Advertisment

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା ଦେଲା ପାକିସ୍ତାନ

ଦୁବାଇ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ୩ ତାରିଖରୁ ମୁମ୍ବାଇରେ ଖେଳାଯିବ। ଏହି ମ୍ୟାଚ୍ ଜରିଆରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ପୁଣିଥରେ ମଇଦାନକୁ କମବ୍ୟାକ୍ କରିବେ। ଏହି ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟକା ଦେଇଛି ପାକିସ୍ତାନ। ମଙ୍ଗଳବାର ଆଇସିସି ପକ୍ଷରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ପଏଣ୍ଟ ଟେବୁଲ ଜାରି ରଖିଥିଲେ। ଏଥିରେ ଟିମ୍ ଇଣ୍ଡିଆକୁ ପଛରେ ପକାଇ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ପହଞ୍ଚି […]

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା ଦେଲା ପାକିସ୍ତାନ

pak

Advertisment

ଦୁବାଇ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ୩ ତାରିଖରୁ ମୁମ୍ବାଇରେ ଖେଳାଯିବ। ଏହି ମ୍ୟାଚ୍ ଜରିଆରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ପୁଣିଥରେ ମଇଦାନକୁ କମବ୍ୟାକ୍ କରିବେ। ଏହି ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟକା ଦେଇଛି ପାକିସ୍ତାନ।

Advertisment

ମଙ୍ଗଳବାର ଆଇସିସି ପକ୍ଷରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ପଏଣ୍ଟ ଟେବୁଲ ଜାରି ରଖିଥିଲେ। ଏଥିରେ ଟିମ୍ ଇଣ୍ଡିଆକୁ ପଛରେ ପକାଇ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟକୁ ପାକିସ୍ତାନ ୮ ୱିକେଟରେ ଜିତି ନେଇଛି। ଏହି ବିଜୟ ସହ ପାକିସ୍ତାନ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିନେଇଛି। ପ୍ରଥମ ଟେଷ୍ଟ ଜିତିବା ପରେ ପାକିସ୍ତାନକୁ ୧୨ ପଏଣ୍ଟ ମିଳିଛି। ଏଥିସହ ପାକିସ୍ତାନର ୨୪ ପଏଣ୍ଟ ହୋଇଛି। ତେବେ ପଏଣ୍ଟ ପ୍ରତିଶତ ଆଧାରରେ ପାକିସ୍ତାନ ଭାରତକୁ ପଛରେ ପକାଇ ଦ୍ୱିତୀୟକୁ ଉଠିଛି।

ICC World Test Championship standings

ଶ୍ରୀଲଙ୍କା ଟିମ୍ ଏପର୍ଯ୍ୟନ୍ତ ଗୋଟିଏ ଟେଷ୍ଟ ଖେଳିଛି। ଟିମ୍ ଏହି ମ୍ୟାଚରେ ବିଜୟୀ ମଧ୍ୟ ହୋଇଛି। ଗୋଟିଏ ମ୍ୟାଚ୍ ଜିତିଥିବାରୁ ଶ୍ରୀଲଙ୍କାର ୧୨ ପଏଣ୍ଟ ସହ ପ୍ରତିଶତ ମଧ୍ୟ ୧୦୦ ହୋଇଛି। ଏହି କାରଣରୁ ଟିମ୍ ବର୍ତ୍ତମାନ ଏକ ନମ୍ବର ସ୍ଥାନରେ ରହିଛି। ପାକିସ୍ତାନ ଏପର୍ଯ୍ୟନ୍ତ ୩ଟି ମ୍ୟାଚରୁ ୨ ବିଜୟ ସହ ୨୪ ପଏଣୋଟ ହାସଲ କରିଛି ଏବଂ ଟିମର ବିଜୟ ପ୍ରତିଶତ ୬୬.୬୬ ରହିଛି। ଟିମ୍ ଇଣ୍ଡିଆର ୫ ମ୍ୟାଚରୁ ୩୦ ପଏଣ୍ଟ ପାଇଛି। ଭାରତ ୫୦ ପ୍ରତିଶତ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ୱେଷ୍ଟଇଣ୍ଡିଜ୍ ଚତୁର୍ଥ ଓ ନ୍ୟୁଜିଲ୍ୟାଣ୍ଡ ପଞ୍ଚମରେ ରହିଛି। ଉଭୟ ଟିମ୍ ୩୩.୩୩ ପ୍ରତିଶତ ପଏଣ୍ଟ ରହିଛି। ଇଂଲଣ୍ଡ ୨୯ ପ୍ରତିଶତ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି। ବାଂଲାଦେଶ ଗୋଟିଏ ମ୍ୟାଚ୍ ଖେଳିଥିବା ବେଳେ ଏପର୍ଯ୍ୟନ୍ତ ଖାତା ଖୋଲିପାରିନାହିଁ।

Advertisment

ଅନ୍ୟପକ୍ଷରେ ବିରାଟ୍ କୋହଲିଙ୍କ ନେତୃତ୍ୱରେ ଭାରତ ଯଦି ଦ୍ୱିତୀୟ ଟେଷ୍ଟ ଜିତେ, ତଥାପି ଟିମ୍ ଦ୍ୱିତୀୟ ସ୍ଥାନକୁ ଆସିପାରିବ ନାହିଁ। ବିଜୟ ପରେ ଟିମର ୫୮ ପ୍ରତିଶତ ପଏଣ୍ଟ ହେବ। ତେବେ ଟିମ୍ ଦକ୍ଷିଣ ଆଫ୍ରିକା ଗସ୍ତରେ ୩ଟି ଟେଷ୍ଟ ଖେଳିବ। ଯଦି ଏହି ସିରିଜ୍ ଭାରତ ଜିତେ, ତାହେଲେ ପଏଣ୍ଟ ଟେବୁଲରେ ପରିବର୍ତ୍ତନ ହୋଇପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe