Advertisment

କାହିଁକି ରାଗିଗଲେ ପନ୍ତ, ଫିଙ୍ଗି ଦେଲେ ବଲ୍‌

୬୩ତମ ଓଭରରେ ଇଂଲଣ୍ଡର ଅଧିନାୟକ ବେନ୍ ଷ୍ଟୋକ୍‌ସ ଓ ହ୍ୟାରୀ ବ୍ରୁକ୍ ବ୍ୟାଟିଂ କରୁଥିବା ବେଳେ ଏହି ଘଟଣା ଘଟିଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Rishabh Pant

Rishabh Pant

ରାଗି ଗଲେ ଋଷଭ ପନ୍ତ। ଫିଙ୍ଗି ଦେଲେ ବଲ୍‌। ଲିଡ୍ସରେ ଚାଲିଥିବା ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟର ତୃତୀୟ ଦିନର ପ୍ରଥମ ସେସନରେ ଘଟିଛି ଏହି ଘଟଣା। ଏହାର ଭିଡିଓ ସୋଶାଲ ମିଡିଆରେ ମଧ୍ୟ ଶେୟାର ହୋଇଛି।

Advertisment

ଉପ-ଅଧିନାୟକ ଋଷଭ ପନ୍ତ ବଲ୍‌ ନେଇ ଅମ୍ପାୟାରଙ୍କ ପାଖକୁ ଯାଇଥିଲେ ଓ ବଲ୍‌ଟି ତାଙ୍କ ହାତକୁ ବଢ଼ାଇ ତା’ର ଅବସ୍ଥା ଭଲ ନଥିବା କଥା କହିଥିଲେ।

ଅମ୍ପାୟାର ବଲ୍‌ଟିକୁ ଯାଞ୍ଚ କରି ଋଷଭଙ୍କୁ ଫେରାଇ ଦେଇଥିଲେ। ସେ ଋଷଭଙ୍କ ଦାବି ସହିତ ଏକମତ ହୋଇନଥିଲେ। ତଥାପି ଋଷଭ ତାଙ୍କୁ ବୁଝାଇବାକୁ ପ୍ରୟାସ କରିଥିଲେ। ହେଲେ ଅମ୍ପାୟାର ତାଙ୍କ ହାତକୁ ବଲ୍‌ଟିକୁ ବଢ଼ାଇ ଦେଇ ଆଗକୁ ଚାଲି ଯାଇଥିଲେ। ଋଷଭଙ୍କ ଅଙ୍ଗଭଙ୍ଗୀରୁ ଜଣାପଡ଼ୁଥିଲା ଯେ ଅମ୍ପାୟାର ଯାହା କହିଥିଲେ ସେଥିରେ ସେ ସନ୍ତୁଷ୍ଟ ନଥିଲେ ଓ ରାଗି ଯାଇଥିଲେ। ପରେ ସେ ବଲ୍‌ଟିକୁ ଫୋପାଡ଼ି ଦେଇ ଚାଲି ଯାଇଥିଲେ। ଏହା ଷ୍ଟାଡିୟମରେ ବସିଥିବା ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। 

Advertisment

୬୩ତମ ଓଭରରେ ଇଂଲଣ୍ଡର ଅଧିନାୟକ ବେନ୍ ଷ୍ଟୋକ୍‌ସ ଓ ହ୍ୟାରୀ ବ୍ରୁକ୍ ବ୍ୟାଟିଂ କରୁଥିବା ବେଳେ ଏହି ଘଟଣା ଘଟିଥିଲା।

ଏହାର ଦୁଇ ଓଭର ପରେ ଅଧିନାୟକ ଶୁବମନ ଗିଲ ବଲ୍ ପରିବର୍ତ୍ତନ କରିବା ପାଇଁ ଅମ୍ପାୟାରଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ତାଙ୍କ ଅନୁରୋଧକୁ ଅମ୍ପାୟାର ଅଗ୍ରାହ୍ୟ କରି ଦେଇଥିଲେ।  

ଶୁକ୍ରବାରଠାରୁ ଲିଡ୍ସରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ ଦଳ ୪୭୧ ରନ୍ କରି ଅଲ୍‌ ଆଉଟ୍ ହୋଇଛି। ଦଳର ୩ ଖେଳାଳି- ଯଶସ୍ୱୀ ଜୈସୱାଲ, ଅଧିନାୟକ ଶୁବମନ ଗିଲ ଓ ଉପ-ଅଧିନାୟକ ଋଷଭ ପନ୍ତ ଶତକ କରିଛନ୍ତି। ଜୈସୱାଲ ୧୦୧ ରନ୍ କରିଥିବା ବେଳେ ଗିଲ ୧୪୭ ଓ ପନ୍ତ ୧୩୪ ରନ୍ କରିଥିଲେ। ଖବର ଲେଖାଯିବା ସୁଦ୍ଧା ଇଂଲଣ୍ଡ ୭ ୱିକେଟ ହରାଇ ୪୧୬ ରନ୍ କରିଥିଲା।

Rishabh Pant INDvsENG