/odisha-reporter/media/media_files/2026/02/13/abhishek-2026-02-13-17-01-51.jpg)
ଅଭିଷେକ ଶର୍ମା (ଫାଇଲ ଫଟୋ)
ବର୍ତ୍ତମାନ ଭାରତର ବିସ୍ଫୋରକ ଓପନର ଅଭିଷେକ ଶର୍ମା ଅସୁସ୍ଥ ରହିଛନ୍ତି। ଏହି କାରଣରୁ ସେ ଚଳିତ ଟି-୨୦ ବିଶ୍ୱକପ(T20 World Cup)ରେ ନାମିବିୟା ବିପକ୍ଷ ମ୍ୟାଚ୍ ଖେଳି ପାରିନାହାନ୍ତି। ସେ ଅସୁସ୍ଥ ଥିବାରୁ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଆସନ୍ତା ୧୫ ତାରିଖରେ ଖେଳିବେ କି ନାହିଁ ସ୍ପଷ୍ଟ ହୋଇନି।
କିନ୍ତୁ ସେ ବ୍ୟାଟିଂରେ କ’ଣ କରିପାରନ୍ତି, ସେକଥା ପୂରା ବିଶ୍ୱ ଜାଣିଛି। ଟି-୨୦ରେ ଅଭିଷେକ ଶର୍ମା ଏବେ ବିଶ୍ୱର ୧ନଂ ବ୍ୟାଟର। ତଥାପି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ମହମ୍ମଦ ଆମୀର ତାଙ୍କ ସମ୍ପର୍କରେ ଅପମାନସୂଚକ ବୟାନ ଦେଇଛନ୍ତି।
ମ୍ୟାଚ ଫିକ୍ସିଂ ପାଇଁ ଏକଦା ବ୍ୟାନ ହୋଇଥିବା ଆମୀର ସର୍ବସମ୍ମୁଖରେ ଅଭିଷେକ ଶର୍ମାଙ୍କୁ ବ୍ୟାଟର ବଦଳରେ ସ୍ଲଗର ବା ଆଖି ବୁଜି ବ୍ୟାଟ ବୁଲାଉଥିବା ଖେଳାଳି ବୋଲି କହି କଟାକ୍ଷ କରିଛନ୍ତି।
ପାକିସ୍ତାନୀ ଟିଭି ଚ୍ୟାନେଲର ଗୋଟିଏ ଆଲୋଚନାରେ ଆମୀର କହିଛନ୍ତି ଯେ ଅଭିଷେକ ଶର୍ମା ଫେଲ ହେବାର ସୁଯୋଗ ଅଧିକ। କାରଣ ସେ ଅତ୍ୟନ୍ତ ବିପଦଜନକ ଶୈଳୀର କ୍ରିକେଟ ଖେଳୁଛନ୍ତି। ସେହିପରି ସେ ଅଭିଷେକ ଶର୍ମାଙ୍କ ଟେକ୍ନିକାଲ ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
Muhammad Amir on Abhishek Sharma:
— Sheri. (@CallMeSheri1_) February 13, 2026
"Honestly, he's just a slogger. His chances of failure are high. He’s not a technically sound batsman. It’s not difficult to tackle such a batsman if you bowl on the body line. He will also struggle against slow balls." pic.twitter.com/6lsABj8sdl
ସେ କହିଛନ୍ତି, “ବର୍ତ୍ତମାନ ସୁଦ୍ଧା ମୁଁ ତାଙ୍କୁ ଯେତିକି ଦେଖିଛି ମୋତେ ଲାଗୁଛି ସେ ଜଣେ ସ୍ଲଗର। ସେ ପ୍ରତିଟି ବଲକୁ ଜୋରରେ ମାରିବାକୁ ଚେଷ୍ଟା କରନ୍ତି। ଯଦି କେଉଁ ଦିନ ବ୍ୟାଟରେ ବାଜିଗଲା ତ ଭଲ କଥା ନହେଲେ ନାହିଁ। ତାଙ୍କର ଫେଲ ହେବାର ଚାନ୍ସ ଯଥେଷ୍ଟ ଅଧିକ। ସେ ପ୍ରାୟ ୮ଟି ଇନିଂସରୁ ଗୋଟିଏରେ ସ୍କୋର କରନ୍ତି।
ଚେତନ ଆପଣ ତାଙ୍କ ସ୍କୋର ଦେଖିବେ ସେସବୁ ୧୦,୧୫, ୦ ଓ ୨୦। ମୁଁ ଭାବୁନି ସେ ଟେକ୍ନିକାଲି ବେଶ ଭଲ। ସେ କେବଳ ବ୍ୟାଟକୁ ଆଖି ବୁଜି ବୁଲାଉନ୍ତି।
ସେ କେବଳ କ୍ରିଜରେ ଛିଡ଼ା ହେଉଛନ୍ତି ଓ ଚାହୁଁଛନ୍ତି ପ୍ରତିଟି ବଲ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଆସୁ।
ଏହା ମୋର ମତ। ମୁଁ ଏହା ମଧ୍ୟ କହୁଛି ଯେ ଯଦି କେଉଁ ଦିନ ତାଙ୍କ ବ୍ୟାଟରେ ବାଜିଲା, ତା’ହେଲେ ସେ ବଡ଼ ସ୍କୋର କରିବା ଥୟ। ସେ ଅନ୍ୟ ଟିମକୁ ଆଘାତ ଦେଇପାରିବେ। କିନ୍ତୁ ସେ ବହୁତ ରିସ୍କ ଶୈଳୀର କ୍ରିକେଟ ଖେଳୁଛନ୍ତି।
ଆଉଟ ହେବାର ଚାନ୍ସ ଅଧିକ ରହୁଛି। ମୁଁ ତାଙ୍କୁ ସେହିଦିନ ପ୍ରକୃତ ବ୍ୟାଟର କହିବି ଯେଉଁଦିନ ବଲ ସ୍ୱଇଙ୍ଗ ହେଉଥିବ ଓ ଏହାକୁ ସେ ମୁବାକିଲା କରି ସମାନ ଶୈଳୀରେ ବାଉଣ୍ଡରୀ ମାରିବେ।”
ତେବେ ଆମୀରଙ୍କ ଏପରି ବୟାନକୁ ସୋଶାଲ ମିଡିଆରେ ଭାରତୀୟ ଫ୍ୟାନ୍ସ ସହଜରେ ଗ୍ରହଣ କରିନାହାନ୍ତି। ସେମାନେ ଆମୀର ଓ ପାକିସ୍ତାନକୁ କଟାକ୍ଷ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
