Advertisment

IPL Auction 2026: ଆଇପିଏଲରେ ସାଂସଦ ପପୁ ଯାଦବଙ୍କ ପୁଅ, କିଣିଲା ଏହି ଦଳ

ସାର୍ଥକ ରଞ୍ଜନ ବିହାରର ହୋଇଥିଲେ ହେଁ ସେ ଦିଲ୍ଲୀ ପକ୍ଷରୁ ଘରୋଇ କ୍ରିକେଟ ଖେଳୁଛନ୍ତି। ତାଙ୍କୁ କୋଲକାତା ବେସ୍‌ ପ୍ରାଇସ ୩୦ ଲକ୍ଷ ଟଙ୍କାରେ କିଣିଛି। ସେ ମଧ୍ୟ ପ୍ରଥମଥର ଆଇପିଏଲରେ ସ୍ଥାନ ପାଇଛନ୍ତି।

Pappu Yadav

ସାର୍ଥକ ଓ ପପୁ ଯାଦବ (ଫାଇଲ ଫଟୋ)

Advertisment

ଆଇପିଏଲ(IPL Auction)ରେ ବିହାରର ସ୍ୱାଧୀନ ସାଂସଦ ପପୁ ଯାଦବଙ୍କ ପୁଅ। ମଙ୍ଗଳବାର ଅନୁଷ୍ଠିତ ମିନି ଅକ୍ସନରେ ପପୁ ଯାଦବ ଓରଫ ରାଜେଶ ରଞ୍ଜନଙ୍କ ପୁଅ ସାର୍ଥକ ରଞ୍ଜନଙ୍କୁ କିଣିଛି କୋଲକାତା ନାଇଟ ରାଡର୍ସ।

Advertisment

ମିନି ଅକ୍ସନରେ କୋଲକାତା ନାଇଟ ରାଇଡର୍ସ ମୋଟ ୧୩ ଜଣ ଖେଳାଳିଙ୍କୁ କିଣିଛି। ଦଳ ଅଷ୍ଟ୍ରେଲୀୟ ଅଲରାଉଣ୍ଡର କାମେରୁନ ଗ୍ରୀନଙ୍କୁ ରେକର୍ଡ ୨୫.୨୦ କୋଟି ଟଙ୍କାରେ କିଣିଛି। ଦଳ ୬୪.୩୦ କୋଟି ଧରି ଅକ୍ସନକୁ ଆସିଥିବା ବେଳେ ଗ୍ରୀନଙ୍କୁ ମିଶାଇ ମୋଟ ୧୩ ଜଣଙ୍କୁ କିଣିଛି। ଏହି ୧୩ ଜଣଙ୍କ ମଧ୍ୟରେ ଘରୋଇ କ୍ରିକେଟରେ ଛାପ ଛାଡ଼ିଥିବା ସାର୍ଥକ ରଞ୍ଜନ ରହିଛନ୍ତି। 

ସାର୍ଥକ ରଞ୍ଜନ ବିହାରର ହୋଇଥିଲେ ହେଁ ସେ ଦିଲ୍ଲୀ ପକ୍ଷରୁ ଘରୋଇ କ୍ରିକେଟ ଖେଳୁଛନ୍ତି। ତାଙ୍କୁ କୋଲକାତା ବେସ୍‌ ପ୍ରାଇସ ୩୦ ଲକ୍ଷ ଟଙ୍କାରେ କିଣିଛି। ସେ ମଧ୍ୟ ପ୍ରଥମଥର ଆଇପିଏଲରେ ସ୍ଥାନ ପାଇଛନ୍ତି। ପୁଅ ଆଇପିଏଲରେ ସ୍ଥାନ ପାଇବାରୁ ବାପା ପପୁ ଯାଦବ ବେଶ ଉତ୍ସାହିତ ହୋଇ ପଡ଼ିଛନ୍ତି। ସେ ନିଜର ଇମୋସନ ଓ ଶୁଭେଚ୍ଛା ବାର୍ତ୍ତାକୁ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। 

Advertisment

ସେ ଲେଖିଛନ୍ତି, “ଶୁଭେଚ୍ଛେ ପୁଅ। ପୂରା ଜମେଇକି ଖେଳ ଓ ନିଜର ପ୍ରତିଭା ବଳରେ ନିଜର ପରିଚୟ ସୃଷ୍ଟି କରେ। ନିଜର ଇଚ୍ଛାକୁ ପୂରଣ କରେ। ଏବେ ସାର୍ଥକ ନାଁରେ ଆମର ପରିଚୟ ତିଆରି ହେବ।” 

ଘରୋଇ କ୍ରିକେଟରେ ସାର୍ଥକଙ୍କ ପ୍ରଦର୍ଶନ 

ସାର୍ଥକ ଦିଲ୍ଲୀ ପାଇଁ ଘରୋଇ କ୍ରିକେଟ ଖେଳୁଛନ୍ତି। ଏଯାଏ ସେ ୨ଟି ପ୍ରଥମ ଶ୍ରେଣର, ୪ଟି ଲିଷ୍ଟ ଏ ଓ ୫ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୯.୩୩ ବ୍ୟାଟିଂ ହାରରେ କେବଳ ୨୮ ରନ କରିଛନ୍ତି। ଲିଷ୍ଟ ଏରେ ତାଙ୍କ ବ୍ୟାଟିଂ ହାର ୨୬.୨୫ ଓ ମୋଟ ରନ ୧୦୫। ଟି-୨୦ କ୍ରିକେଟରେ ବ୍ୟାଟିଂ ହାର ୧୩.୨୦ ରହିଥିବା ବେଳେ ସେ ମାତ୍ର ୬୬ ରନ କରିଛନ୍ତି। ତଥାପି ତାଙ୍କ ଉପରେ କୋଲକାତା ଭରସା ଦେଖାଇ ୩୦ ଲକ୍ଷ ଟଙ୍କାର କିଣିଛି। ୨୯ ବର୍ଷୀୟ ସାର୍ଥକ ରଞ୍ଜନ କ୍ରିକେଟ ମୈଦାନରେ କିଛି କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି। 

ଅନ୍ୟପକ୍ଷରେ କୋଲକାତା ୨୫.୨୦ କୋଟି ଟଙ୍କାରେ ଗ୍ରୀନଙ୍କୁ କିଣିଥିବା ବେଳେ ୧୮ କୋଟିରେ ମଥିଶା ପଥିରାଣା, ୯.୨୦ କୋଟିରେ ମୁସ୍ତାଫିଜୁର ରହମନ, ୩ କୋଟିରେ ତେଜସ୍ୱୀ ସିଂହ, ୨ କୋଟିରେ ଫିନ ଆଲେନ, ୧.୫୦ କୋଟିରେ ଟିମ ସେଇଫର୍ଟ, ୭୫ ଲକ୍ଷରେ ରାହୁଲ ତ୍ରିପାଠୀ, ୩୦ ଲକ୍ଷରେ କାର୍ତ୍ତିକ ତ୍ୟାଗୀ, ୩୦ ଲକ୍ଷରେ ଦକ୍ଷ କାମରେ, ୩୦ ଲକ୍ଷରେ ସାର୍ଥକ ରଞ୍ଜନ, ୩୦ ଲକ୍ଷରେ ପ୍ରଶାନ୍ତ ସୋଲାଙ୍କି, ୧ କୋଟିରେ ଆକାଶଦୀପ ଓ ୨ କୋଟି ଟଙ୍କାରେ ରଚିନ ରବୀନ୍ଦ୍ରଙ୍କୁ ନିଜ ସହ ସାମିଲ କରିଛି। 

ପୂର୍ବରୁ ଦଳ ନିଜ ପାଖରେ ଅଜିଙ୍କ୍ୟ ରାହାଣେ, ସୁନିଲ ନାରିନ, ରିଙ୍କୁ ସିଂହ, ଅଙ୍ଗକ୍ରିଶ ରଘୁବଂଶୀ, ମନୀଷ ପାଣ୍ଡେ, ବରୁଣ ଚକ୍ରବର୍ତ୍ତୀ, ରମଣଦୀପ ସିଂହ, ଅଙ୍କୁଲ ରୟ, ରୋଭମାନ ପାୱେଲ, ହର୍ଷିତ ରାଣା, ବୈଭବ ଅରୋରା ଓ ଉମ୍ରାନ ମଲିଙ୍କୁ ରଖିଥିଲା। 

IPL IPL Auction
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe