Advertisment

ଭାରତ ପାଇଁ ପାକିସ୍ତାନରେ ପ୍ରାର୍ଥନା, ଆଗେଇ ଆସିଲେ କ୍ୟାପଟେନ୍

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ଲଗାତର ବଢ଼ିବାରେ ଲାଗିଛି। ଏଭଳି ଏକ ସଙ୍କଟ ସମୟରେ ସାରା ଦୁନିଆ ଭାରତକୁ ସହାୟତାର ହାତ ବଢ଼ାଇଛି। ଭାରତରେ କରୋନା ସ୍ଥିତିରେ କିପରି ସୁଧାର ଆସିବ, ସେଥିପାଇଁ ପାକିସ୍ତାନରେ ମଧ୍ୟ ପ୍ରାର୍ଥନା ଜାରି ରହିଛି। ପାକିସ୍ତାନର ନେତା ଓ କ୍ରିକେଟର୍ ଭାରତ ପାଇଁ ପ୍ରାର୍ଥନା କରୁଛନ୍ତି। ପାକିସ୍ତାନ କ୍ରିକେଟ୍ ଟିମର କ୍ୟାପଟେନ୍ ବାବର ଆଜମ ସୋଶାଲ ମିଡିଆ ଜରିଆରେ ଭାରତ ପାଇଁ ନିଜ ବାର୍ତ୍ତା ଦେଇଛନ୍ତି।   ବାବର ଲେଖିଛନ୍ତି, ‘ଏଭଳି […]

ଅଦ୍ୟତନ ହୋଇଛି
ଭାରତ ପାଇଁ ପାକିସ୍ତାନରେ ପ୍ରାର୍ଥନା, ଆଗେଇ ଆସିଲେ କ୍ୟାପଟେନ୍

babar-azam

Advertisment

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ଲଗାତର ବଢ଼ିବାରେ ଲାଗିଛି। ଏଭଳି ଏକ ସଙ୍କଟ ସମୟରେ ସାରା ଦୁନିଆ ଭାରତକୁ ସହାୟତାର ହାତ ବଢ଼ାଇଛି। ଭାରତରେ କରୋନା ସ୍ଥିତିରେ କିପରି ସୁଧାର ଆସିବ, ସେଥିପାଇଁ ପାକିସ୍ତାନରେ ମଧ୍ୟ ପ୍ରାର୍ଥନା ଜାରି ରହିଛି। ପାକିସ୍ତାନର ନେତା ଓ କ୍ରିକେଟର୍ ଭାରତ ପାଇଁ ପ୍ରାର୍ଥନା କରୁଛନ୍ତି। ପାକିସ୍ତାନ କ୍ରିକେଟ୍ ଟିମର କ୍ୟାପଟେନ୍ ବାବର ଆଜମ ସୋଶାଲ ମିଡିଆ ଜରିଆରେ ଭାରତ ପାଇଁ ନିଜ ବାର୍ତ୍ତା ଦେଇଛନ୍ତି।

Advertisment

ବାବର ଲେଖିଛନ୍ତି, 'ଏଭଳି କଠିନ ସମୟରେ ଭାରତବାସୀଙ୍କ ସହ ମୋର ପ୍ରାର୍ଥନା ରହିଛି। ବର୍ତ୍ତମାନ ସମୟରେ ସମସ୍ତେ ଏକଜୁଟ୍ ହେବାର ଦରକାର ଏବଂ ଏକାଠି ମିଶି ଭାରତ ପାଇଁ ପ୍ରାର୍ଥନା କରିବା ଦରକାର। ମୁଁ ସମସ୍ତଙ୍କୁ ଅପିଲ୍ କରୁଛି ଯେ ଏସଓପି ପାଳନ କରନ୍ତୁ, କାରଣ ଏହା ଆମର ସୁରକ୍ଷା ପାଇଁ ଦିଆଯାଇଛି। ଆମେ ଏକାଠି ମିଶିକ ଏହି କାମ କରିପାରିବା।'

https://twitter.com/babarazam258/status/1386666421434847233?s=20

ଏହା ପୂର୍ବରୁ ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର ଭାରତୀୟଙ୍କ ପାଇଁ ପ୍ରାର୍ଥନା କରିଥିଲେ। ଅଖତର ଭାରତର ସହାୟତା କରିବା ପାଇଁ ନିଜ ଦେଶବାସୀଙ୍କୁ ଅପିଲ୍ କରିଥିଲେ।

Advertisment

ଅଖତର ଏକ ଭିଡିଓ ଜାରି କରି କହିଥିଲେ, ଭାରତରେ ବର୍ତ୍ତମାନ ସ୍ଥିତି ବହୁତ ଖରାପ। ପ୍ରତିଦିନ ଲକ୍ଷାଧିକ ଲୋକେ ଆକ୍ରାନ୍ତ ହେଉଛନ୍ତି। କୌଣସି ସରକାର ପକ୍ଷେ ଏଭଳି ସ୍ଥିତିର ମୁକାବିଲା କରିବା କଷ୍ଟକର। ମୁଁ ନିଜ ଦେଶବାସୀ ଓ ପାକିସ୍ତାନ ସରକାରକୁ ଅପିଲ୍ କରୁଛି ଯେ ଆମର ଭାଇ ଓ ଭଉଣୀମାନେ ସମସ୍ୟାରେ ଅଛନ୍ତି। ସେମାନଙ୍କର ଯଥାସମ୍ଭବ ସହାୟତା କରନ୍ତୁ। ଅଖତରଙ୍କ ବ୍ୟତୀତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଓ ବିଦେଶ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି ମଧ୍ୟ ଭାରତ ପାଇଁ ଚିନ୍ତା ପ୍ରକଟ କରିଛନ୍ତି।

ସେହିପରି ଆଜି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ତଥା ବର୍ତ୍ତମାନ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ(କେକେଆର) ପକ୍ଷରୁ ଖେଳୁଥିବା ପ୍ୟାଟ କମିନ୍ସ ଭାରତ ସରକାରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ସେ ବିଭିନ୍ନ ହସ୍ପିଟାଲଗୁଡ଼ିକୁ ଠିକ୍‌ ଭାବେ ଅକ୍ସିଜେନ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ୫୦ ହଜାର ଡଲାରର ଆର୍ଥିକ ସହାୟତା ଦାନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe