ICC
ଇସଲାମାବାଦ: ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ଓ ଟି-୨୦ ସିରିଜ୍କୁ ସଂପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି। ଆଜିଠାରୁ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ରାୱଲପିଣ୍ଡରେ ଦିନିକିଆ ସିରିଜ ଆରମ୍ଭ ହେବାର ଥିଲା। କିନ୍ତୁ ଟସ୍ର ମାତ୍ର କିଛି ମିନିଟ୍ ପୂର୍ବରୁ ହିଁ ପାକିସ୍ତାନରେ ଖେଳାଳିଙ୍କ ଜୀବନ ପ୍ରତି ବିପଦ ଥିବା ଖବର ମିଳିଥିଲା।
ଏହି କାରଣରୁ ପୂରା ସିରିଜ୍କୁ ବନ୍ଦ କରିଦିଯାଇଛି। ସିରିଜ ବନ୍ଦ ହୋଇଯାଇଥିବାରୁ ଏବେ ନ୍ୟୁଜିଲ୍ୟାଣ୍ଡ ଖେଳାଳିମାନେ ମଧ୍ୟ ତୁରନ୍ତ ପାକିସ୍ତାନ ଛାଡ଼ିବେ। କେବଳ ସୁରକ୍ଷର ଦୃଷ୍ଟିରୁ ସିରିଜ୍ ବନ୍ଦ ହୋଇଥିବା ପିସିବି କହିଛି। ହେଲେ କେଉଁ ପ୍ରକାରର ସୁରକ୍ଷା ପ୍ରତି ବିପଦ ରହିଛି, ସେକଥା କୁହାଯାଇ ନାହିଁ।
ମିଳିଥିବା ସୂଚନା ଅନୁସାରେ, ଆଜି ପ୍ରଥମ ଦିନିକିଆ ଖେଳାଯିବାକୁ ଥିଲେ ହେଁ ନ୍ୟୁଜିଲ୍ୟାଣ୍ଡ ଖେଳାଳିମାନେ ସୁରକ୍ଷା ଦୃଷ୍ଟିକୋଣରୁ ପଡ଼ିଆକୁ ଓହ୍ଲାଇବାକୁ ମନା କରିଦେଇଥିଲେ। ହୋଟେଲ ନ ଛାଡ଼ିବାକୁ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ପକ୍ଷରୁ ଖେଳାଳିଙ୍କୁ ପରାମର୍ଶ ଦିଆଯାଇଥିଲା। ଖେଳାଳିଙ୍କ ଜୀବନ ପ୍ରତି ବିପଦ ଥିବା ମଧ୍ୟ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ପକ୍ଷରୁ ପିସିବିକୁ ଅବଗତ କରାଯାଇଥିଲା।
ଏଥିସହ ସିରିଜକୁ ତୁରନ୍ତ ବାତିଲ କରିବାକୁ କୁହାଯାଇଥିଲା। ଶେଷରେ ପିସିବି ଏଥିରେ ସହମତ ହୋଇଥିବା ଜଣାପଡ଼ିଛି। ଏବେ ନ୍ୟୁଜିଲ୍ୟାଣ୍ଡ ଖେଳାଳିଙ୍କୁ ସୁରକ୍ଷିତ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ବ୍ୟବସ୍ଥା କରାଯାଉଛି।
ସୂଚନାଯୋଗ୍ୟ, ପାକିସ୍ତାନ ସହ ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ୍ ପାଇଁ ନ୍ୟୁଜିଲ୍ୟାଣ୍ଡ ଏଠାକୁ ଆସିଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ବ୍ୟକ୍ତିଗତ ଭାବେ ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ଖେଳାଳିଙ୍କ ସୁରକ୍ଷାକୁ ନେଇ କଥା ହୋଇଥିଲେ। ପାକିସ୍ତାନରେ କୌଣସି ଖେଳାଳିଙ୍କୁ କ୍ଷତି ପହଞ୍ଚିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।
ଏହାପରେ ନ୍ୟୁଜିଲ୍ୟାଣ୍ଡ ଟିମ୍ ଏଠାକୁ ଆସିଥିଲା। କିନ୍ତୁ ଏଠାରେ ପୁଣି ଖେଳାଳିଙ୍କ ଜୀବନ ପ୍ରତି ବିପଦ ରହିଥିବା ନ୍ୟୁଜିଲ୍ୟାଣ୍ଡ ସରକାର ଆଲର୍ଟ ଜାରି କରିବାରୁ ସିରିଜ୍ ବାତିଲ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/09/ICC.jpg)