Advertisment

ବଡ଼ ଘୋଷଣା କଲା ପାକିସ୍ତାନ: ବିଶ୍ୱକପ ଖେଳିବାକୁ ଭାରତ ଆସିବ ବାବର ଆଜମଙ୍କ ଟିମ୍‌

ଚଳିତ ବର୍ଷ ଏସିଆ କପ ପରେ ଭାରତରେ ବିଶ୍ୱକପ ଖେଳାଯିବ। ପାକିସ୍ତାନ ପ୍ରଥମେ ଏସିଆ କପ ଆୟୋଜନର ହକ ପାଇଥିଲା। କିନ୍ତୁ ବିସିସିଆଇ ସିଧାସଳଖ ପାକିସ୍ତାନକୁ ଭାରତୀୟ ଟିମକୁ ପଠାଇବ ନାହିଁ ବୋଲି କହିଥିଲା।

PCB

PCB

Advertisment

ସବୁ ପ୍ରକାରର ବିବାଦ ମଧ୍ୟରେ ଆଜି ବଡ଼ ଘୋଷଣା କରିଛନ୍ତି ପାକିସ୍ତାନ ସରକାର। ଆସନ୍ତା ଅକ୍ଟୋବର ଓ ନଭେମ୍ବର୍‌ରେ ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ପାକିସ୍ତାନ ଟିମ ଏଠାକୁ ଆସିବ।

Advertisment

ବିଗତ ୧୦ ବର୍ଷ ହେଲା ଭାରତ ଓ ପାକିସ୍ତାନ କେବଳ ମଲ୍ଟି ନେଶନ ଟୁର୍ଣ୍ଣାମେଣ୍ଟରେ ମ୍ୟାଚ୍‌ ଖେଳୁଥିଲେ। ହେଲେ ଏବେ ପାକିସ୍ତାନ ବିଶ୍ୱକପ ଖେଳିବାକୁ ଭାରତ ଆସିବ। ଏନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି।

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଦୁଇ ଦେଶର ସମ୍ପର୍କ ଯୋଗୁ ଟିମର ସୁରକ୍ଷାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ଚିନ୍ତିତ। କ୍ରୀଡ଼ାକୁ କେବେ ହେଲେ ରାଜନୀତି ସହ ମିଶାଇ ଯାଇ ପାରିବ ନାହିଁ। ଏକଥା ପାକିସ୍ତାନ ସବୁବେଳେ କହି ଆସିଛି ଓ ଏହି ନୀତିରେ ପାକିସ୍ତାନ ବିଶ୍ୱାସ ମଧ୍ୟ କରେ। ତେଣୁ ପାକିସ୍ତାନ ସରକାର ନିଜର ଟିମକୁ ଆସନ୍ତା ୨୦୨୩ ଦିନିକିଆ ବିଶ୍ୱକପରେ ଭାଗ ନେବାକୁ ପଠାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି।” ଏହାର ଅର୍ଥ ବାବର ଆଜମଙ୍କ ଟିମ ପାକିସ୍ତାନ ବିଶ୍ୱକପ ଖେଳିବାକୁ ଭାରତ ଆସିବ।

Advertisment

ଚଳିତ ବର୍ଷ ଏସିଆ କପ ପରେ ଭାରତରେ ବିଶ୍ୱକପ ଖେଳାଯିବ। ପାକିସ୍ତାନ ପ୍ରଥମେ ଏସିଆ କପ ଆୟୋଜନର ହକ ପାଇଥିଲା। କିନ୍ତୁ ବିସିସିଆଇ ସିଧାସଳଖ ପାକିସ୍ତାନକୁ ଭାରତୀୟ ଟିମକୁ ପଠାଇବ ନାହିଁ ବୋଲି କହିଥିଲା। ଏହାକୁ ନେଇ ବିବାଦ ହୋଇଥିଲା। ଶେଷରେ ଭାରତର ମ୍ୟାଚ୍‌ ଗୁଡ଼ିକ ଶ୍ରୀଲଙ୍କାରେ ଖେଳାଯିବାକୁ ନିଷ୍ପତ୍ତି ହୋଇଛି।

ଏସୁବ ବିବାବଦ ଭିତରେ ପାକିସ୍ତାନ ନିଜର କ୍ରିକେଟ ଟିମକୁ ଭାରତ ପଠାଇବାକୁ ରାଜି ହୋଇଛି। ନିକଟରେ ଆଇସିସି ଓ ବିସିସିଆଇ ମିଳିତ ଭାବେ ବିଶ୍ୱକପର ମ୍ୟାଚ୍‌ ସୂଚୀ ଜାରି କରିଥିଲେ। ବିଶ୍ୱକପରେ ପାକିସ୍ତାନ ଯେଉଁ ସବୁ ସ୍ଥାନରେ ଖେଳିବ, ତା’ର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାକୁ ପାକିସ୍ତାନର ଗୋଟିଏ ପ୍ରତିନିଧି ଦଳ ଆସିଥିଲେ।

ସେମାନେ ରିପୋର୍ଟ ଦେବା ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଏପରି ଘୋଷଣା କରିଛି। ୨୦୧୬ ଟି-୨୦ ବିଶ୍ୱକପ ପରେ ପାକିସ୍ତାନ ଟିମ ଭାରତରେ ମ୍ୟାଚ୍‌ ଖେଳିବାକୁ ଆସିବ। ୨୦୧୨-୨୦୧୩ ଦୁଇ ଦେଶ ମଧ୍ୟରେ ଶେଷଥର ପାଇଁ ଦ୍ୱିପାକ୍ଷିକ ସିରିଜ ଖେଳା ଯାଇଥିଲା। ସେବେଠାରୁ ସୀମା ବିବାଦ ପାଇଁ ଦୁଇ ଦେଶ କେବଳ ଏସିଆ କପ ଓ ବିଶ୍ୱକପରେ ପରସ୍ପର ବିରୋଧରେ ମ୍ୟାଚ୍‌ ଖେଳୁଛନ୍ତି।

ଚଳିତ ବର୍ଷ ଏକାଧିକ ଥର ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଦେଖିବାକୁ ମିଳିବ। ଏସିଆ କପରେ ଦୁଇ ଦେଶ ୩ଥର ପରସ୍ପରକୁ ଭେଟି ପାରନ୍ତି। ସେହିପରି ବିଶ୍ୱକପରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଲଢ଼େଇ ହେବ।

Pakistan Indian Cricket Team India Vs Pakistan ICC Men’s Cricket World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe