Advertisment

ଚାମ୍ପିୟନ୍ସ ଟ୍ରଫି ଆୟୋଜନରୁ ବଞ୍ଚିତ ହେବ ପାକିସ୍ତାନ!

ଭାରତକୁ ଆଇସିସି ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ବାଧ୍ୟ କରିପାରିବ ନାହିଁ।

author-image
Hemant Lenka
Rohit

Rohit

ଏସିଆ କପ ଭଳି ଭାରତ ପାଇଁ ୨୦୨୫ ଚାମ୍ପିୟନ୍ସ ଟ୍ରଫି ଆୟୋଜନରୁ ବଞ୍ଚିତ ହୋଇପାରେ ପାକିସ୍ତାନ। ଭାରତ ଯଦି ପାକିସ୍ତାନ ଯିବାକୁ ମନା କରିବ, ତା’ହେଲେ ଆଇସିସି ହ୍ରାଇବ୍ରିଡ ମଡେଲକୁ ବାଧ୍ୟ ହୋଇ ଆପଣାଇବ।

Advertisment

କିନ୍ତୁ ଭାରତକୁ ଆଇସିସି ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ବାଧ୍ୟ କରିପାରିବ ନାହିଁ। ଯଦି ପାକିସ୍ତାନ ନ ଯିବା ପାଇଁ ଭାରତ ସରକାରଙ୍କ କୌଣସି ନୀତି ରହିଥିବ, ତା’ହେଲେ ଆଇସିସି କେବେ ହେଲେ ଏଥିରେ ହସ୍ତକ୍ଷେପ କରିବ ନାହିଁ ବୋଲି ଜଣାପଡ଼ିଛି।

ବର୍ତ୍ତମାନ ଦୁବାଇରେ ଆଇସିସିର ବୋର୍ଡ ମିଟିଂ ଚାଲିଛି। ଅବଶ୍ୟ ୨୦୨୫ ଫେବୃଆରୀ-ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ପ୍ରସଙ୍ଗ ଏଜେଣ୍ଡାରେ ନାହିଁ। କିନ୍ତୁ ପାକିସ୍ତାନ କ୍ରିକେଟ ବୋର୍ଡର ନୂଆ ଅଧ୍ୟକ୍ଷ ମୋହଶିନ ନକଭୀ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ପ୍ରସଙ୍ଗରେ ବିସିସିଆଇ ସମ୍ପାଦକ ଜୟ ଶାହ ଓ ଆଇସିସି ଅଧ୍ୟକ୍ଷଙ୍କ ସହ କଥା ହେବେ ବୋଲି କହିଛନ୍ତି। ପାକିସ୍ତାନ ହିଁ ୨୦୨୫ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବ ବୋଲି ପିସିବି ବିଧିବଦ୍ଧ ପ୍ରତିଶ୍ରୁତି ଚାହୁଁଛି।

Advertisment

ତେବେ ଆଇସିସି ବୋର୍ଡରେ ଥିବା ଜଣେ ସଦସ୍ୟଙ୍କ କହିବା କଥା ଯେ ବିସିସିଆଇର ନିଷ୍ପତ୍ତି ଉପରେ ସବୁ କିଛି ନିର୍ଭର କରୁଛି। ସେହିପରି ୟୁଏଇରେ ଟୁର୍ଣ୍ଣାମେଣ୍ଟ ଆୟୋଜନର ସମ୍ଭାବନାକୁ ମଧ୍ୟ ସଂପୂର୍ଣ୍ଣ ଭାବେ ଏଡ଼ାଇ ଦିଆଯାଇ ପାରିବନି। ବୋର୍ଡ ବୈଠକରେ ପ୍ରତି ସଦସ୍ୟ ଆଲୋଚନା ପାଇଁ ନିଜର ଚିନ୍ତା ପ୍ରକଟ କରିପାରିବେ।

ଏହାପରେ ଭୋଟ ହେବ। ଯଦି କୌଣସି ସଦସ୍ୟ ନିର୍ଦ୍ଦିଷ୍ଟ ସ୍ଥାନରେ ଖେଳି ପାରିବେ ନାହିଁ ବୋଲି କହିବେ, ତା’ହେଲେ ଆଇସିସି ନିଶ୍ଚିତ ଭାରବେ ବିକଳ୍ପ କଥା ଚିନ୍ତା କରିବ। ନିଜସ୍ୱ ସରକାର ଜାରି କରିଥିବା ନୀତି କିମ୍ବା ନିୟମ ବିରୋଧରେ କୌଣସି ସଦସ୍ୟ ରାଷ୍ଟ୍ର ଯାଇ ପାରିବେ ନାହିଁ ବୋଲି ଆଇସିସି ଭଲ ଭାବେ ଜାଣିଥିବା ଅଧିକାରୀ ଜଣଙ୍କ କହିଛନ୍ତି।

Bcci Rohit Sharma ICC