/odisha-reporter/media/media_files/2026/01/22/pakistan-2026-01-22-12-46-09.jpg)
ହ୍ୟାଣ୍ଡଶେକ ବିବାଦ
ବାରମ୍ବାର ଭାରତ ଠାରୁ ହାରୁଥିବା ପାକିସ୍ତାନ ଏବେ ନିରାଶ ହୋଇ ସବୁ ସୀମା ଟପି ଯାଇଛି। ଏସିଆ କପ ଫାଇନାଲରେ ଭାରତ ଠାରୁ ହାରି ମଧ୍ୟ ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହଶିନ ନକବୀ ଟ୍ରଫି ଚୋରି କରି ନେଇ ଯାଇଥିଲେ। ଏଯାଏ ଭାରତକୁ ସେ ଟ୍ରଫି ଫେରାଇ ନାହାନ୍ତି। ଏବେ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଭାରତ ବିରୋଧରେ ଆରମ୍ଭ କରାଯାଇଛି ପ୍ରଚାର।
ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟି-୨୦ ସିରିଜ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ପ୍ରସ୍ତୁତ କରିଛି ଗୋଟିଏ ପ୍ରୋମସନାଲ ଭିଡିଓ। ଏହି ଭିଡିଓରେ ପାକିସ୍ତାନ ନିଜର ଓ ନିଜ ଦେଶର ପ୍ରଶଂସା କରିବାକୁ ଆଦୌ ପଛାଇ ନାହିଁ। ଋଣରେ ଚଳୁଥିବା ପାକିସ୍ତାନ ପାଖରେ ପ୍ରବଳ ଅର୍ଥ ଥିବା ମଧ୍ୟ ପିସିବି ଭିଡିଓରେ ଦର୍ଶାଇଛି। ହେଲେ ଏହି ଭିଡିଓରେ ଏମିତି ଏକ ଦୃଶ୍ୟ ରହିଛି, ଯେଉଁଥିରେ ପିସିବି ସିଧାସଳଖ ଭାରତକୁ ଟାର୍ଗେଟ କରିଛି।
ଏସିଆ କପରେ ଭାରତୀୟ କ୍ରିକେଟ ଟିମ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାକୁ ମନା କରି ଦେଇଥିଲା। ଏହାକୁ ପୁଣି ତାଜା କରିଛି ପାକିସ୍ତାନ। ଭିଡିଓରେ ଜଣେ କାର ଡ୍ରାଇଭର ହ୍ୟାଣ୍ଡଶେଖ ବିବାଦ କଥା ଉଠାଇଛନ୍ତି। ଅଷ୍ଟ୍ରେଲିଆର ଜଣେ କ୍ରିକେଟ ଫ୍ୟାନଙ୍କୁ କାର ଡ୍ରାଇଭର କହୁଛନ୍ତି ଯେ “ଆପଣ ହ୍ୟାଣ୍ଡଶେକ କରିବାକୁ ଭୁଲି ଗଲେ। ବୋଧେ ଆପଣ ପଡ଼ୋଶୀଙ୍କ ପାଖରେ ବି ରହି ଆସିଛନ୍ତି।”
ପାକିସ୍ତାନର ଏପରି ଲଜ୍ଜାଜନକ ପ୍ରମୋସନାଲ ଭିଡିଓକୁ ସୋଶାଲ ମଡିଆରେ ତୀବ୍ର ସମାଲୋଚନା କରାଯାଇଛି। ତଥାପି ପାକିସ୍ତାନ ତା’ର ପ୍ରକୃତି ଛାଡ଼ି ନାହିଁ।
ଅଷ୍ଟ୍ରେଲିଆ ଟି-୨୦ ସିରିଜ ଖେଳିବାକୁ ପାକିସ୍ତାନ ଆସୁଥିବାରୁ ପିସିବି ପକ୍ଷରୁ ଏହି ପ୍ରମୋସନନାଲ ବିଜ୍ଞାପନ ଭିଡିଓ ତିଆରି କରାଯାଇଛି। ହେଲେ ଏହି ଭିଡିଓକୁ ନେଇ କ୍ରିକେଟ ଶିବର ବାହାରେ ବିବାଦ ଦେଖାଯାଇଛି।
କ୍ରିକେଟ ପାଇଁ ଭିଡିଓ ପ୍ରସ୍ତୁତ ହୋଇଥିଲେ ହେଁ ଏଥିରେ ପାକିସ୍ତାନ ନିଜର ମାର୍କେଟିଂ ଅଧିକ କରିଛି। ପାକିସ୍ତାନର ଆତିଥ୍ୟ, ରଙ୍ଗ ଓ ତୃଣମୂଳ ସ୍ତରର କ୍ରିକେଟକୁ ଏଥିରେ ପ୍ରଦର୍ଶିତ କରାଯାଇଛି। ପାକିସ୍ତାନକୁ ଧୀରେଧୀରେ ଅନ୍ତର୍ଜାତୀୟ କ୍ରିକେଟ ଫେରୁଥିବା ବେଳେ ପିସିବି ଜାଣିଶୁଣି ନିଜର ପ୍ରଚାର ପାଇଁ ଏପରି ଭିଡିଓ ପ୍ରସ୍ତୁତ କରିଛି।
“Handshake bhool gaye aap lagta hai ,padosiyon ke paas bhi rukay thay aap"
— junaiz (@dhillow_) January 21, 2026
PCB ABSOLUTELY COOKED INDIA IN THE PROMO FOR AUSTRALIA’S TOUR OF PAKISTAN 😂🔥
That's some content 👌pic.twitter.com/SaQWmCHVkG
ଆତଙ୍କବାଦୀଙ୍କ ଚରାଭୂଇଁ ପାକିସ୍ତାନ ପାଲଟିଥିଲେ ହେଁ ଭିଡିଓରେ ଅଷ୍ଟ୍ରେଲିୟୀ ପର୍ଯ୍ୟଟକ କେମିତି ରାସ୍ତାରେ ବିନା ସୁରକ୍ଷା ବୁଲୁଛନ୍ତି, ତା’କୁ ଦେଖାଯାଇଛି। ହେଲେ ଭିଡିଓର ଶେଷ ଭାଗରେ ଥିବା ଦୃଶ୍ୟକୁ ନେଇ ବେଶୀ ଚର୍ଚ୍ଚା।
ଭିଡିଓର ଶେଷ ଭାଗରେ ଜଣେ ପାକିସ୍ତାନୀ କାର ଡ୍ରାଇଭର ଅଷ୍ଟ୍ରେଲିୟୀ କ୍ରିକେଟ ଫ୍ୟାନଙ୍କୁ କଟାକ୍ଷ କରି ହ୍ୟାଣ୍ଡଶେକ ବିବାଦ କଥା କହୁଛନ୍ତି। ଯାହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
