Advertisment

T20 World Cup: ଆଇସିସି-ବାଂଲାଦେଶ ବିବାଦ ମଧ୍ୟରେ ଧସେଇ ପଶିଲା ପାକିସ୍ତାନ, ଦେଖାଇ ହେଲା ଭଦ୍ରଲୋକି

ବାଂଲାଦେଶ ବିଶ୍ୱକପ ଖେଳିବାକୁ ଭାରତ ଆସିବ କି ନାହିଁ, ତା’ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ଆଜି ଆଇସିସିର ବୈଠକ ବସୁଛି। ଫେବୃଆରୀ ୭ରୁ ଭାରତ ଓ ଶ୍ରୀଲଙ୍କାରେ ଟି-୨୦ ବିଶ୍ୱକପ ମ୍ୟାଚ୍‌ ଆରମ୍ଭ ହେବ।

Pak

ପିସିବି ଅଧ୍ୟକ୍ଷ

Advertisment

ସୁରକ୍ଷାର ଆଳ ଦେଖାଇ ଭାରତରେ ଟି-୨୦ ବିଶ୍ୱକପ(T20 World Cup) ଖେଳିବାକୁ ମନା କରୁଥିବା ବାଂଲାଦେଶ କ୍ରିକେଟ ବୋର୍ଡର ସମର୍ଥନରେ ବାହାରିଛି ପାକିସ୍ତାନ। ବାଂଲାଦେଶ କ୍ରିକେଟ ବୋର୍ଡ ନିଜର ଟିମକୁ ବିଶ୍ୱକପ ଖେଳିବା ପାଇଁ ଭାରତ ନ ପଠାଇବା ନିଷ୍ପତ୍ତିରେ କୌଣସି ଭୁଲ ନାହିଁ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ କହିଛି। ଏଥିସହ ପାକିସ୍ତାନ କ୍ରିକେଟ ବୋର୍ଡ ବାଂଲାଦେଶର ମ୍ୟାଚ୍‌ଗୁଡ଼ିକ ଆୟୋଜନ କରିବାକୁ ପ୍ରସ୍ତୁତ ବୋଲି ମଧ୍ୟ ଆଇସିସିକୁ କହିଛି। 

Advertisment

ବାଂଲାଦେଶ ବିଶ୍ୱକପ ଖେଳିବାକୁ ଭାରତ ଆସିବ କି ନାହିଁ, ତା’ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ଆଜି ଆଇସିସିର ବୈଠକ ବସୁଛି। ଫେବୃଆରୀ ୭ରୁ ଭାରତ ଓ ଶ୍ରୀଲଙ୍କାରେ ଟି-୨୦ ବିଶ୍ୱକପ ମ୍ୟାଚ୍‌ ଆରମ୍ଭ ହେବ। ତେଣୁ ବାଂଲାଦେଶ ଯୋଗଦାନ ଉପରେ ଆଜି ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ବିଶ୍ୱକପରେ ବାଂଲାଦେଶ ତା’ର ଗ୍ରୁପ ପର୍ଯ୍ୟାୟ ମ୍ୟାଚଗୁଡ଼ିକ ମୁମ୍ବାଇ ଓ କୋଲକାତାରେ ଖେଳିବାକୁ ଧାର୍ଯ୍ୟ ହୋଇଛି। 

କିନ୍ତୁ ବାଂଲାଦେଶ କ୍ରିକେଟ ବୋର୍ଡ ନିଜ ସରକାରଙ୍କ କଥାରେ ଭାରତରେ ମ୍ୟାଚ୍‌ ଖେଳିବାକୁ ମନା କରୁଛି। ଭାରତ ବଦଳରେ ବାଂଲାଦେଶ ତା’ର ମ୍ୟାଚ୍‌ଗୁଡ଼ିକ ଶ୍ରୀଲଙ୍କାରେ ଖେଳିବାକୁ ଚାହୁଁଥିବା ଆଇସିସିକୁ କହିଛି। 

Advertisment

ଏସବୁ ଭିତରେ ପାକିସ୍ତାନ କ୍ରିକେଟ ବୋର୍ଡର ଗୋଟିଏ ସୂତ୍ରରେ କୁହାଯାଇଛି ଯେ “ପିସିବି ଗୋଟିଏ ଇ-ମେଲରେ ଆଇସିସିକୁ କହିଛି ଯେ ବାଂଲାଦେଶର ଦାବି ଯର୍ଥାର୍ଥ ଓ ଆଇସିସି ଏହାକୁ ଗ୍ରହଣ କରିବା କଥା। ଯଦି ବାଂଲାଦେଶର ମ୍ୟାଚ୍‌ଗୁଡ଼ିକ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବାରେ କିଛି ଅସୁବିଧା ରହିଛି, ତା’ହେଲେ ପାକିସ୍ତାନ ସେମାନଙ୍କର ସମସ୍ତ ମ୍ୟାଚ ଆୟୋଜନ କରିବାକୁ ପ୍ରସ୍ତୁତ ଅଛି।”

ମ୍ୟାଚ୍‌ ସ୍ଥାନାନ୍ତର ବିବାଦକୁ ନେଇ ବିସିବି ଓ ଆଇସିସି ଏକାଧିକ ଥର ବୈଠକ କରିଥିଲେ ହେଁ ଏଯାଏ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଗତ ସପ୍ତାହରେ ଢାକାରେ ହୋଇଥିବା ବୈଠକ ବେଳେ ବାଂଲାଦେଶ କୌଣସି ବି ପରିସ୍ଥିତିରେ ନିଜ ନିଷ୍ପତ୍ତିକୁ ବଦଳାଇବ ନାହିଁ ‍ବୋଲି କହିଛି। 

ଆଇସିସି ମଧ୍ୟ ଧାର୍ଯ୍ୟ ସୂଚୀ ଅନୁସାରେ ମ୍ୟାଚ୍‌ ହେବ ବୋଲି କହି ସାରିଛି। ଯଦି ବାଂଲାଦେଶ ଜାନୁଆରୀ ୨୧(ଆଜି) ସୁଦ୍ଧା କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନ ନେବ, ତା’ହେଲେ ବିଶ୍ୱକପରେ ଆଉ ଗୋଟିଏ ଟିମକୁ ସାମିଲ କରାଯିବ ବୋଲି ଆଇସିସି କହିଛି। ଏହାକୁ ନେଇ ବିବାଦ ଚରମ ସୀମାରେ ପହଞ୍ଚିଥିବା ବେଳେ ପିସିବି ଏଥିରେ ଧସେଇ ହୋଇ ପଶିଛି। 

T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe