Advertisment

ପରିବର୍ତ୍ତନ ପରେ ସିରିଜ ବିଜୟ ପାଇଲା ପାକିସ୍ତାନ, ୯ ୱିକେଟରେ ଇଂଲଣ୍ଡକୁ ହରାଇଲା

ମୁଲତାନ ଟେଷ୍ଟ ଓ ରାୱଲପିଣ୍ଡି ଟେଷ୍ଟର ପ୍ରଥମ ଇନିଂସ ଭଳି ପାକିସ୍ତାନର ଦୁଇ ସ୍ପିନର ନୋମାନ ଅଲୀ ଓ ସାଜିଦ ଖାନ ଦ୍ୱିତୀୟ ଇନିଂସରେ ସମସ୍ତ ୧୦ ୱିକେଟ ଦଖଲ କରିଛନ୍ତି।

Pakistan

Pakistan

Advertisment

ପାକିସ୍ତାନ କ୍ରିକେଟ ଟିମର ଅପେକ୍ଷାରେ ଲାଗିଛି ବିରାମ। ୨୦୨୧ରୁ ଦଳ ଘରୋଇ ମାଟିରେ ଟେଷ୍ଟ ସିରିଜ ଜିତିବା ପାଇଁ ଯେଉଁ ସଂଘର୍ଷ କରୁଥିଲା, ସେଥିରେ ସଫଳତା ମିଳିଛି।

Advertisment

ଘରୋଇ ମାଟିରେ ପାକିସ୍ତାନ ୦-୧ ପଛରେ ଥାଇ ମଧ୍ୟ ୨-୧ରେ ଇଂଲଣ୍ଡ ବିପକ୍ଷ ସିରିଜ ଜିତିବାକୁ ସକ୍ଷମ ହୋଇଛି। ରାୱଲପିଣ୍ଡି ଟେଷ୍ଟକୁ ପାକିସ୍ତାନ ୯ ୱିକେଟରେ କବଜା କରି ଏପରି ସଫଳତା ପାଇଛି। ଦଳ ୨୦୨୧ରୁ ଘରୋଇ ମାଟିରେ କୌଣସି ପ୍ରକାରର ଟେଷ୍ଟ ସିରିଜ ଜିତିବାକୁ ସକ୍ଷମ ହୋଇ ନଥିଲା।

ମୁଲତାନ ଟେଷ୍ଟ ଓ ରାୱଲପିଣ୍ଡି ଟେଷ୍ଟର ପ୍ରଥମ ଇନିଂସ ଭଳି ପାକିସ୍ତାନର ଦୁଇ ସ୍ପିନର ନୋମାନ ଅଲୀ ଓ ସାଜିଦ ଖାନ ଦ୍ୱିତୀୟ ଇନିଂସରେ ସମସ୍ତ ୧୦ ୱିକେଟ ଦଖଲ କରିଛନ୍ତି।

Advertisment

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ପ୍ରଥମ ଇନିଂସରେ ମାତ୍ର ୨୬୭ ରନ କରି ଅଲଆଉଟ ହୋଇଯାଇଥିଲା। ଏହି ଇନିଂସରେ ନୋମାନ ୩ଟି ଓ ସାଜିଦ ୬ଟି ୱିକେଟ ନେଇଥିଲେ। ଅନ୍ୟତମ ସ୍ପିନର ଜାହିଦ ମହମ୍ମୁଦଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଥିଲା।

ଏହାର ଜବାବରେ ପାକିସ୍ତାନ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ସୌଦ ସକିଲଙ୍କ ୧୩୪, ନୋମାନ ଅଲୀଙ୍କ ୪୫ ଓ ସାଜିଦ ଖାନଙ୍କ ୪୮ ରନ ବଳରେ ପାକିସ୍ତାନ ପ୍ରଥମ ଇନିଂସରେ ୩୪୪ ରନ କରି ନେଇଥିଲା। ଏଥିସହ ଦଳକୁ ଗୁରୁତ୍ୱପୂର୍ଣ୍ଣ ୭୭ ରନର ଲିଡ୍‌ ମିଳିଥିଲା।

ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନ ହିଁ ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ଦଳ ୭୭ ରନ ପଛରେ ଥିବା ବେଳେ ଦ୍ୱିତୀୟ ଦିନର ଖେଳ ଶେଷ ବେଳକୁ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଇଂଲଣ୍ଡ ୨୪ ରନରେ ୩ ୱିକେଟ ହରାଇଥିଲା।

