Advertisment

T20 World Cup: ବିପର୍ଯ୍ୟୟରୁ ବର୍ତ୍ତିଗଲା ପାକିସ୍ତାନ, ହାରୁ ହାରୁ ନେଦରଲ୍ୟାଣ୍ଡ୍ସ ଠାରୁ ଜିତିଲା

ଅପେକ୍ଷାକୃତ ଦୁର୍ବଳ ନେଦରଲ୍ୟାଣ୍ଡ୍ସ ଠାରୁ ହାରୁ ହାରୁ ଜିତି ଯାଇ ଲୋକଲଜ୍ଜାରୁ ବର୍ତ୍ତି ଯାଇଛି ପାକିସ୍ତାନ। ଶେଷ ୨ ଓଭରରେ ପାକିସ୍ତାନକୁ ୨୯ ରନ ଦରକାର ଥିବା ବେଳେ ଅଲରାଉଣ୍ଡର ଫହୀମ ଅଶର୍ଫ ପାକିସ୍ତାନର ଇଜ୍ଜତ ବଞ୍ଚାଇ ଦେଇଛନ୍ତି।

Van-veek

ଭାନ ଭିକ ଓ ଫହୀମ

Advertisment

ଟି-୨୦ ବିଶ୍ୱକପ(T20 World Cup)ର ପ୍ରଥମ ଦିନରେ ଦେଖିବାକୁ ମିଳିଛି ରୋମାଞ୍ଚ। ହାରୁ ହାରୁ ଜିତି ଯାଇଛି ୨୦୦୯ ଟି-୨୦ ବିଶ୍ୱକପ ବିଜେତା ପାକିସ୍ତାନ। ପ୍ରଥମ ଦିନରୁ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ଯାଉଥିବା ପାକିସ୍ତାନ ଅଳ୍ପକେ ରକ୍ଷା ପାଇ ଯାଇଛି।

Advertisment

ଅପେକ୍ଷାକୃତ ଦୁର୍ବଳ ନେଦରଲ୍ୟାଣ୍ଡ୍ସ ଠାରୁ ହାରୁ ହାରୁ ଜିତି ଯାଇ ଲୋକଲଜ୍ଜାରୁ ବର୍ତ୍ତି ଯାଇଛି ପାକିସ୍ତାନ। ଶେଷ ୨ ଓଭରରେ ପାକିସ୍ତାନକୁ ୨୯ ରନ ଦରକାର ଥିବା ବେଳେ ଅଲରାଉଣ୍ଡର ଫହୀମ ଅଶର୍ଫ ପାକିସ୍ତାନର ଇଜ୍ଜତ ବଞ୍ଚାଇ ଦେଇଛନ୍ତି। ସେ ୧୯ତମ ଓଭରରେ ୨୪ ରନ ହାସଲ କରିବାରୁ ପାକିସ୍ତାନ ଶେଷରେ ୩ ବଲରୁ ୩ ୱିକେଟରେ ନେଦରଲ୍ୟାଣ୍ଡ୍ସକୁ ହରାଇବାକୁ ସକ୍ଷମ ହୋଇଛି। ତଥାପି ପାକିସ୍ତାନକୁ ଡଚ୍‌ ଟିମକୁ ହରାଇବା ପାଇଁ ନାକରେ ପାଣି ପିଇବାକୁ ପଡ଼ିଛି। 

୧୪୮ ରନର ବିଜୟ ଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନକୁ ସାହିବଜାଦା ଫରହାନ ଓ ସୈମ ଆୟୁବ ଦମଦାର ଷ୍ଟାର୍ଟ ଦେଇଥିଲେ। ୩ ଓଭର ପୂର୍ବରୁ ଦଳ ୨୪ ରନ ମଧ୍ୟ କରି ନେଇଥିଲା। ସୈମ ଓ ଫରହାନ ଜବରଦସ୍ତ ଲୟରେ ମଧ୍ୟ ରହିଥିଲେ। କିନ୍ତୁ ଉଭୟ ଯଥାକ୍ରମେ ୪୭ ଓ ୨୪ ରନରେ ଆଉଟ ହେବା ପରେ ପାକିସ୍ତାନର ଚେଜ ଗାଡ଼ି ଟ୍ରାକରୁ ବାହାରି ଯାଇଥିଲା।

Advertisment

ଅଧିନାୟକ ସଲମାନ ଅଲୀ ଆଘା ୧୨ ରନ, ଅଭିଜ୍ଞ ବାବର ଆଜମ ୧୮ ବଲରେ ୧୫ ରନ, ଉସମାନ ଖାନ ଶୂନ, ଶାଦାବ ଖାନ ୮ ଓ ମହମ୍ମଦ ନୱାଜ କେବଳ ୬ ରନ କରିବାକୁ ସକ୍ଷମ ହୋଇଥିଲେ। ମଧ୍ୟ ଓଭର ଗୁଡ଼ିକରେ ଡଚ ଟିମର ବୋଲରମାନେ ଦମଦାର ପ୍ରଦର୍ଶନ କରିବାରୁ ପାକିସ୍ତାନ ପରାଜୟର ସାମ୍ନା କରିବାର ଆଶଙ୍କା ସୃଷ୍ଟି ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ପାକିସ୍ତାନକୁ ଶେଷ ୨ ଓଭରରେ ୨୯ ରନ ଦରକାର ଥିଲା। 

ଏତିକି ବେଳେ ବୋଲିଂ କରିବାକୁ ଆସିଥିଲେ ଲୋଗାନ ଭାନ ଭିକ। ତାଙ୍କୁ ଫହୀମ ପ୍ରଥମ ବଲରୁ ଆଟାକ କରିଥିଲେ। ପ୍ରଥମ ବଲରେ ଛକା ମାରିବା ପରେ ସେ କ୍ୟାଚ୍‌ର ସୁଯୋଗ ଦେଇଥିଲେ। କିନ୍ତୁ ମାକ୍ସ ଓଡୋୱଡ ଏହାକୁ ହାତ ଛଡ଼ା କରି ଦେଇଥିଲେ। ଏହାର ସୁଯୋଗ ମଧ୍ୟ ଫହୀମ ଉଠାଇ ପରବର୍ତ୍ତୀ ଦୁଇ ବଲରେ ୨ଟି ଛକା ଓ ଓଭରର ଶେଷ ବଲରେ ଚୌକା ମାରି ମୋଟ ୨୪ ରନ ଆଦାୟ କରିଥିଲେ।

ଶେଷ ଓଭରରୁ ଦଳକୁ ଜିତିବା ପାଇଁ ୫ ରନ ଦରକାର ଥିଲା। ପ୍ରଥମ ବଲରେ ଶାହୀନ ଶାହ ଆଫ୍ରିଦି ୧ ରନ ନେଇଥିଲେ। ଦ୍ୱିତୀୟ ବଲ ଫହୀମ ମିସ କରିଥିଲେ। ହେଲେ ତୃତୀୟ ବଲରେ ସେ ଚୌକା ମାରି ପାକିସ୍ତାନକୁ ରୋମାଞ୍ଚକର ବିଜୟ ଭେଟି ଦେଇଥିଲେ।

ପାକିସ୍ତାନ ଟି-୨୦ ବିଶ୍ୱକପର ୧୦ମ ସଂସ୍କରଣର ପ୍ରଥମ ମ୍ୟାଚ୍‌କୁ ୩ ୱିକେଟରେ ଜିତି ପୂରା ୨ ପଏଣ୍ଟ ହାସଲ କରିଛି। ୧୧ ବଲରେ ୨୯ ରନର ଇନିଂସ ଖେଳିଥିବା ଫହୀମ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। 

ଏହାପୂର୍ବରୁ ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ନେଦରଲ୍ୟାଣ୍ଡ୍ସ ୧୯.୫ ଓଭରରେ ସମସ୍ତ ୱିକେଟ ହରାଇ ୧୪୭ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ସ୍କଟ ଏଡୱାର୍ଡସ ସର୍ବାଧିକ ୩୭ ରନର ଇନିଂସ ଖେଳିଥିଲେ। 

T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe