Advertisment

ହୋଟେଲରେ ଖାଇଲେନି ପାକିସ୍ତାନ ଖେଳାଳି, ବାହାରୁ ବିରିୟାନୀ ମଗାଇଲେ

ହୋଟେଲ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ବଦଳରେ ସେମାନେ ଅନଲାଇନରେ ଅର୍ଡର ଦେଇ ଖାଦ୍ୟ ଖାଇଛନ୍ତି।

pak

pak

Advertisment

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ପାଇଁ କୋଲକାତା ଆସିଥିବା ପାକିସ୍ତାନ କ୍ରିକେଟ ଟିମକୁ ନେଇ ଗୋଟିଏ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ପାକିସ୍ତାନର ଖେଳାଳିମାନେ ୫ଷ୍ଟାର ହୋଟେଲରେ ରହୁଥିଲେ ହେଁ ରବିବାର ସେମାନେ ଡିନର କରି ନାହାନ୍ତି। ହୋଟେଲ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ବଦଳରେ ସେମାନେ ଅନଲାଇନରେ ଅର୍ଡର ଦେଇ ଖାଦ୍ୟ ଖାଇଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନର ଖେଳାଳିମାନେ ଜୋମାଟୋ ଦ୍ୱାରା କୋଲକାତାର ପ୍ରସିଦ୍ଧ ଜାମ ଜାମ ରେଷ୍ଟୁରାଣ୍ଟରୁ ଖାଦ୍ୟ ଅର୍ଡର କରି ହୋଟେଲରେ ଖାଇଛନ୍ତି। ବାବର ଆଜମ ଆଣ୍ଡ କୋ ରେଷ୍ଟୁରାଣ୍ଟରୁ ବିରିୟାନୀ, କେବାବ ଓ ସୋୟାବିନରେ ପ୍ରସ୍ତୁତ ରେସିପି ଖାଇଛନ୍ତି। ହୋଟେଲ ବଦଳରେ ସେମାନେ ବାହାରୁ ଖାଇବା ମଗାଇ ଖାଇଥିବାରୁ ଏହାକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି।

ଜାମ ଜାମ ରେଷ୍ଟୁରାଣ୍ଟର ନିର୍ଦ୍ଦେଶକ ଶାଦମାନ ଫୈଜଙ୍କ କହିବା କଥା ଯେ ପାକିସ୍ତାନ ଖେଳାଳିମାନେ ଜୋମାଟୋରେ ଖାଦ୍ୟ ଅର୍ଡର କରିଥିବା କଥା ସେ ପ୍ରଥମେ ଜାଣି ନଥିଲେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କ ରେଷ୍ଟୁରାଣ୍ଟରୁ ପାକିସ୍ତାନୀ ଖେଳାଳିଙ୍କ ପାଖକୁ ଖାଇବା ଯାଇଥିବା ସେ ଜାଣିବାକୁ ପାଇଥିଲେ।

Advertisment

ସେ କହିଛନ୍ତି, “ସେମାନଙ୍କ ଅର୍ଡର ଗୋଟିଏ ଅନଲାଇନ ଫୁଡ ଡେଲିଭରୀ ପ୍ଲାଟଫର୍ମରୁ ଆସିଥିଲା। ସେମାନେ ୩ ପ୍ରକାରର ଖାଦ୍ୟ ଅର୍ଡର କରିଥିଲେ। ବିରିୟାନୀ, କେବାବ ଓ ଛାପ। ରବିବାର ସନ୍ଧ୍ୟା ୭ଟା ପରେ ଅର୍ଡର ମିଳିଥିଲା। ପ୍ରାଥମିକ ଭାବେ ପାକିସ୍ତାନ କ୍ରିକେଟ ଟିମ ଅର୍ଡର ଦେଇଥିବା ଆମେ ଜାଣି ନଥିଲୁ। ପରବର୍ତ୍ତୀ ଅବସ୍ଥାରେ ଖାଇବା ପାକିସ୍ତାନ ଟିମ ପାଇଁ ଯାଇଥିବା ଜାଣିବାକୁ ପାଇଥିଲୁ।

ମୋର ଆଶା ଆମ ଖାଇବା ସେମାନଙ୍କୁ ଭଲ ଲାଗିଥିବ। ପ୍ରତିଟି ଦେଶର ଲୋକ ଏଠାକୁ ଆସନ୍ତୁ ଓ ଆମ ଖାଇବା ଟେଷ୍ଟ କରନ୍ତୁ। କୋଲକାତାରେ ସ୍ୱତନ୍ତ୍ର ବିରିୟାନୀ ପ୍ରସ୍ତୁତ ହୋଇଥାଏ।”

Pakistan Babar Azam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe