Advertisment

ICC T20 Ranking: ଉଠିଲେ ପାକିସ୍ତାନ ୩ ବ୍ୟାଟର୍‌, ତଥାପି ଅଭିଷେକ ଶର୍ମାଙ୍କ ଦବଦବା ଜାରି

ପାକିସ୍ତାନର ୩ ଜଣ ବ୍ୟାଟରଙ୍କ ରାଙ୍କିଙ୍ଗରେ ସୁଧାର ଆସିଥିଲେ ହେଁ ଭାରତର ଓପନର ଅଭିଷେକ ଶର୍ମାଙ୍କ ଦବଦବା ଏହି ଫର୍ମାଟରେ ରହିଛି। ସେ ବିଶ୍ୱର ୧ନଂ ଟି-୨୦ ବ୍ୟାଟର ଭାବେ ପୂର୍ବଭଳି ଅତୁଟ ରହିଛନ୍ତି।

abhi

ଅଭିଷେକ ଶର୍ମା

Advertisment

ପାକିସ୍ତାନ ପାଇଁ ଟି-୨୦ ଫର୍ମାଟରେ ନିୟମିତ ସ୍ଥିର ପ୍ରଦର୍ଶନ କରି ଆସୁଥିବା ୩ ଜଣ ଖେଳାଳିଙ୍କୁ ଆଇସିସି ରାଙ୍କିଙ୍ଗରେ ବଡ଼ ଫାଇଦା ମିଳିଛି। ଆଇସିସି(ICC) ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ବାବର ଆଜମ, ସୈମ ଆୟୁବ ଓ ସଲମାନ ଆଘା ଉପରକୁ ଉଠିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-୨୦ ସିରିଜରେ ଏହି ପାକିସ୍ତାନୀ ବ୍ୟାଟରମାନେ ଭଲ ପ୍ରଦର୍ଶନ କରିଥିଲେ। ତେଣୁ ରାଙ୍କିଙ୍ଗରେ ଏହା ସେମାନଙ୍କୁ ଫାଇଦା ଦେଇଛି। 

Advertisment

ପାକିସ୍ତାନର ୩ ଜଣ ବ୍ୟାଟରଙ୍କ ରାଙ୍କିଙ୍ଗରେ ସୁଧାର ଆସିଥିଲେ ହେଁ ଭାରତର ଓପନର ଅଭିଷେକ ଶର୍ମାଙ୍କ ଦବଦବା ଏହି ଫର୍ମାଟରେ ରହିଛି। ସେ ବିଶ୍ୱର ୧ନଂ ଟି-୨୦ ବ୍ୟାଟର ଭାବେ ପୂର୍ବଭଳି ଅତୁଟ ରହିଛନ୍ତି। ଅଭିଷେକ ୯୨୫ ପଏଣ୍ଟ ସହ ୧ନଂ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ଫିଲ ସଲ୍ଟଙ୍କ ପଏଣ୍ଟ ହେଉଛି ୮୪୯। ତେଣୁ ପ୍ରଥମ ସ୍ଥାନରେ ଥିବା ଅଭିଷେକ କେତେ ଆଗରେ ରହିଛନ୍ତି, ସେକଥା ଏହି ପଏଣ୍ଟରୁ ସ୍ପଷ୍ଟ ହୋଇଛି। 

ପାକିସ୍ତାନର ୩ ଜଣ ବ୍ୟାଟର ଉପରକୁ ଉଠିଥିଲେ ହେଁ ଟପ ୧୦ରେ ଜଣେ ହେଲେ ପାକିସ୍ତାନୀ ନାହାନ୍ତି। ଏସିଆ କପରେ କିଛିଟା ଭଲ ପ୍ରଦର୍ଶନ କରିଥିବା ପାକିସ୍ତାନ ଓପନର ସାହିବଜାଦା ଫରହାନ ରାଙ୍କିଙ୍ଗର ୧୧ ନମ୍ବରରେ ରହିଛନ୍ତି।

Advertisment

ଦକ୍ଷିଣ ଆଫ୍ରିକା ସିରିଜ ପରେ ବାବର ଆଜମ ୯ଟି ସ୍ଥାନ ଉପରକୁ ଉଠି ୩୦ ନମ୍ବରରେ ପହଞ୍ଚିଛନ୍ତି। ସୈମ ଆୟୁବ ୧୦ଟି ସ୍ଥାନ ଉପରକୁ ଉଠି ୩୯ ଓ ସଲମାନ ଆଘା ୧୦ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୫୪ତମ ସ୍ଥାନରେ ରହିଛନ୍ତି। 

ୱେଷ୍ଟଇଣ୍ଡିଜ ଅଧିନାୟକ ସାଇ ହୋପ ୨ଟି ସ୍ଥାନ ଉପରକୁ ଉଠି ୧୨ ନମ୍ବରରେ, ବାଂଲାଦେଶର ତାନଜିଦ ହାସ ୨୦ଟି ସ୍ଥାନ ଉପରକୁ ଉଠି ୧୭ ନମ୍ବରରେ ଓ ଆଫଗାନିସ୍ତାନର ରହମନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜର୍ଦାନ ଯଥାକ୍ରମେ ୧୫ ଓ ୨୦ ନମ୍ବରରେ ପହଞ୍ଚିଛନ୍ତି।

ଟି-୨୦ ବ୍ୟାଟିଂ ରାଙ୍କିଙ୍ଗ( ICC T20 Ranking)ର ଟପ୍‌ ୧୦ରେ ଅଭିଷେକ ଶର୍ମାଙ୍କ ବ୍ୟତୀତ ଆଉ ୨ ଭାରତୀୟ ତିଳକ ବର୍ମା ଓ ସୂର୍ଯ୍ୟ କୁମାର ଯାଦବ ରହିଛନ୍ତି। ତଳିକ ରାଙ୍କିଙ୍ଗର ୩ ନମ୍ବରରେ ଓ ସୂର୍ଯ୍ୟ କୁମାର ୮ ସ୍ଥାନରେ ଅଛନ୍ତି। 

ବ୍ୟାଟିଂ ଭଳି ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ମଧ୍ୟ ଜଣେ ଭାରତୀୟ ରହିଛନ୍ତି। ଟିମ ଇଣ୍ଡିଆର ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ୭୯୯ ପଏଣ୍ଟ ସହ ୧ନଂରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ୱେଷ୍ଟଇଣ୍ଡିଜର ଅକିଲ ହୁସେନ ରହିଛନ୍ତି। ଭାରତ ବିପକ୍ଷ ଟି-୨୦ରେ ଦମଦାର ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲିଆର ଜୋଶ ହାଜେଲଉଡ ୨ଟି ସ୍ଥାନ ଉପରକୁ ଉଠି ଟପ ୧୦ରେ ପ୍ରବେଶ କରିଛନ୍ତି। 

ICC ICC T20 Ranking
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe