Advertisment

Asia Cup: ଭାରତ ବିପକ୍ଷ ଫାଇନାଲ ପୂର୍ବରୁ ବାବର ଆଜମଙ୍କୁ ଦଳକୁ ଆଣିବାକୁ ଚାହୁଁଥିଲା ପାକିସ୍ତାନ, କିନ୍ତୁ...

ଭାରତ ବିପକ୍ଷ ଗ୍ରୁପ ପର୍ଯ୍ୟାୟ ଓ ସୁପର ୪ ମ୍ୟାଚ୍‌ ହାରିବା ପରେ ପାକିସ୍ତାନ ଟିମ ମ୍ୟାନେଜମେଣ୍ଟର ଅକଳ ଗୁଡ଼ୁମ ହୋଇଯାଇଥିଲା। ଭାରତ ଠାରୁ ହାରିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ଦଳର ପୂର୍ବତନ କ୍ୟାପ୍ଟେନ ବାବର ଆଜମଙ୍କୁ ଏସିଆ କପ ସ୍କ୍ୱାଡରେ ସାମିଲ କରିବାକୁ ଉଦ୍ୟମ କରିଥିଲା।

author-image
Hemant Lenka
Babar

ବାବର ଆଜମ

ବାବର ଆଜମ(Babar azam) ଓ ମହମ୍ମଦ ରିଜୱାନ ଏବେ ପାକିସ୍ତାନ କ୍ରିକେଟ ଟିମର ଟି-୨୦ ସ୍କ୍ୱାଡ ବାହାରେ ରହିଛନ୍ତି। ଉଭୟଙ୍କୁ ଏସିଆ କପ ସ୍କ୍ୱାଡରୁ ବାଦ ଦିଆଯାଇଛି। କିନ୍ତୁ ଏବେ ବାବରଙ୍କୁ ନେଇ ଗୋଟିଏ ବଡ଼ ଖବର ପାକିସ୍ତାନୀ ମିଡିଆରେ ପ୍ରକାଶ ପାଇଛି।

Advertisment

ରିପୋର୍ଟ ଅନୁସାରେ ଭାରତ ବିପକ୍ଷ ଗ୍ରୁପ ପର୍ଯ୍ୟାୟ(Cricket) ଓ ସୁପର ୪ ମ୍ୟାଚ୍‌ ହାରିବା ପରେ ପାକିସ୍ତାନ ଟିମ ମ୍ୟାନେଜମେଣ୍ଟର ଅକଳ ଗୁଡ଼ୁମ ହୋଇଯାଇଥିଲା। ଭାରତ ଠାରୁ ହାରିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ଦଳର ପୂର୍ବତନ କ୍ୟାପ୍ଟେନ ବାବର ଆଜମଙ୍କୁ ଏସିଆ କପ ସ୍କ୍ୱାଡରେ ସାମିଲ କରିବାକୁ ଉଦ୍ୟମ କରିଥିଲା। ବିଶେଷ କରି ରବିବାର ଭାରତ ବିପକ୍ଷ ଫାଇନାଲ ପୂର୍ବରୁ ବାବରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବାକୁ ପିସିବି ଚାହୁଁଥିଲା।

ଏନେଇ ପିସିବି ପକ୍ଷରୁ ଏସିଆ କପ ୨୦୨୫ର ଆୟୋଜକଙ୍କୁ ଅନୁରୋଧ କରାଯାଇଥିଲା। ହେଲେ ଆୟୋଜକମାନେ ପାକିସ୍ତାନର ଅନୁରୋଧକୁ ଅଗ୍ରାହ୍ୟ କରିଛନ୍ତି। ଯଦି ଟୁର୍ଣ୍ଣାମେଣ୍ଟ ମଝିରେ ମୂଳ ସ୍କ୍ୱାଡରେ ଥିବା କୌଣସି ଖେଳାଳି ଆହତ ହୁଅନ୍ତି, ତା’ହେଲେ ନୂଆ ଖେଳାଳିଙ୍କୁ ସାମିଲ କରାଯାଇ ପାରିବ। ଏବେ ପାକିସ୍ତାନ ଟିମ ସହ ସେମିତି କିଛି ଘଟି ନଥିବାରୁ ପିସିବିର ‘ବାବର’ ଅନୁରୋଧକୁ ଆୟୋଜନମାନେ ଗ୍ରହଣ କରି ନଥିବା କ୍ରିକେଟ ପାକିସ୍ତାନରେ ପ୍ରକାଶ ପାଇଛି। 

Advertisment

ଏହି ରିପୋର୍ଟରେ ପାକିସ୍ତାନ(Pakistan) ଟି-୨୦ ଟିମର ଅଧିନାୟକ ସଲମାନ ଅଲୀ ଆଘାଙ୍କ ଭବିଷ୍ୟତକୁ ନେଇ ମଧ୍ୟ ବଡ଼ ଦାବି କରାଯାଇଛି। ଏଥିରେ କୁହାଯାଇଛି ଯେ ଏସିଆ କପ ପରେ ଦକ୍ଷିଣ ଆଫ୍ରିକା ଟି-୨୦ ପାଇଁ ଦଳ ଘୋଷଣା କରାଯିବ। ଏହି ସମୟରେ ବାବର ଆଜମ ଦଳକୁ କମବ୍ୟାକ କରିବେ।

ପାକିସ୍ତାନର ବ୍ୟାଟିଂ ଲାଇନ ଅପ ବାରମ୍ବାର ଫେଲ ମାରୁ ଥିବାରୁ ପିସିବି ପୁଣି ଟି-୨୦ରେ ବାବରଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ରହିଛି। ସେହିପରି ସଲମାନ ଆଘାଙ୍କ କ୍ୟାପ୍ଟେନ୍ସି ଓ ଦଳରେ ତାଙ୍କର ସ୍ଥାନକୁ ନେଇ ମଧ୍ୟ ପିସିବି ବିଚାର କରୁଥିବା ଜଣାପଡ଼ିଛି। ଏସିଆ କପ ପରେ ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ରିପୋର୍ଟରେ ଦାବି କରାଯାଇଛି। 

Pakistan Cricket Babar Azam