Advertisment

Pakistanis Roast Pakistan : ‘ଟ୍ରଫି ଚୋର’ ପାକିସ୍ତାନର ଧଜିଆ ଉଡ଼ାଇଲେ ପାକିସ୍ତାନୀ: କହିଲେ ଭାରତ ଆମର ବାପା

ଫାଇନାଲରେ ହାରିବା ସତ୍ତ୍ୱେ ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହଶିନ ନକଭୀ ଭାରତର ବିଜୟ ଟ୍ରଫିକୁ ନିଜ ସହ ନେଇ ଚାଲି ଯାଇଛନ୍ତି। ନକଭୀଙ୍କ ଏପରି ହରକତକୁ ପୂରା ବିଶ୍ୱରେ କରାଯାଉଛି ନିନ୍ଦା।

Pakistan

ପାକିସ୍ତାନୀ

Advertisment

ଏସିଆ କପ(Asia Cup)ରେ ହାରିବା ସତ୍ତ୍ୱେ ଟ୍ରଫି ଚୋରି କରି ନେଇ ଯାଇଛି ପାକିସ୍ତାନ। ଟ୍ରଫି ଚୋର ପାକିସ୍ତାନ(Pakistan) ଫାଇନାଲରେ ଭାରତ ଆଗରେ ଧୂଳି ଚାଟିଛି। ପାକିସ୍ତାନକୁ ହରାଇ ରେକର୍ଡ ୯ମ ଥର ପାଇଁ ଏସିଆ କପ ଦଖଲ କରିଛି ଭାରତ। କିନ୍ତୁ ଫାଇନାଲ ଜିତିବା ସତ୍ତ୍ୱେ ଭାରତକୁ ମିଳିନି ବିଜୟ ଟ୍ରଫି।

Advertisment

ଫାଇନାଲରେ ହାରିବା ସତ୍ତ୍ୱେ ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହଶିନ ନକଭୀ ଭାରତର ବିଜୟ ଟ୍ରଫିକୁ ନିଜ ସହ ନେଇ ଚାଲି ଯାଇଛନ୍ତି। ନକଭୀଙ୍କ ଏପରି ହରକତକୁ ପୂରା ବିଶ୍ୱରେ କରାଯାଉଛି ନିନ୍ଦା। ଏସବୁ ଭିତରେ ଭାରତ ଠାରୁ ହାରିଥିବା ପାକିସ୍ତାନ ଟିମର ଧଜିଆ ଉଡ଼ାଇଛନ୍ତି ଖୋଦ ପାକିସ୍ତାନୀ।

ସୋଶାଲ ମିଡିଆରେ ପାକିସ୍ତାନୀ ସେମାନଙ୍କ ରାଗ ଓ ହତାଶ ଭାବକୁ ପ୍ରଦର୍ଶନ କରି ସଲମାନ ଅଲୀ ଆଘାଙ୍କ ଦଳକୁ କଟୁ ସମାଲୋଚନା କରିଛନ୍ତି। ବିଭିନ୍ନ ପାକିସ୍ତାନୀ ୟୁଟ୍ୟୁବର୍ସ ଓ ମିଡିଆ ଚ୍ୟାନେଲର କିଛି ଭିଡିଓ ଏବେ ସୋଶାଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

Advertisment

ଜଣେ ପାକିସ୍ତାନୀ କହୁଛନ୍ତି, “ଭାରତ ବିରୋଧରେ ଯଦି ପୂରା ପାକିସ୍ତାନ ବିଜୟ ଚାହିଁବ, ତଥାପି ଆମେ ପାରିବୁ ନାହିଁ। ଭାରତ ଆମର ବାପା ଓ ଆଗକୁ ମଧ୍ୟ ବାପା ହୋଇ ରହିବ। ଆମ ପିଢ଼ି ସେମାନଙ୍କୁ କେବେ ହେଲେ ହରାଇ ପାରିବେ ନାହିଁ। ଆମେ ସେମାନଙ୍କ ଚପଲର ସରି ମଧ୍ୟ ନୁହେଁ। ସେମାନେ ଆମ ସହ ହାତ ନ ମିଳାଇ ଉଚିତ କାମ କରିଛନ୍ତି।”

ଆଉ ଜଣେ ଫ୍ୟାନ କହିଛନ୍ତି, “ଆମେ ବାରମ୍ବାର ହତାଶ ହୋଇ ଚାଲିଛୁ। ଏହା ତୃତୀୟ ମ୍ୟାଚ୍ ଥିଲା। ଆଜି(ରବିବାର) ଆମର କିଛି ଆଶା ରହିଥିଲା। କିନ୍ତୁ ଏହା ସ୍ପଷ୍ଟ ହୋଇଛି ଯେ ଭାରତୀୟ ଟିମ ବହୁତ ଶକ୍ତିଶାଳୀ।”

ପାକିସ୍ତାନୀ ୟୁଟ୍ୟୁବର ଉମର ଅଫଜଲ ଗୋଟିଏ ଭିଡିଓରେ ଭାରତକୁ ନାଲି ଆଖି ଦେଖାଇ ଛେଚା ଖାଇଥିବା ପାକିସ୍ତାନୀ ଦ୍ରୁତ ବୋଲର ହାରିଶ ରୌଫଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ସେ କହିଛନ୍ତି, “ମୁଁ ଆରମ୍ଭରୁ କହି ଚାଲିଥିଲି ଯେ ହରିଶ ରୌଫ ହିଁ ପ୍ରଥମେ ହିଁ ବାଘଙ୍କୁ ଚିଡ଼ାଇଥିଲେ।” ଏଠାରେ ସେ ସୁପର ୪ରେ ସଞ୍ଜୁ ସାମସନଙ୍କୁ ଆଉଟ କରିବା ପରେ କରିଥିବା ଯୁଦ୍ଧ ବିମାନ ସଙ୍କେତର ଉଦାହରଣ ଦେଇଛନ୍ତି। ରବିବାର ମ୍ୟାଚ୍‌ରେ ୩.୪ ଓଭରରେ ବିନା ୱିକେଟରେ ୫୦ ରନ ଦେଇ କୌଣସି ୱିକେଟ ପାଇ ନାହାନ୍ତି। ତାଙ୍କୁ ତିଳକ ବର୍ମା ଓ ଶିବମ ଦୁବେ କଡ଼ା ପ୍ରହାର କରି ଭାରତର ବିଜୟକୁ ନିଶ୍ଚିତ କରିଥିଲେ। ତେଣୁ ତାଙ୍କ ଉପରେ ପାକିସ୍ତାନୀ ଅଧିକ ରାଗ ସୁଝାଇଛନ୍ତି।

ଆଉ ଜଣେ ଫ୍ୟାନ ମଧ୍ୟ ରୌଫଙ୍କ ଉତ୍ତେଜନାମୂଳକ ଇଙ୍ଗିତକୁ ତାଚ୍ଛଲ୍ୟ କରିଛନ୍ତି। ସେ କହିଛନ୍ତି, “ଆମେ ପାକିସ୍ତାନର ପ୍ରଦର୍ଶନରେ ବେଶ ମର୍ମାହତ। ଫରହାନ ସାହିବଜାଦା ଓ ଫଖର ଜମାନ ଦମଦାର ଆରମ୍ଭ ପାକିସ୍ତାନକୁ ଦେଇଥିଲେ। କିନ୍ତୁ ଏହାପରେ ଆମର ଗୋଟିଏ ପରେ ଗୋଟିଏ ୱିକେଟ ଯୁଦ୍ଧ ବିମାନ ଭଳି ଖସିବାରେ ଲାଗିଥିଲା। ଏହାକୁ ଦେଖି ଆମର ହୃଦୟ ଭାଙ୍ଗି ଯାଇଥିଲା।”

ପାକିସ୍ତାନ ଯେତେବେଳେ ବି ଭାରତ ସାମ୍ନା କଲା ସେତେବେଳେ ହାରିଲା ବୋଲି ଆଉ ଜଣେ ପାକିସ୍ତାନୀ କହିଛନ୍ତି। ସେ କହିଛନ୍ତି, “ଭାରତ ବିପକ୍ଷରେ ସେମାନେ ଖେଳିବା କ୍ଷଣି ଚାପ ଅନୁଭବ କରୁଛନ୍ତି। ସେମାନେ ଚାପକୁ ଠିକ ଭାବେ ଗ୍ରହଣ କରିପାରୁ ନାହାନ୍ତି। ପାକିସ୍ତାନ ତୁଳନାରେ ଭାରତୀୟ ଟିମ ବେଶ ଶାନ୍ତ ଓ ଆତ୍ମବିଶ୍ୱାସର ସହ ମ୍ୟାଚ ଖେଳୁଛି।”

ହତାଶ ହୋଇଥିବା ଆଉ ଜଣେ ପାକିସ୍ତାନୀ କ୍ରିକେଟ(Cricket) ପ୍ରେମୀ କହିଛନ୍ତି ଯେ ସେ ଆଉ ଏହି ଖେଳାଳିମାନଙ୍କୁ ଦେଖିବାକୁ ଚାହୁଁ ନାହାନ୍ତି। ଏହି ଖେଳାଳିମାନେ ଫ୍ୟାନ୍ସଙ୍କ ଭାବପ୍ରବଣ ସହ ଖେଳୁଥିବା ସେ କହିଛନ୍ତି।

ପୂର୍ବତନ ପାକିସ୍ତାନୀ କ୍ରିକେଟର ଡାନିଶ କାନେରିଆ ଏକ୍ସରେ ଯନ୍ତା ଭିତରେ ଗୋଟିଏ ଟିଭି ଥିବା ପୋଷ୍ଟକୁ ଶେୟାର କରି ପାକିସ୍ତାନକୁ କଟାକ୍ଷ କରିଛନ୍ତି। ପୂର୍ବରୁ ଭାରତ ଠାରୁ ହାରିବା ମାତ୍ରେ ପାକିସ୍ତାନୀ ଟିଭି ଭାଙ୍ଗିଥାଆନ୍ତି। ଏହାକୁ କଟାକ୍ଷ କରି ସେ ଏପରି ପୋଷ୍ଟ କରିଛନ୍ତି।

ଖାଲି ଏମାନେ ନୁହନ୍ତି, ଅନେକ ପାକିସ୍ତାନୀ ରବିବାର ଷ୍ଟାଡିୟମରେ ମ୍ୟାଚ ଦେଖିବା ପରେ ଦୁଃଖରେ କାନ୍ଦିଛନ୍ତି। କିଛି ଫ୍ୟାନ ପାକିସ୍ତାନ କ୍ରିକେଟ ବୋର୍ଡକୁ ମଧ୍ୟ ସମାଲୋଚନା କରିବାକୁ ପଛାଇ ନାହାନ୍ତି। 

Pakistan Cricket Asia Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe