ଭାରତୀୟ ଟିମ ତୃତୀୟ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ ଠାରୁ ୨୫ ରନରେ ହାରି ଯାଇଛି ସତ। କିନ୍ତୁ ଭାରତ ପାଇଁ ୱିକେଟ କିପର ଋଷଭ ପନ୍ତ ଶେଷ ଯାଏ ଲଢ଼େଇ କରିଥିଲେ। ଏକଦା ୨୯ରେ ଭାରତ ୫ ୱିକେଟ ହରାଇଥିବା ବେଳେ ପନ୍ତ ମ୍ୟାଚ୍ର ମୋଡ ବଦଳାଇ ବିଜୟ ଆଡ଼କୁ ନେଇ ଯାଇଥିଲେ।
ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି ନ୍ୟୁଜିଲ୍ୟାଣ୍ଡ ଖେଳାଳିଙ୍କ ଛାତି ମଧ୍ୟ ଧଡ଼ଧଡ଼ ହୋଇ ଯାଇଥିଲେ। ସେ ୫୭ ବଲରେ ୯ ଚୌକା ଓ ଗୋଟିଏ ଛକା ବଳରେ ୬୪ ରନର ଇନିଂସ ଖେଳିଛନ୍ତି।
ସେ ଦଳକୁ ବିଜୟ ଆଡ଼କୁ ନେଉଥିବା ବେଳେ ଅତ୍ୟନ୍ତ ବିବାଦୀୟ ଢଙ୍ଗରେ ଏଜାଜ ପଟେଲଙ୍କ ବଲରେ ଆଉଟ ହୋଇଥିଲେ। ତେବେ ପନ୍ତ ତୃତୀୟ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଆଦୌ ଏକମତ ହୋଇ ନଥିଲେ। ତାଙ୍କୁ ଅମ୍ପାୟାର କ୍ୟାଚ୍ ଆଉଟ ଘୋଷଣା କରିଥିଲେ ହେଁ ପନ୍ତ ଅତ୍ୟନ୍ତ ନିରାଶ ହୋଇ ପଡ଼ିଆ ଚାଲିଥିଲେ।
ଏବେ ପନ୍ତଙ୍କ ବିବାଦୀୟ ଆଉଟକୁ ନେଇ ସୋଶାଲ ମିଡିଆରେ ବିତର୍କ ଆରମ୍ଭ ହୋଇଛି। ଅଲଟ୍ରା ଏଡେଜ ସିଷ୍ଟମକୁ ନେଇ ଦୁଇ ମତ ପ୍ରକାଶ ପାଇଛି।
ଭାରତର ୨୨ତମ ଓଭରରେ ପୂରା ଘଟଣା ଘଟିଥିଲା। ପନ୍ତ ବାମହାତୀ ସ୍ପିନର ଏଜାଜ ପଟେଲଙ୍କ ଗୋଟି ବଲକୁ ଆଗକୁ ଆସି ଡିଫେଣ୍ଡ କରିଥିଲେ। ବଲ୍ଟି ତାଙ୍କ ପ୍ୟାଡରେ ବାଜି ସିଧା ଉପରକୁ ଉଠିଥିଲା ଓ ୱିକେଟ କିପର ଟମ ବ୍ଲଣ୍ଡେଲଙ୍କ ଗ୍ଲୋବସରେ ପଡ଼ିଥିଲା। ନ୍ୟୁଜିଲ୍ୟାଣ୍ଡ ଖେଳାଳି ଅପିଲ କରିଥିଲେ ହେଁ ଅନଫିଲ୍ଡ ଅମ୍ପାୟାର ଆଉଟ ଦେଇ ନଥିଲେ। ଶେଷରେ ନ୍ୟୁଜିଲ୍ୟାଣ୍ଡ ନିଜ ପାଖରେ ବଞ୍ଚିଥିବା ଏକମାତ୍ର ରିଭ୍ୟୁକୁ ବ୍ୟବହାର କରିଥିଲା।
Very clear the deflection here. There's no controversy here.
— Rohit Sankar (@imRohit_SN) November 3, 2024
When bat is resting on the pad already, it's not going to show the spike. Impact causes spike. Anyway, clear deflection here.
Terrific umpiring under pressure 👌#INDvsNZ #RishabhPant pic.twitter.com/DKhHzgmfsY
ରିଭ୍ୟୁ ବେଳେ ସ୍ନିକୋ ମିଟରରୁ ଜଣାପଡ଼ିଥିଲା ଯେ ବଲଟି ପ୍ୟାଡ ନିକଟରେ ପହଞ୍ଚିବା ବେଳେ କିଛି ସ୍ପାଇକ ଦେଖାଯାଉଛି। ଏହି ସମୟରେ ତାଙ୍କ ବ୍ୟାଟ ମଧ୍ୟ ପ୍ୟାଡ ନିକଟରେ ଥିଲା। ବଲ ଅତିକ୍ରମ କରିବା ବେଳେ ପନ୍ତଙ୍କ ବ୍ୟାଟ ମଧ୍ୟ ସମାନ ସମୟରେ ପ୍ୟାଡରେ ମାଡ଼ ହୋଇଥିଲା।
ତେଣୁ ସ୍ନିକୋରେ ସ୍ପାଇକ ଦେଖାଯାଉଛି ବୋଲି ପନ୍ତ ଅନଫିଲ୍ଡ ଅମ୍ପାୟାରଙ୍କୁ ଜଣାଇବାକୁ ଚେଷ୍ଟା କରିଥିଲେ। ହେଲେ ତୃତୀୟ ଅମ୍ପାୟାର ଅନୁଭବ କରିଥିଲେ ଯେ ସ୍ପାଇକ ବ୍ୟାଟରେ ବଲ ମାଡ଼ ହେବା ଯୋଗୁ ହୋଇଛି। ତେଣୁ ସେ ପନ୍ତଙ୍କୁ ଆଉଟ ଘୋଷଣା କରିଥିଲେ।
ପନ୍ତ ଏପରି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିବା ସହ ଅତ୍ୟନ୍ତ ନିରାଶ ହୋଇ ପ୍ୟାଭିଲିୟନ ଫେରିଥିଲେ। ଡ୍ରେସିଂ ରୁମରେ ମଧ୍ୟ ସେ ବ୍ୟାଟରେ ବଲ ମାଡ଼ ହୋଇ ନଥିବା ସମସ୍ତଙ୍କୁ କହିଥିଲେ।
ଏପରି ବିବାଦୀୟ ନିଷ୍ପତ୍ତିକୁ ନେଇ ସୋଶାଲ ମିଡିଆରେ ଦୁଇ ମତ ପ୍ରକାଶ ପାଇଛି। କିଛି ପନ୍ତଙ୍କ ସପକ୍ଷରେ ଯୁକ୍ତି ରଖିଥିବା ବେଳେ ଆଉଟ କିଛି ଏହା ଆଉଟ ଥିଲା ବୋଲି କହିଛନ୍ତି। ଯେଉଁମାନେ ଏହା ଆଉଟ ଥିଲା ବୋଲି କହିଛନ୍ତି, ସେମାନେ ପନ୍ତଙ୍କ ୬୪ ରନର ଇନିଂସକୁ ମଧ୍ୟ ପ୍ରଶଂସା କରିଛନ୍ତି। ହେଲେ ଆଉ କିଛି ଫ୍ୟାନ୍ସ ସିଧାସଳଖ ତୃତୀୟ ଅମ୍ପାୟାରଙ୍କୁ କଟୁ ସମାଲୋଚନା କରିଛନ୍ତି।
Controversy! Little grey area once again. Did Pant get bat on that or not? Problem is when the ball passes the bat at exactly the same time a batter hits his pad snicko will pick up the noise. But how sure are we he hit it? I’ve always worried about this and here it happens at a…
— AB de Villiers (@ABdeVilliers17) November 3, 2024
ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଏବି ଡିଭିଲିୟର୍ସ ଖୋଲାଖୋଲି ଭାବେ ପନ୍ତଙ୍କୁ ସମର୍ଥନ କରିବା ସହ ଡିଆରଏସ୍ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। କାହିଁକି ହଟସ୍ପଟକୁ ଡିଆରଏସ୍ ବେଳେ ବ୍ୟବହାର କରାଯାଉ ନାହିଁ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।
ସେ କହିଛନ୍ତି, “ବିବାଦୀୟ। ପୁଣିଥରେ ଛୋଟ ଗ୍ରେ ଏରିୟା। ପନ୍ତଙ୍କ ବ୍ୟାଟ ବାଜି ଥିଲା କି ନାହିଁ? ସମସ୍ୟା ହେଲା, ଯେତେବେଳେ ବଲ୍ ବ୍ୟାଟକୁ ପାସ୍ କରୁଛି ସମାନ ସମୟରେ ଜଣେ ବ୍ୟାଟରଙ୍କ ବ୍ୟାଟ ପ୍ୟାଡରେ ମାଡ଼ ହେଉଛି। ସ୍ୱାଭାବିକ ଭାବେ ସ୍ନିକୋ ମିଟର ଶବ୍ଦକୁ କ୍ୟାପଚର କରୁଛି। କିନ୍ତୁ ଆମେ କେତେ ନିଶ୍ଚିତ ଯେ ସେ ବଲକୁ ହିଁ ହିଟ କରିଛନ୍ତି? ମୁଁ ସବୁବେଳେ ଏହାକୁ ନେଇ ଚିନ୍ତିତ। ଗୋଟିଏ ବଡ଼ ଟେଷ୍ଟ ମ୍ୟାଚ୍ରେ ଏପରି ନିଷ୍ପତ୍ତି ବେଶ ପ୍ରଭାବ ପକାଇ ଥାଏ। ହଟସ୍ପଟ କୁଆଡ଼େ ଗଲା?”
Fact is there must’ve been doubt. Surely you stay with on-field call then? Unless the 3rd Ump clearly saw a deviation? I’m not so sure.
— AB de Villiers (@ABdeVilliers17) November 3, 2024
And don’t get me wrong, I have no bias here, just pushing for consistent calls and good use of tech.
ପନ୍ତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୬ଟି ଇନିଂସରେ ୫୨.୨୦ ହାରରେ ୨୬୧ ରନ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୮୯.୬୯ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।