Advertisment

Pakistani Players: ନିଜ ଦେଶର ମିଛକୁ ବାରମ୍ବାର ପ୍ରଚାର କରିବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ପାକିସ୍ତାନୀ ଖେଳାଳି

ଫୁଟବଲ ଠାରୁ ଆରମ୍ଭ କରି କ୍ରିକେଟରେ ଭାରତ ଆଗରେ ମାଟି କାମୁଡ଼ୁଥିବା ପାକିସ୍ତାନୀ ଖେଳାଳି ଏବେ ନିଜ ଦେଶର ସେନା ଓ ଗଣମାଧ୍ୟମର ମିଛକୁ ପଡ଼ିଆରୁ ପ୍ରଚାର କରିବାରେ ଲାଗିଛନ୍ତି।

author-image
Hemant Lenka
Pakistan

ସନ୍ଧୁ ଓ ରୌଫ

ଗୋଟିଏ ମିଛକୁ ବାରମ୍ବାର କହିଲେ ଏହା ସତ ହୋଇଯିବ ବୋଲି ଆତଙ୍କୀସ୍ତାନ ପାକିସ୍ତାନ ଭାବି ନେଇଛି। ଖାସ ସେହି କାରଣ ପାଇଁ ଆତଙ୍କୀ ମାନସିକତା ରଖିଥିବା ପାକିସ୍ତାନର ଜଣଙ୍କ ଜଣେ ଅନ୍ତର୍ଜାତୀୟ ଖେଳାଳି ଭାରତ ବିରୋଧରେ ଅପପ୍ରଚାର କରିବାରେ ଲାଗିଛନ୍ତି।

Advertisment

ଫୁଟବଲ ଠାରୁ ଆରମ୍ଭ କରି କ୍ରିକେଟରେ ଭାରତ ଆଗରେ ମାଟି କାମୁଡ଼ୁଥିବା ପାକିସ୍ତାନୀ ଖେଳାଳି ଏବେ ନିଜ ଦେଶର ସେନା ଓ ଗଣମାଧ୍ୟମର ମିଛକୁ ପଡ଼ିଆରୁ ପ୍ରଚାର କରିବାରେ ଲାଗିଛନ୍ତି। ଭାରତ ବିପକ୍ଷ ରବିବାର ଏସିଆ କପ ମ୍ୟାଚ୍‌ରେ ପାକିସ୍ତାନର ଦ୍ରୁତ ବୋଲର ହାରି ରୌଫ ନିଜଦେଶ କରୁଥିବା ମିଛ ଦାବିକୁ ଦୋହରାଇ ଅପରେସନ୍ ସିନ୍ଦୂର ବେଳେ ଭାରତର ୬ଟି ଯୁଦ୍ଧ ବିମାନକୁ ଇସଲାମାବାଦ ଖସାଇ ଦେବାର ବାହାସ୍ଫୋଟ ମାରିଥିଲେ।

 ଅବଶ୍ୟ ଭାରତୀୟ ଫ୍ୟାନ୍ସ ରୌଫଙ୍କ ଏହି ମିଥ୍ୟା ପ୍ରଚାର ଓ ଉତ୍ତେଜିତ କରିବା ଭଳି ଇଙ୍ଗିତରେ ଆଦୌ ପ୍ରଭାବିତ ହୋଇ ନଥିଲେ। ଭାରତୀୟ ବ୍ୟାଟର ମଧ୍ୟ ନିଜ ଦକ୍ଷତା ଦେଖାଇ ପାକିସ୍ତାନକୁ ଦୁବାଇରେ ଦାବି ଥିଲେ।

Advertisment

ଏବେ ହରିଶଙ୍କ ୬-୦ ଇଙ୍ଗିତକୁ କପି କରିଛନ୍ତି ପାକିସ୍ତାନର ମହିଳା କ୍ରିକେଟର ନଶରା ସନ୍ଧୁ। ସୋମବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଲାହୋରର ଗଦାଫି ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ଦିନିକିଆରେ ନଶରା ଖେଳିଥିଲେ। ଏହି ମ୍ୟାଚ୍‌ରେ ସେ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ୬ ୱିକେଟ ନେବା ସହ ନିଜ ଦିନିକିଆ କ୍ୟାରିୟରରେ ୧୦୦ତମ ସଫଳତା ହାସଲ କରିଥିଲେ। 

ପଡ଼ିଆରେ ସେ କରିଥିବା ପ୍ରଦର୍ଶନକୁ ସମସ୍ତେ ପ୍ରଶଂସା କରିଥିବା ବେଳେ ସେ ଅଙ୍ଗୁଳିରେ ୬ ସଂଖ୍ୟା ପ୍ରଦର୍ଶନ କରିବା ବିବାଦ ସୃଷ୍ଟି କରିଛି। ସମ୍ଭବତଃ ଭାରତ ଠାରୁ ମାତ ଖାଇବା ପରେ ମନ ବୁଝି ନଥିବାରୁ ଇସଲାମାବାଦ ପ୍ରଚାର କରୁଥିବା ମିଛର ଶିକାର ସନ୍ଧୁ ମଧ୍ୟ ହୋଇଥିବା ଫ୍ୟାନ୍ସ ମତ ରଖିଛନ୍ତି।

ମ୍ୟାଚ୍‌ ପରେ ସନ୍ଧୁ ସୋଶାଲ ମିଡିଆରେ ନିଜର ଫଟୋ ପୋଷ୍ଟ କରିବା ସହ ହାତରେ ୬ ଦେଖାଉଛନ୍ତି। ସେ ଲେଖିଛନ୍ତି “ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ସହ ୧୦୦ତମ ୱିକେଟ କୀର୍ତ୍ତିମାନ ହାସଲ କରିବା ବାସ୍ତବରେ ବେଶ ସ୍ମରଣୀୟ। ମୁଁ ମୋ ପରିବାର, ଟିମର ସଦସ୍ୟ ଓ ସର୍ପୋଟ ଷ୍ଟାଫଙ୍କ ନିୟମିତ ସହଯୋଗ ପାଇଁ କୃତଜ୍ଞ।”

ତେବେ ସେ ଗୋଟିଏ ଫଟୋରେ ୬ଟି ଅଙ୍ଗୁଳି ଦେଖାଇବାକୁ ସହଜରେ ହଜମ କରି ନାହାନ୍ତି ଫ୍ୟାନ୍ସ। ସନ୍ଧୁଙ୍କ ୬ ଅଙ୍ଗୁଳି ପ୍ରଦର୍ଶନକୁ ସେମାନେ ହରିଶ ରୌଫଙ୍କୁ ୬-୦ ସଙ୍କେତ ସହ ଯୋଡ଼ିଛନ୍ତି। 

ସନ୍ଧୁ କିମ୍ବା ରୌଫ ନୁହନ୍ତି, ପାକିସ୍ତାନର ଯୁବ ଫୁଟବଲ ଖେଳାଳିମାନେ ମଧ୍ୟ ପଡ଼ିଆରେ ନିଜ ଦେଶ ମିଛକୁ ପ୍ରଚାର କରିବା ପାଇଁ ଭରପୂର ଉଦ୍ୟମ କରିଛନ୍ତି। ଭାରତ ବିପକ୍ଷ ସାଫ କପ ଫୁଟବଲ ମ୍ୟାଚ୍‌ରେ ପାକିସ୍ତାନର ଜଣେ ଖେଳାଳି ଗୋଲ କରିବା ପରେ ବିମାନ ଉଡ଼ାଣ କରି ଖସି ପଡ଼ୁଥିବାରୁ ଇଙ୍ଗିତ କରିଥିଲେ। ହେଲେ ଭାରତୀୟ ଖେଳାଳି ୩-୨ରେ ପାକିସ୍ତାନକୁ ଧୂଳି ଚଟାଇ ସେମାନଙ୍କ ତୋଡ଼ ଭାଙ୍ଗି ଦେଇଥିଲେ। 

ପାକିସ୍ତାନ ଆତଙ୍କୀସ୍ତାନରେ ପରିଣତ ହୋଇ ସାରିଥିଲେ ହେଁ ଏବେ ନିଜର ଅନ୍ତର୍ଜାତୀୟସ୍ତରର ଖେଳାଳିଙ୍କୁ ମିଛର ପ୍ରଚାର ପାଇଁ ବ୍ୟବହାର କରିବା ସମସ୍ତଙ୍କୁ ଚିକତ କରିଛି।

Pakistan Pakistan Cricket Haris Rauf Afro Asia Cup