Advertisment

Mohammad Rizwan: ପାକିସ୍ତାନର ଦିନିକିଆ ଅଧିନାୟକ ପଦରୁ ବିଦା ହେବେ ରିଜୱାନ! ପିସିବି ମୁଖ୍ୟଙ୍କୁ ଚିଠି ଲେଖିଲେ ମୁଖ୍ୟ କୋଚ୍‌

ବର୍ତ୍ତମାନ ପାକିସ୍ତାନ ଟିମର ଦିନିକିଆ ଅଧିନାୟକ ପଦରେ ଅଭିଜ୍ଞ ମହମ୍ମଦ ରିଜୱାନ ରହିଛନ୍ତି। ହେଲେ ୫୦ ଓଭର ଫର୍ମାଟରେ ପାକିସ୍ତାନ ଦିନକୁ ଦିନ ନୈରାଶ୍ୟଜନକ ପ୍ରଦର୍ଶନ କରି ଚାଲିଛି। ରିଜୱାନଙ୍କ ନେତୃତ୍ୱରେ ପାକିସ୍ତାନ ଚାମ୍ପିୟନସ ଟ୍ରଫି ୨୦୨୫ରେ ଭାଗ ନେଇଥିଲା।

author-image
Hemant Lenka
Rizwan

ମହମ୍ମଦ ରିଜୱାନ (ଫାଇଲ ଫଟୋ)

ଖୁବଶୀଘ୍ର ପାକିସ୍ତାନ କ୍ରିକେଟ ଟିମରେ ଅଧିନାୟକ ପଦରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଦିନିକିଆ କ୍ୟାପ୍ଟେନ ପଦରୁ ବିଦା ହେବେ ମହମ୍ମଦ ରିଜୱାନ। ଟି-୨୦ ଭଳି ରିଜୱାନଙ୍କୁ ଦିନିକିଆ ଅଧିନାୟକ ପଦରୁ ଖୁବଶୀଘ୍ର ବିଦା କରାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି।

Advertisment

କ୍ୟାପ୍ଟେନ୍ସି ଚର୍ଚ୍ଚା ମଧ୍ୟରେ ପାକିସ୍ତାନ ଟିମର ମୁଖ୍ୟ କୋଚ୍‌ ମାଇକ ହେସନ ପାକିସ୍ତାନ କ୍ରିକେଟ ବୋର୍ଡ(PCB)ର ଅଧ୍ୟକ୍ଷ ମୋହଶିନ ନକଭୀଙ୍କୁ ଚିଠି ଲେଖି ଜରୁରୀ ବୈଠକ ଡାକିବାକୁ କହିଛନ୍ତି। ଏହି ବୈଠକରେ ଦିନିକିଆ ଅଧିନାୟକ ପଦ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି।

ବର୍ତ୍ତମାନ ପାକିସ୍ତାନ(Pakistan) ଟିମର ଦିନିକିଆ ଅଧିନାୟକ ପଦରେ ଅଭିଜ୍ଞ ମହମ୍ମଦ ରିଜୱାନ ରହିଛନ୍ତି। ହେଲେ ୫୦ ଓଭର ଫର୍ମାଟରେ ପାକିସ୍ତାନ ଦିନକୁ ଦିନ ନୈରାଶ୍ୟଜନକ ପ୍ରଦର୍ଶନ କରି ଚାଲିଛି। ରିଜୱାନଙ୍କ ନେତୃତ୍ୱରେ ପାକିସ୍ତାନ ଚାମ୍ପିୟନସ ଟ୍ରଫି ୨୦୨୫ରେ ଭାଗ ନେଇଥିଲା। କିନ୍ତୁ ନିଜ ମାଟିରେ ଖେଳା ଯାଉଥିବା ଟୁର୍ଣ୍ଣାମେଣ୍ଟରେ ଦଳ ଗ୍ରୁପ ପର୍ଯ୍ୟାୟରୁ ଆଗକୁ ଯାଇ ପାରି ନଥିଲା। ତେଣୁ ଏବେ ମୁଖ୍ୟ କୋଚ୍‌ କ୍ୟାପ୍ଟେନ୍ସି ପରିବର୍ତ୍ତନ ଉପରେ ବିଚାର କରୁଛନ୍ତି।

Advertisment

ସୂତ୍ର ଅନୁସାରେ, ନକଭୀ ଆଜି(ସୋମବାର) ହିଁ ଚୟନକର୍ତ୍ତା ଓ ପରାମର୍ଶଦାତାଙ୍କ ସହ ବୈଠକ ଡାକିଛନ୍ତି। ଏହି ବୈଠକରେ ରିଜୱାନ(Mohammad Rizwan)ଙ୍କୁ ଅଧିନାୟକ ପଦରୁ ବିଦା କରାଯିବାକୁ ବିଧିବଦ୍ଧ ନିଷ୍ପତ୍ତି ହେବ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ପିସିବି ପକ୍ଷରୁ କୁହାଯାଇଛି ଯେ “ଦିନିକିଆ କ୍ୟାପ୍ଟେନ୍ସି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ହୋଇନି। ଅଧ୍ୟକ୍ଷ ମୋହଶିନ ନକଭୀ ଚୟନକର୍ତ୍ତା ଓ ପରାମର୍ଶଦାତାଙ୍କୁ ସୋମବାର ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ କହିଛନ୍ତି।” 

୨୦୨୪ ଅକ୍ଟୋବର ମାସରେ ରିଜୱାନ ପାକିସ୍ତାନ ଦିନିକିଆ ଓ ଟ-୨୦ ଟିମର ଅଧିନାୟକ ହୋଇଥିଲେ। କିନ୍ତୁ ପ୍ରାରମ୍ଭିକ ସଫଳତା ପରେ ପାକିସ୍ତାନର ପ୍ରଦର୍ଶନ ନିମ୍ନଗାମୀ ହୋଇଥିଲା। ରିଜୱାନଙ୍କ କ୍ୟାପ୍ଟେନ୍ସିରେ ପାକିସ୍ତାନ ପ୍ରଥମେ ଅଷ୍ଟ୍ରେଲିଆ ଓ ପରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା। କିନ୍ତୁ ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଦଳ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ନିକଟରେ ୱେଷ୍ଟଇଣ୍ଡିଜ ଠାରୁ ମଧ୍ୟ ପାକିସ୍ତାନ ଦିନିକିଆ ସିରିଜ ହାରିଥିଲା।

ଏହାବାଦ ରିଜୱାନ ମଧ୍ୟ ବ୍ୟାଟରେ ସେମିତି ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ସେ ଅସ୍ଥିର ପ୍ରଦର୍ଶନ କରୁଥିବାରୁ ପିସିବି ନୂଆ ମୁହଁଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବାକୁ ଚାହୁଁଛି। ଚୂଡ଼ାନ୍ତ ଏକାଦଶରେ ରିଜୱାନଙ୍କ ସ୍ଥାନ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ୨୦୨୫ରେ ରିଜୱାନ ୧୧ ମ୍ୟାଚ୍‌ରେ ୩୬.୧୦ ହାରରେ ରନ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ମଧ୍ୟ ଅନ୍ୟନ୍ତ ଦୁର୍ବଳ ୭୧ ରହିଛି। 

୨୦୨୫ ମାର୍ଚ୍ଚ ମାସରେ ରିଜୱାନଙ୍କୁ ଟି-୨୦ ଅଧିନାୟକ ପଦରୁ ପିସିବି ହଟାଇ ଦେଇଥିଲା। ତାଙ୍କ ବଦଳରେ ସଲମାନ ଅଲୀ ଆଘାଙ୍କୁ କମାଣ ଧରାଇ ଦିଆଯାଇଥିଲା। ନିକଟରେ ଆଘାଙ୍କ ନେତୃତ୍ୱରେ ପାକିସ୍ତାନ ଏସିଆ କପ ଫାଇନାଲ ଖେଳି ଭାରତ ଠାରୁ ହାରିଥିଲା। 

Pakistan PCB Mohammad Rizwan