Delhi
ମୁମ୍ବାଇ: ପ୍ରଥମଥର ପାଇଁ ଆଇପିଏଲରେ ଅଧିନାୟକ ପଦ ସମ୍ଭାଳିଥିବା ଋଷଭ ପନ୍ତ ଟସ୍ ଜିତିଛନ୍ତି। ସେ ଟସ୍ ଜିତି ଶକ୍ତିଶାଳୀ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି। ଏହାର ଅର୍ଥ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ଫିଲ୍ଡିଂ କରିବ। ଦିଲ୍ଲୀର ନିୟମିତ ଅଧିନାୟକ ଶ୍ରେୟସ ଆୟର ଆହତ ହୋଇଥିବାରୁ ପନ୍ତ ଚଳିତ ସିଜିନ୍ରେ କ୍ୟାପ୍ଟେନଶିପ ପଦ ପାଇଛନ୍ତି। ନିଜର ପ୍ରଥମ ମ୍ୟାଚ୍ରେ ହିଁ ସେ ଟସ୍ ଜିତିଛନ୍ତି।
ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି। ବିନା ଦର୍ଶକରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ଦିଲ୍ଲୀ ପାଇଁ ଦୁଇ ଇଂଲଣ୍ଡ ଷ୍ଟାର କ୍ରିସ ୱକ୍ସ ଓ ଟମ କୁରାନ ଡେବ୍ୟୁ କରୁଛନ୍ତି। ୨୦୧୮ ଅଗଷ୍ଟ ପରେ ୱକ୍ସ ପ୍ରଥମଥର ଟି-୨୦ ଖେଳିବାକୁ ଯାଉଛନ୍ତି। ସେହିପରି ଅମିତ ମିଶ୍ରା ନିଜର ୧୦୦ତମ ଆଇପିଏଲ ମ୍ୟାଚ୍ ଖେଳିବାକୁ ଆଜି ଦିଲ୍ଲୀ ପକ୍ଷରୁ ମୁମ୍ବାଇ ପଡ଼ିଆକୁ ଓହ୍ଲାଇଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜିର ମ୍ୟାଚରେ କୁରାନ ବନାମ କୁରାନ ଦେଖିବାକୁ ମିଳିବ। କାରଣ ଚେନ୍ନାଇ ପଟେ ସାମ କୁରାନ ଥିବା ବେଳେ ଦିଲ୍ଲୀ ପଟେ ତାଙ୍କ ଭାଇ ଟମ୍ କୁରାନ ରହିଛନ୍ତି। ଦିଲ୍ଲୀ ପାଇଁ ଗତବର୍ଷ ଚମତ୍କାର ପ୍ରଦର୍ଶନ କରିଥିବା ଦୁଇ ଦ୍ରୁତ ବୋଲର କାଗିସୋ ରାବଡା ଓ ଅନରିଚ୍ ନୋର୍ଜେ କ୍ୱାରେଣ୍ଟାଇନରେ ଥିବାରୁ ଆଜିର ମ୍ୟାଚ୍ ଖେଳୁ ନାହାନ୍ତି। ସେହିପରି ଯୁବ ତାରକା ଅକ୍ଷର ପଟେଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ଦିଲ୍ଲୀର ୪ ବିଦେଶୀ ଖେଳାଳି ଭାବେ ମାର୍କସ ଷ୍ଟୋଇନିସ୍, ଶିମରନ ହେଟମେୟର, ୱକ୍ସ ଓ ଟମ୍ କୁରାନ ସ୍ଥାନ ପାଇଛନ୍ତି। ଏହାର ଅର୍ଥ ଷ୍ଟିଭ ସ୍ମିଥଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିନାହିଁ। ଦିଲ୍ଲୀ ପାଇଁ ଶିଖର ଧୱନଙ୍କ ସହ ପୃଥ୍ୱୀ ଶ’ ହିଁ ଇନିଂସ୍ ଆରମ୍ଭ କରିବେ। ମଧ୍ୟକ୍ରମେ ଅଜିଙ୍କ୍ୟ ରାହଣେ, ଋଷଭ ପନ୍ତ ଓ ଷ୍ଟୋଇନିସ୍ ରହିଛନ୍ତି। ମିଶ୍ରାଙ୍କ ସହ ସ୍ପିନ ବାହିନୀରେ ଅଭିଜ୍ଞ ରବି ଅଶ୍ୱିନ ରହିଛନ୍ତି।
/odisha-reporter/media/post_attachments/media/Eyndyf4WUAQNr7a.jpeg)
ଚେନ୍ନାଇ କଥା ବିଚାରକୁ ନେଲେ, ମୋଇନ ଅଲୀ ଦଳ ପକ୍ଷରୁ ଡେବ୍ୟୁ କରିବେ। ତାଙ୍କ ବ୍ୟତୀତ ଫାଫ ଡୁପ୍ଲେସିସ୍, ଡ୍ୱେନ ବ୍ରାଭୋ ଓ ସାମ କୁରାନ ୪ ବିଦେଶୀ ଖେଳାଳି ଭାବେ ଚୂଡ଼ାନ୍ତ ଏକାଦଶରେ ରହିଛନ୍ତି। ସେହିପରି ଗତ ଆଇପିଏଲ ଖେଳି ନଥିବା ସୁରେଶ ରାଇନା ପୂର୍ବଭଳି ୩ନଂରେ ବ୍ୟାଟିଂ କରିବେ। ଡୁପ୍ଲେସିସିଙ୍କ ସହ ଋତୁରାଜ ଗାଏକ୍ୱାଡ ଇନିଂସ ଆରମ୍ଭ କରିବେ। ଟିମ୍ରେ ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଡାଜେଜା, ଶାର୍ଦ୍ଦୁଲ ଠାକୁର ଓ ଦୀପକ ଚହର ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/04/Delhi-3.jpg)