Advertisment

ପନ୍ତଙ୍କ ଧୂଆଁଧାର ଶତକ, ଦକ୍ଷିଣ ଆଫ୍ରିକାକୁ ୨୧୨ ରନର ଟାର୍ଗେଟ୍

କେପ୍ ଟାଉନ୍: କେପ୍ ଟାଉନ୍ ଟେଷ୍ଟରେ ଜବରଦସ୍ତ ଶତକ ମାରିଛନ୍ତି ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ। ପନ୍ତଙ୍କ ଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୧୯୮ ରନ୍ କରି ଅଲଆଉଟ୍ ହୋଇଛି। ଏଥିସହ ଦକ୍ଷିଣ ଆଫ୍ରିକା ଆଗରେ ୨୧୨ ରନର ଟାର୍ଗେଟ୍ ଧାର୍ଯ୍ୟ କରିଛି ଭାରତ। ଭାରତ ପକ୍ଷରୁ ପନ୍ତ ମାତ୍ର ୧୩୯ ବଲରେ ୬ ଚୌକା ଓ ୪ ଛକା ସହ ଅପରାଜିତ ୧୦୦ ରନ୍ କରିଛନ୍ତି। ତେବେ ଅନ୍ୟ କୌଣସି […]

ଅଦ୍ୟତନ ହୋଇଛି
ପନ୍ତଙ୍କ ଧୂଆଁଧାର ଶତକ, ଦକ୍ଷିଣ ଆଫ୍ରିକାକୁ ୨୧୨ ରନର ଟାର୍ଗେଟ୍

pant

Advertisment

କେପ୍ ଟାଉନ୍: କେପ୍ ଟାଉନ୍ ଟେଷ୍ଟରେ ଜବରଦସ୍ତ ଶତକ ମାରିଛନ୍ତି ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ। ପନ୍ତଙ୍କ ଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୧୯୮ ରନ୍ କରି ଅଲଆଉଟ୍ ହୋଇଛି। ଏଥିସହ ଦକ୍ଷିଣ ଆଫ୍ରିକା ଆଗରେ ୨୧୨ ରନର ଟାର୍ଗେଟ୍ ଧାର୍ଯ୍ୟ କରିଛି ଭାରତ। ଭାରତ ପକ୍ଷରୁ ପନ୍ତ ମାତ୍ର ୧୩୯ ବଲରେ ୬ ଚୌକା ଓ ୪ ଛକା ସହ ଅପରାଜିତ ୧୦୦ ରନ୍ କରିଛନ୍ତି। ତେବେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ଇନିଂସ୍ ଖେଳିପାରିନାହାନ୍ତି।

Advertisment

ପ୍ରଥମ ଇନିଂସରେ ୧୩ ରନର ଅଗ୍ରଣୀ ହାସଲ କରିଥିବା ଭାରତ ଦ୍ୱିତୀୟ ପାଳିରେ ମଧ୍ୟ ନୈରାଶ୍ୟଜନକ ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ ୭୯ ରନର ଇନିଂସ୍ ଖେଳିଥିବା କ୍ୟାପଟେନ୍ ବିରାଟ୍ କୋହଲି ଧୀମା ବ୍ୟାଟିଂ କରି ମାତ୍ର ୨୯ ରନରେ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ଲୁଙ୍ଗି ଏନଗିଡି ଆଉଟ୍ କରିଥିଲେ। ପୂର୍ବଦିନର ଅପରାଜିତ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା (୯) ଓ ଆଉଟ୍ ଅଫ୍ ଫର୍ମ ଅଜିଙ୍କ୍ୟ ରାହାଣେ (୧) ପୁଣି ଫେଲ୍ ମାରିଥିଲେ।

ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ପନ୍ତ ଏକାକୀ ଭାରତ ପାଇଁ ଲଢ଼ିଥିବା ବେଳେ ତାଙ୍କୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସହଯୋଗ କରିନଥିଲେ। ପନ୍ତ ୧୩୩ ବଲରେ ନିଜର ଚତୁର୍ଥ ଟେଷ୍ଟ ଶତକ ପୂରଣ କରିଥିଲେ। ଦକ୍ଷିଣ ଆଫ୍ରିକାରେ ଏହା ତାଙ୍କର ପ୍ରଥମ ଶତକ। ଅନ୍ୟମାନଙ୍କ ମଧ୍ୟରେ ରବିଚନ୍ଦ୍ରନ୍ ଅଶ୍ୱିନ୍ (୭), ଶାର୍ଦ୍ଦୁଲ ଠାକୁର (୫), ଉମେଶ ଯାଦବ (୦), ମହମ୍ମଦ ଶାମି (୦), ଯଶପ୍ରୀତ ବୁମ୍ରା (୨) ନିରାଶ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ୍ ୪ଟି ୱିକେଟ୍ ନେଇଥିବା ବେଳେ କାଗିସୋ ରବାଡା ଓ ଏନଗିଡି ୩ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe