Advertisment

ଭାରତ ହାରିଲେ, ବାଂଲାଦେଶ କ୍ରିକେଟରଙ୍କ ସହ ଡେଟିଂରେ ଯିବେ ପାକ୍‌ ଅଭିନେତ୍ରୀ

ବାଂଲାଦେଶ ବିଶ୍ୱକପରେ ଭାରତ ଠାରୁ ପାକିସ୍ତାନର ପ୍ରତିଶୋଧ ନେଉ ବୋଲି ଅଭିନେତ୍ରୀ ସେହର ଶିନୱାରି ଆଶା କରିଛନ୍ତି।

Pakistan

Pakistan

Advertisment

ବିଶ୍ୱକପରେ ପାକିସ୍ତାନ ଚୀରପ୍ରତିଦ୍ୱନ୍ଦ୍ୱୀ ଭାରତ ଠାରୁ ଏକତରଫା ଭାବେ ୭ ୱିକେଟରେ ହାରିଛି। ଗତ ଶନିବାର ମ୍ୟାଚ୍‌ ଶେଷ ହୋଇଥିଲେ ହେଁ ପାକିସ୍ତାନ କ୍ରିକେଟର ଫ୍ୟାନ୍ସ ଏକଥାକୁ ଭୁଲି ପାରୁ ନାହାନ୍ତି।

Advertisment

ଭାରତକୁ ପାକିସ୍ତାନ ହରାଇ ପାରି ନଥିଲେ ହେଁ ଏବେ ସେଠାକାର ଜଣେ ଅଭିନେତ୍ରୀ ବାଂଲାଦେଶ ଉପରେ ସବୁ ଭରସା କରିଛନ୍ତି। ବାଂଲାଦେଶ ବିଶ୍ୱକପରେ ଭାରତ ଠାରୁ ପାକିସ୍ତାନର ପ୍ରତିଶୋଧ ନେଉ ବୋଲି ଅଭିନେତ୍ରୀ ସେହର ଶିନୱାରି ଆଶା କରିଛନ୍ତି।

ଏଥିସହ ବାଂଲାଦେଶକୁ ସେ ବୋଲ୍ଡ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଯଦି ଆସନ୍ତାକାଲି ବିଶ୍ୱକପ ମ୍ୟାଚ୍‌ରେ ବାଂଲାଦେଶ ଅପରାଜେୟ ଥିବା ଭାରତକୁ ହରାଇ ଦେବ, ତା’ହେଲେ ଶିନୱାରି ବାଂଲାଦେଶ ଟିମର ଜଣେ କ୍ରିକେଟରଙ୍କ ସହ ଡେଟିଂରେ ଯିବେ ବୋଲି ପ୍ରସ୍ତାବ ଦେଇଛନ୍ତି।

Advertisment

ସେ ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ “ଇନଶାଆଲ୍ଲା, ମୋ ବଙ୍ଗାଳି ବନ୍ଧୁ ପରବର୍ତ୍ତୀ ମ୍ୟାଚ୍‌ରେ ଆମର ପ୍ରତିଶୋଧ ନେବେ। ଯଦି ସେମାନେ ଭାରତକୁ ହରାଇ ଦେବେ, ତା’ହେଲେ ମୁଁ ଢାକାରେ ପହଞ୍ଚିବି। ସେଠାରେ ଜଣେ ବଙ୍ଗାଳି ପିଲା  ସହ ନିଶ୍ଚିତ ଭାବେ ଡିନର ଡେଟ୍‌ରେ ଯିବି। ଆମେ ଡିନରରେ ମାଛ ଖାଇବୁ।”

ଅନ୍ୟପକ୍ଷରେ ଶନିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ହୋଇଥିଲା। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୯୧ ରନରେ ଅଲଆଉଟ ହୋଇ ଯାଇଥିଲା।

ଭାରତ ଏହି ଟାର୍ଗେଟକୁ ବେଶ ସହଜରେ ୩ ୱିକେଟ ହରାଇ ହାସଲ କରି ନେଇଥିଲେ। ଏହା ଚଳିତ ବିଶ୍ୱକପରେ ଭାରତର କ୍ରମାଗତ ତୃତୀୟ ବିଜୟ ଥିଲା। ଭାରତ ଆସନ୍ତାକାଲି ପୁଣେରେ ବାଂଲାଦେଶକୁ ଭେଟିବ।

ICC ICC Men’s Cricket World Cup 2023 ICC World Cup 2023 ICC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe