Advertisment

ଚିନ୍ତା ବଢ଼ାଇଲା ପନ୍ତଙ୍କ ଆଣ୍ଠୁ ସମସ୍ୟା, ଅଧାରୁ ଛାଡ଼ିଲେ ପଡ଼ିଆ

ବଲଟି ପନ୍ତ ଅସ୍ତ୍ରୋପଚାର କରିଥିବା ଆଣ୍ଠୁରେ ହିଁ ମାଡ଼ ହୋଇଛି। ଏଥିଯୋଗୁ ତାଙ୍କ ଆଣ୍ଠୁ ମଧ୍ୟ ଫୁଲି ଯାଇଛି।

Pant

Pant

Advertisment

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ବ୍ୟାକଫୁଟରେ ଥିବା ଟିମ ଇଣ୍ଡିଆ ପାଇଁ ଚିନ୍ତା ବଢ଼ାଇଲା ଖବର ସାମ୍ନାକୁ ଆସିଛି। ମ୍ୟାଚ ବେଳେ ଆହତ ହୋଇଛନ୍ତି ଋଷଭ ପନ୍ତ। ସେ କିପିଂ କରିଥିବା ବେଳେ ରବୀନ୍ଦ୍ର ଜାଡେଜାଙ୍କ ଗୋଟିଏ ବଲ ତାଙ୍କ ଆଣ୍ଠୁରେ ମାଡ଼ ହୋଇଥିଲା। ଏଥିପାଇଁ ତାଙ୍କୁ ମ୍ୟାଚ୍‌ ଅଧାରୁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା। ସେ ପଡ଼ିଆ ଛାଡ଼ିବା ବେଳେ ପ୍ରବଳ ଯନ୍ତ୍ରଣା ହେଉଥିବା, ତାଙ୍କ ମୁହଁରୁ ମଧ୍ୟ ଜଣାପଡ଼ୁଥିଲା।

Advertisment

ଦ୍ୱିତୀୟ ଦିନର ଖେଳ ଶେଷ ହେବା ପରେ ଅଧିନାୟକ ରୋହିତ ଶର୍ମା ଏ ସମ୍ପର୍କରେ ବଡ଼ ତଥ୍ୟ ଉପସ୍ଥାପନ କରିଛନ୍ତି। ବଲଟି ପନ୍ତ ଅସ୍ତ୍ରୋପଚାର କରିଥିବା ଆଣ୍ଠୁରେ ହିଁ ମାଡ଼ ହୋଇଛି। ଏଥିଯୋଗୁ ତାଙ୍କ ଆଣ୍ଠୁ ମଧ୍ୟ ଫୁଲି ଯାଇଛି। ତେବେ ପନ୍ତ ତୃତୀୟ ଦିନରେ ପଡ଼ିଆକୁ ଓହ୍ଲାଇବେ ବୋଲି ରୋହିତ ଆଶା ରଖିଛନ୍ତି।

ନ୍ୟୁଜିଲ୍ୟାଣ୍ଡ ଇନିଂସର ୩୭ତମ ଓଭରେ ପୂରା ଘଟଣା ଘଟିଥିଲା। ଓଭର ଦି ୱିକେଟ ବୋଲିଂ କରୁଥିବା ଜାଡେଜାଙ୍କ ଗୋଟିଏ ବଲ ବ୍ୟାଟରଙ୍କୁ ମିସ କରି କିପିଂ କରିଥିବା ପନ୍ତଙ୍କ ଆଣ୍ଠୁରେ ବାଜିଥିଲା। ଏହାପରେ ସେ ପଡ଼ିଆ ଛାଡ଼ିଥିଲେ ଓ ତାଙ୍କ ସ୍ଥାନରେ ଧ୍ରୁବ ଜୁରେଲ କିପିଂ କରିବାକୁ ଆସିଥିଲେ।

Advertisment

ବାମ ଆଣ୍ଠୁରେ ସେ ଲଗାଇଥିବା ନି କ୍ୟାପରେ ମାଡ଼ ହୋଇଥିଲେ। ୨୦୨୨ କାର ଦୁର୍ଘଟଣା ପରେ ସେ ଆଣ୍ଠୁର ଯେଉଁ ସ୍ଥାନରେ ଏକାଧିକ ଅପରେସନ କରିଥିଲେ, ସେଇଠାରେ ହିଁ ବଡ଼ ମାଡ଼ ହୋଇଥିଲା। ତେଣୁ ତାଙ୍କୁ ଖୁବ ଜୋରରେ ଯନ୍ତ୍ରଣା ଅନୁଭବ ହୋଇଥିଲା।

ରୋହିତ କହିଛନ୍ତି, “ଦୁର୍ଭାଗ୍ୟବଶତଃ ବଲଟି ତାଙ୍କ ନି କ୍ୟାପରେ ମାଡ଼ ହୋଇଥିଲା। ସେ ଯେଉଁ ସ୍ଥାନରେ ସର୍ଜରୀ କରିଥିଲେ, ସେଠାରେ ବଲ ମାଡ଼ ହୋଇଛି। ତେଣୁ ଆଣ୍ଠୁ ଫୁଲି ଯାଇଛି। ବର୍ତ୍ତମାନ ମାଂସପେଶୀରେ ସମସ୍ୟା ଦେଖାଯାଇଛି। ସମସ୍ୟାକୁ ଦୃଷ୍ଟିରେ ରଖି ଆମେ ରିସ୍କ ନେବାକୁ ଚାହିଁ ନଥିଲୁ।

ପନ୍ତ ମଧ୍ୟ ବଡ଼ ସର୍ଜରୀ ଯୋଗୁ ପନ୍ତ ମଧ୍ୟ ରିସ୍କ ନେବାକୁ ଚାହିଁ ନଥିଲେ। ତେଣୁ ତାଙ୍କୁ ପଡ଼ିଆ ବାହାରକୁ ଯିବାକୁ ପଡ଼ିଥିଲା। ଆଶା ଆଜି ରାତିରେ ସେ ଠିକ ହୋଇଯିବେ। ଆସନ୍ତାକାଲି ଆମେ ସମସ୍ତେ ତାଙ୍କୁ ପଡ଼ିଆରେ ଦେଖିବା।” ଭାରତ ତା’ ପ୍ରଥମ ଇନିଂସରେ ମାତ୍ର ୪୬ ରନ କରି ଅଲଆଉଟ ହୋଇଯାଇଛି। ପନ୍ତ ଏହା ମଧ୍ୟରୁ ୨୦ ରନ କରିଥିଲେ।

ଭାରତର ୪୬ ରନ ଜବାବରେ ନ୍ୟୁଜିଲ୍ୟାଣ୍ଡ ତା’ର ପ୍ରଥମ ଇନିଂସରେ ୩ ୱିକେଟ ହରାଇ ୧୮୦ ରନ କରିନେଇଛି।

Rishabh Pant Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe