Advertisment

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ପନ୍ତ

ନୂଆଦିଲ୍ଲୀ: ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ବଡ଼ ରେକର୍ଡ ଭାଙ୍ଗି ଦେଇଛନ୍ତି। ପନ୍ତ ଟେଷ୍ଟ କ୍ରିକେଟରେ ଦ୍ରୁତ ୧୦୦ ଶିକାର ହାସଲକାରୀ ଭାରତୀୟ ୱିକେଟ୍ କିପର ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ସେଞ୍ଚୁରିଅନ୍ ଟେଷ୍ଟରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ପନ୍ତ ଦକ୍ଷିଣ ଆଫ୍ରିକାର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ତେମ୍ବା ବାଭୁମାଙ୍କ କ୍ୟାଚ୍ ନେଇ ଏହି ରେକର୍ଡ ନିଜ ନାଁରେ କରିଛନ୍ତି। ପନ୍ତ ନିଜର ୨୬ତମ ଟେଷ୍ଟ (୫୦ତମ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଧୋନିଙ୍କ ରେକର୍ଡ ଭାଙ୍ଗିଲେ ପନ୍ତ

pant

ନୂଆଦିଲ୍ଲୀ: ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନିଙ୍କ ବଡ଼ ରେକର୍ଡ ଭାଙ୍ଗି ଦେଇଛନ୍ତି। ପନ୍ତ ଟେଷ୍ଟ କ୍ରିକେଟରେ ଦ୍ରୁତ ୧୦୦ ଶିକାର ହାସଲକାରୀ ଭାରତୀୟ ୱିକେଟ୍ କିପର ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ସେଞ୍ଚୁରିଅନ୍ ଟେଷ୍ଟରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି।

Advertisment

ପନ୍ତ ଦକ୍ଷିଣ ଆଫ୍ରିକାର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ତେମ୍ବା ବାଭୁମାଙ୍କ କ୍ୟାଚ୍ ନେଇ ଏହି ରେକର୍ଡ ନିଜ ନାଁରେ କରିଛନ୍ତି। ପନ୍ତ ନିଜର ୨୬ତମ ଟେଷ୍ଟ (୫୦ତମ ଇନିଂସ)ରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଧୋନି ୩୬ ଟେଷ୍ଟ ଖେଳି ୧୦୦ ଶିକାର ପୂରଣ କରିଥିଲେ। ତେଣୁ ପନ୍ତ ମ୍ୟାଚ୍ ମାମଲାରେ ଧୋନିଙ୍କୁ ବହୁତ ପଛରେ ପକାଇ ଦେଇଛନ୍ତି।

ଦକ୍ଷିଣ ଆଫ୍ରିକା ୱିକେଟ କିପର କ୍ୱିଣ୍ଟନ ଡି କକ୍ ଏହି ତାଲିକାରେ ସବୁଠାରୁ ଆଗରେ ଅଛନ୍ତି। ସେ ମାତ୍ର ୨୨ ଟେଷ୍ଟରେ ଶତକ ପୂରଣ କରିଛନ୍ତି। ପନ୍ତ ଟେଷ୍ଟ କ୍ରିକେଟରେ ୧୦୦ ଶିକାର ହାସଲ କରିବାରେ ଭାରତର ଷଷ୍ଠ ୱିକେଟ କିପର ହୋଇଛନ୍ତି। ତାଙ୍କ ପୂର୍ବରୁ ମହେନ୍ଦ୍ର ସିଂ ଧୋନି, ସୟଦ କିରମାନୀ, କିରଣ ମୋରେ, ନୟନ ମୋଙ୍ଗିଆ ଓ ଋଦ୍ଧିମାନ ସାହା ଏହି ଶତକ ପୂରଣ କରିସାରିଛନ୍ତି। ଧୋନି ଭାରତର ସବୁଠାରୁ ସଫଳ ୱିକେଟ୍ କିପର। ସେ ଟେଷ୍ଟ କ୍ରିକେଟରେ ମୋଟ ୨୯୪ ଶିକାର କରିଛନ୍ତି।

Advertisment

ଜାନୁଆରୀ ୨୦୨୧ରେ ପନ୍ତ କୌଣସି ଭାରତୀୟ ୱିକେଟ୍ କିପର ଭାବେ ଦ୍ରୁତ ୧ହଜାର ରନ୍ ପୂରଣ କରିଥିଲେ। ଏଥିସହ ସେ ଧୋନିଙ୍କ ରେକର୍ଡ ଭାଙ୍ଗି ଦେଇଥିଲେ।