Advertisment

ଅଲ୍ ଓଡ଼ିଶା ଅଣ୍ଡର୍-୧୪ କ୍ରିକେଟ୍: ଓସ୍କାରକୁ ହରାଇ ସେମିରେ ପାରାମାଉଣ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ବଳରେ ପାରାମାଉଣ୍ଟ ସ୍ପୋର୍ଟିଂ ୯ ୱିକେଟରେ ଓସ୍କାର କ୍ଲବକୁ ହରାଇ ଚଳିତ ଅଲ ଓଡ଼ିଶା ଅଣ୍ଡର୍-୧୪ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଆଜି ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ତୃତୀୟ କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ଓସ୍କାର ଟସ୍ ଜିତି ପ୍ରଥମେ ବ୍ୟାଟିଂ ୨୧.୩ ଓଭରରେ ୫୭ ରନ୍ କରି ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଆୟୂଷ ମହାପାତ୍ର ୧୬, ଅଭିଷେକ ସାହୁ ୧୬ ଓ ଆଶୁତୋଷ ପରିଡା ୮ […]

ଅଲ୍ ଓଡ଼ିଶା ଅଣ୍ଡର୍-୧୪ କ୍ରିକେଟ୍: ଓସ୍କାରକୁ ହରାଇ ସେମିରେ ପାରାମାଉଣ୍ଟ

LLCC

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ବଳରେ ପାରାମାଉଣ୍ଟ ସ୍ପୋର୍ଟିଂ ୯ ୱିକେଟରେ ଓସ୍କାର କ୍ଲବକୁ ହରାଇ ଚଳିତ ଅଲ ଓଡ଼ିଶା ଅଣ୍ଡର୍-୧୪ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଆଜି ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ତୃତୀୟ କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ଓସ୍କାର ଟସ୍ ଜିତି ପ୍ରଥମେ ବ୍ୟାଟିଂ ୨୧.୩ ଓଭରରେ ୫୭ ରନ୍ କରି ଅଲଆଉଟ୍ ହୋଇଥିଲା।

Advertisment

ଦଳ ପକ୍ଷରୁ ଆୟୂଷ ମହାପାତ୍ର ୧୬, ଅଭିଷେକ ସାହୁ ୧୬ ଓ ଆଶୁତୋଷ ପରିଡା ୮ ରନ୍ କରିଥିଲେ। ପାରାମାଉଣ୍ଟ ସ୍ପୋର୍ଟିଂ ପକ୍ଷରୁ ଏସକେ ନକିବ୍, ତନୁଶ ଦେ, ଆଶିଷ ରାଉତ ଓ ଦୁର୍ଗା ପ୍ରସାଦ ୨ଟି ଲେଖାଏ ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ ପାରାମାଉଣ୍ଟ ସ୍ପୋର୍ଟିଂ ମାତ୍ର ୮ ଓଭରରେ ୧ ୱିକେଟ୍ ହରାଇ ୬୦ ରନ୍ କରି ମ୍ୟାଚକୁ ସହଜରେ ଜିତି ନେଇଥିଲା। ଦଳ ପକ୍ଷରୁ କୁମାର ଆର୍ୟନ ଅପରାଜିତ ୩୦ ଓ ଏମ୍ କୌଶକ ଅପରାଜିତ ୧୬ ରନ୍ କରିଥିଲେ। ଓସ୍କାର ପକ୍ଷରୁ ପିନାକୀ ଦାଶ ଗୋଟିଏ ୱିକେଟ୍ ନେଇଥିଲେ।

ଆଜି ମ୍ୟାଚରେ ଅତିଥି ଭାବେ ଓଡ଼ିଶା ରଣଜୀ କ୍ରିକେଟର୍ ଗୋବିନ୍ଦ ପୋଦ୍ଦାର ଓ ଶୁଭ୍ରା ପାତ୍ର ଯୋଗ ଦେଇ ପାରାମାଉଣ୍ଟର ଦୁର୍ଗା ପ୍ରସାଦ ମଲ୍ଲିକଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ। ଖେଳକୁ ଅଜୟ ନାୟକ ଓ କୁଲୁ ନାୟକ ପରିଚାଳନା କରିଥିଲେ। ଗୁରୁବାର ଚତୁର୍ଥ ତଥା ଶେଷ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ ଆୟୋଜକ ଏଲଏଲସିସି ଓ ବିବିସିଏ ମଧ୍ୟରେ ଖେଳାଯିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe