Advertisment

ଭାରତରେ ବିଶ୍ୱକପ ମ୍ୟାଚ୍‌ ଖେଳିବାକୁ ମନା କରୁଛି ପାକିସ୍ତାନ!

ଯଦି ବିସିସିଆଇ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ ଖେଳିବା ପାଇଁ ଟିମ ଇଣ୍ଡିଆକୁ ପଠାଇବ ନାହିଁ, ତେବେ ପାକିସ୍ତାନ ମଧ୍ୟ ଦିନିକିଆ ବିଶ୍ୱକପ ଖେଳିବାକୁ ଆସିବ ନାହିଁ ବୋଲି ନିଷ୍ପତ୍ତି।

author-image
Hemant Lenka
Pakistan

Pakistan

ପୁଣିଥରେ ଭାରତକୁ ନାଲି ଆଖି ଦେଖାଇଲା ପାକିସ୍ତାନ। ଭାରତରେ ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ୨୦୨୩ର ମ୍ୟାଚ୍‌ ଖେଳିବାକୁ ପଛ ଘୁଞ୍ଚା ଦେଇଛି ପାକିସ୍ତାନ। ଯଦି ବିସିସିଆଇ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ ଖେଳିବା ପାଇଁ ଟିମ ଇଣ୍ଡିଆକୁ ପଠାଇବ ନାହିଁ, ତେବେ ପାକିସ୍ତାନ ମଧ୍ୟ ଦିନିକିଆ ବିଶ୍ୱକପ ଖେଳିବାକୁ ଆସିବ ନାହିଁ ବୋଲି ନିଷ୍ପତ୍ତି। ଏ ସମ୍ପର୍କରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ତା’ ବିଶ୍ୱକପ ମ୍ୟାଚ୍‌ ଗୁଡ଼ିକ ଭାରତ ବଦଳରେ ବାଂଲାଦେଶ କିମ୍ବା ଶ୍ରୀଲଙ୍କାରେ ଖେଳିବାକୁ ଚାହୁଁଛି। ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଦିନିକିଆ ବିଶ୍ୱକପ ଅନୁଷ୍ଠିତ ହେବ। ଭାରତ ଏହାର ଆୟୋଜନ ଦାୟିତ୍ୱ ପାଇଛି। କିନ୍ତୁ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ଆଇସିସିର ମୁଣ୍ଡବିନ୍ଧାର କାରଣ ସାଜିଛି। ସମ୍ଭବତଃ ଏହି କାରଣ ପାଇଁ ଆଇସିସି ଏଯାଏ ବିଶ୍ୱକପର ମ୍ୟାଚ୍‌ ସୂଚୀ ଜାରି କରିନାହିଁ।

ପାକିସ୍ତାନ କ୍ରିକେଟ ବୋର୍ଡର ସୂତ୍ରରେ କୁହାଯାଇଛି ଯେ “ହଁ ଆମେ ବିଶ୍ୱକପ ମ୍ୟାଚ୍‌ ପାଇଁ ଭାରତ ନ ଯିବାକୁ ବିଚାର କରୁଛୁ। ଯଦି ବିସିସିଆଇ ତା’ ଟିମକୁ ଏସିଆ କପ ପାଇଁ ପାକିସ୍ତାନ ଛାଡ଼ିବ ନାହିଁ, ତା’ହେଲେ ଆମେ ମଧ୍ୟ ଯେସାକୁ ତେସା ନୀତି ଆପଣାଇବୁ। ଆମେ ଚାହୁଁଛୁ ଯେ ବାଂଲାଦେଶ କିମ୍ବା ଶ୍ରୀଲଙ୍କା ଆମ ମ୍ୟାଚ୍‌ଗୁଡ଼ିକର ଆୟୋଜନ କରନ୍ତୁ। ଆମେ ସେଠାରେ ଖେଳିବାକୁ ଚାହୁଁଛୁ, ଭାରତରେ ନୁହେଁ।”

Advertisment

କିଛି ଦିନ ତଳେ ଖବର ମିଳିଥିଲା ଯେ ଭାରତ ତା’ର ଏସିଆ କପ ମ୍ୟାଚ୍‌ ଗୁଡ଼ିକ ପାକିସ୍ତାନ ବଦଳରେ ଗୋଟିଏ ନିରପେକ୍ଷ ଭେନ୍ୟୁରେ ଖେଳିବ। ଭାରତ କେବେ ହେଲେ ପାକିସ୍ତାନ ଯିବ ନାହିଁ। ଏପରି କି ଯଦି ଭାରତ ଓ ପାକିସ୍ତାନ ଫାଇନାଲରେ ପହଞ୍ଚନ୍ତି, ତା’ହେଲେ ମଧ୍ୟ ଉକ୍ତ ମ୍ୟାଚ୍ ନିରପେକ୍ଷ ଭେନ୍ୟୁରେ ଅନୁଷ୍ଠିତ ହେବ। ଏହି ଖବର ପ୍ରକାଶ ପାଇବା ପରେ ପାକିସ୍ତାନ ପକ୍ଷରୁ ଏପରି ପ୍ରତିକ୍ରିୟା ମିଳିଛି।

ସେହିପରି ଆହୁରି ଖବର ପ୍ରକାଶ ପାଇଥିଲା ଯେ ପାକିସ୍ତାନ ତା’ର ବିଶ୍ୱକପ ମ୍ୟାଚ୍‌ ଗୁଡ଼ିକ ଭାରତ ବଦଳରେ ପାକିସ୍ତାନରେ ଖେଳିବାକୁ ଚାହୁଁଛି। ବାଂଲାଦେଶର ପାଣିପାଗ ଭାରତ ସହ ପ୍ରାୟ ସମାନ। ତେଣୁ ପାକିସ୍ତାନ ସେଠାରେ ମ୍ୟାଚ୍‌ ଖେଳିବାକୁ ଆଲୋଚନା କରୁଛି।

ନିରପେକ୍ଷ ଭେନ୍ୟୁ କଥା ଦୁବାଇରେ ଅନୁଷ୍ଠିତ ହୋଇଥିବା ବୈଠକ ପରେ ସାମ୍ନାକୁ ଆସିଥିଲା। ତେବେ ଏସିଆ କପକୁ ନେଇ ଭାରତର ଆଭିମୁଖ୍ୟ ଓ ବିଶ୍ୱକପକୁ ନେଇ ପାକିସ୍ତାନର ଆଭିମୁଖ୍ୟ ସମ୍ପର୍କରେ ପରବର୍ତ୍ତୀ ସମୟରେ ଆଲୋଚନା ହେବ ବୋଲି କୁହାଯାଉଛି।

Bcci Pakistan India ICC