ଆଜି ପ୍ରଥମ ଘଣ୍ଟାରେ ହିଁ ନୋମାନ ଓ ସାଜିଦ ବାକି କାମ ସାରି ଦେଇଥିଲେ। ନୋମାନ ୬ଟି ଓ ସାଜିଦ ୪ଟି ୱିକେଟ ଦଖଲ କରିବାରୁ ଇଂଲଣ୍ଡ ମାତ୍ର ୧୧୨ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ପାକିସ୍ତାନକୁ ଐତିହାସିକ ବିଜୟ ପାଇଁ ୩୭ ରନର ଟାର୍ଗେଟ ମିଳିଥିଲା। ଏହାକୁ ପାକିସ୍ତାନ ଗୋଟିଏ ୱିକେଟ ହରାଇ ହାସଲ କରି ନେଇଛି।

ଶାନ ମସୁଦ ପାକିସ୍ତାନ ଟିମର ଟେଷ୍ଟ କ୍ୟାପ୍ଟେନ ହେବା ପରେ ଦଳ ପ୍ରଥମଥର ପାଇଁ କୌଣସି ସିରିଜ ଜିତିବାକୁ ସକ୍ଷମ ହୋଇଛି। ଦ୍ୱିତୀୟ ଟେଷ୍ଟ ଭଳି ତୃତୀୟ ଟେଷ୍ଟରେ ମଧ୍ୟ ପାକିସ୍ତାନ ସ୍ପିନରମାନେ ଦୁଇ ଇନିଂସର ଇଂଲଣ୍ଡର ୨୦ଟି ୱିକେଟରୁ ୧୯ଟି ଦଖଲ କରିଛନ୍ତି। ପ୍ରଥମ ଇନିଂସରେ ମହମ୍ମୁଦ କେବଳ ଗୋଟିଏ ୱିକେଟ ନେଇଛନ୍ତି।

ଶାନ ମସୁଦ ଗତବର୍ଷ ନଭେମ୍ବର ମାସରେ ପାକିସ୍ତାନ ଟେଷ୍ଟ ଟିମରେ ଅଧିନାୟକ ହୋଇଥିଲେ। ଏହାପରେ ଦଳ ଅଷ୍ଟ୍ରେଲିଆ ମାଟିରେ ୦-୩ରେ ଟେଷ୍ଟ ସିରିଜ ହାରିଥିଲା। ଏହାପରେ ଘରୋଇ ମାଟିରେ ଅପେକ୍ଷାକୃତ ବାଂଲାଦେଶ ଠାରୁ ୦-୨ ହାରିଥିଲା ପାକିସ୍ତାନ।

ଏହାକୁ ନେଇ ଦଳକୁ ତୀବ୍ର ସମାଲୋଚନା ହେବାକୁ ପଡ଼ିଥିଲା। ତଥାପି ସମାନ ଟିମ ଇଂଲଣ୍ତ ବିପକ୍ଷ ପ୍ରଥମ ଟେଷ୍ଟ ଖେଳିବାକୁ ମୁଲତନାରେ ଓହ୍ଲାଇଥିଲା। ପ୍ରଥମ ଇନିଂସରେ ପାକିସ୍ତାନ ୫୫୬ ରନ ବି କରିଥିଲା। ହେଲେ ଇଂଲଣ୍ଡ ଚମତ୍କାର ଢଙ୍ଗରେ ମ୍ୟାଚ୍‌ ଜିତି ପାକିସ୍ତାନକୁ ଆଉ ଏକ ଝଟକା ଦେଇଥିଲା।

ଏହି ପରାଜୟ ପରେ ଶାନ ମସୁଦଙ୍କ କ୍ୟାପ୍ଟେନ୍ସି ବିପଦରେ ପଡ଼ିଥିଲା। ଦଳରେ ଥିବା ଷ୍ଟାର ବ୍ୟାଟର ବାବର ଆଜମଙ୍କୁ ଠାରୁ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦି ଓ ନସିମ ଶାହଙ୍କ ଭଳି କ୍ରିକେଟରଙ୍କୁ ବିଶ୍ରାମ ନାଁରେ ଦ୍ୱିତୀୟ ଟେଷ୍ଟରୁ ବିଦା କରାଯାଇଥିଲା।

ଯୁବ ଖେଳାଳିଙ୍କୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସୁଯୋଗ ମିଳିଥିଲା। ଏବେ ସେମାନେ କମାଲ କରି ଟେଷ୍ଟ ସିରିଜକୁ ଜିତିବାକୁ ସକ୍ଷମ ହୋଇଛନ୍ତି।

Pakistan Cricket Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe