବାଛିଛନ୍ତି ବୋଲି ଗୋଟିଏ ଧାରଣା ସୃଷ୍ଟି ହୋଇଛି। ଏଥିପାଇଁ ପରାଜୟ ପାଇଁ ତାଙ୍କୁ ମଧ୍ୟ ଫ୍ୟାନ୍ସ ଦାୟୀ କରୁଛନ୍ତି।

ଜଣେ ଅଧିକାରୀ କହିଛନ୍ତି, “ନକବୀ କେବଳ କରାଚି, ଲାହୋର ଓ ରାୱଲପିଣ୍ଡିରେ ଷ୍ଟାଡିୟମର ଉନ୍ନତି କରିବାରେ ଲାଗିଥିଲେ। ସେ ଟିମକୁ ଗୁରୁତ୍ୱ ଦେଇ ନଥିଲେ। ଫାଇନାଲକୁ କେମିତି ଟିମ ଯିବ, ତା’କୁ ସେ ଆଦୌ ଗୁରୁତ୍ୱ ଦେଇ ନଥିଲେ। ଏବେ ଏହାର ପରିଣାମ ଭୋଗିବାକୁ ପଡ଼ୁଛି। ଫ୍ୟାନ୍ସ ଖେଳାଳିଙ୍କ ପ୍ରଦର୍ଶନକୁ ମଧ୍ୟ ଦେଖନ୍ତି।”

ମାର୍କେଟିଂ ବିଜ୍ଞାପନ ସହ ଜଡ଼ିତ ତାହିର ରେଜା କହିଛନ୍ତି ଯେ ଷ୍ଟାଡିୟମ ପାଇଁ ୧.୮ ବିଲିୟନ ଟଙ୍କା ଖର୍ଚ୍ଚ କରାଯାଇଛି। ଏହା ପାକିସ୍ତାନ କ୍ରିକେଟକୁ ନିଶ୍ଚିତ ଭାବେ ସହାୟତା କରିବ। କିନ୍ତୁ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଲା ଫ୍ୟାନ୍ସଙ୍କୁ ନିଜ ଦଳ ସହ ଯୋଡ଼ି ରଖିବା। ପାକିସ୍ତାନରେ କ୍ରିକେଟ ବିକ୍ରି ହେଉଥିବା କହିବା ବେଶ ସହଜ। କିନ୍ତୁ ଫ୍ୟାନ୍ସ, ପ୍ରୟୋଜକ, ବିଜ୍ଞାପନଦାତା, ପ୍ରସାରଣକାରୀ ସଂସ୍ଥା ଟିମର ପ୍ରଦର୍ଶନ ସହ ମଧ୍ୟ ଜଡ଼ିତ। ଖେଳାଳିଙ୍କ ପ୍ରଦର୍ଶନ ଦଳ ପ୍ରତି ଆଗ୍ରହ ସୃଷ୍ଟି କରିଥାଏ।

ଗୁରୁତ୍ୱପୂର୍ଣ୍ଣ ଚାମ୍ପିୟନ୍ସ ଟ୍ରଫି ଭଳି ମେଗା ଇଭେଣ୍ଟରେ ଯଦି ଯଦି ଟିମ ପ୍ରଦର୍ଶନ କରିବ ନାହିଁ, ତେବେ ପ୍ରାୟୋଜକ ସଂସ୍ଥା ଲୋକଙ୍କ ଆଗ୍ରହ ଥିବା ସଂଗୀତ, ଏଣ୍ଟରଟେନମେଣ୍ଟ ଓ ଅନ୍ୟ କ୍ରୀଡ଼ାରେ ନିବେଶ କରିବାକୁ ଆଦୌ ପଛାଇବେ ନାହିଁ। ଆଗକୁ ପାକିସ୍ତାନ ସୁପର ଲିଗ ଆସୁଛି। ଏହି ସମୟରେ ଚାମ୍ପିୟନ୍ସ ଟ୍ରଫିର ନୈରାଶ୍ୟଜନକ ପ୍ରଦର୍ଶନର ନକାରାତ୍ମକ ପ୍ରଭାବ ଏହାର ଆର୍ଥିକ ସ୍ଥିତି ଉପରେ ପଡ଼ିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story