Advertisment

ଅଷ୍ଟ୍ରେଲିଆରେ ଆରମ୍ଭ ହେଲା ନୂଆ ଯୁଗ, ଏହି କ୍ରିକେଟର ହେଲେ ଟେଷ୍ଟ କ୍ୟାପଟେନ୍

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଟେଷ୍ଟ କ୍ରିକେଟରେ ଆରମ୍ଭ ହୋଇଛି ନୂଆ ଯୁଗ। ଅଭିଜ୍ଞ ପେସ୍ ବୋଲର ପ୍ୟାଟ୍ କମିନ୍ସ ଅଷ୍ଟ୍ରେଲିଆ ଟେଷ୍ଟ ଟିମର ନୂଆ କ୍ୟାପଟେନ୍ ଭାବେ ନିଯୁକ୍ତ ହୋଇଛନ୍ତି। ଏଥିସହ କମିନ୍ସ ଅଷ୍ଟ୍ରେଲିଆର ୪୭ତମ କ୍ୟାପଟେନ୍ ହୋଇଛନ୍ତି। ସେହିପରି ଷ୍ଟିଭ୍ ସ୍ମିଥଙ୍କୁ ଭାଇସ୍ କ୍ୟାପଟେନ୍ ଦାୟିତ୍ୱ ମିଳିଛି। ଆଗାମୀ ଆଶେସ୍ ସିରିଜରୁ କମିନ୍ସ ଅଷ୍ଟ୍ରେଲିଆ ଟିମର ନେତୃତ୍ୱ ନେବେ। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୮ ତାରିଖରୁ […]

ଅଦ୍ୟତନ ହୋଇଛି
ଅଷ୍ଟ୍ରେଲିଆରେ ଆରମ୍ଭ ହେଲା ନୂଆ ଯୁଗ, ଏହି କ୍ରିକେଟର ହେଲେ ଟେଷ୍ଟ କ୍ୟାପଟେନ୍

pat-cummins

Advertisment

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଟେଷ୍ଟ କ୍ରିକେଟରେ ଆରମ୍ଭ ହୋଇଛି ନୂଆ ଯୁଗ। ଅଭିଜ୍ଞ ପେସ୍ ବୋଲର ପ୍ୟାଟ୍ କମିନ୍ସ ଅଷ୍ଟ୍ରେଲିଆ ଟେଷ୍ଟ ଟିମର ନୂଆ କ୍ୟାପଟେନ୍ ଭାବେ ନିଯୁକ୍ତ ହୋଇଛନ୍ତି। ଏଥିସହ କମିନ୍ସ ଅଷ୍ଟ୍ରେଲିଆର ୪୭ତମ କ୍ୟାପଟେନ୍ ହୋଇଛନ୍ତି। ସେହିପରି ଷ୍ଟିଭ୍ ସ୍ମିଥଙ୍କୁ ଭାଇସ୍ କ୍ୟାପଟେନ୍ ଦାୟିତ୍ୱ ମିଳିଛି। ଆଗାମୀ ଆଶେସ୍ ସିରିଜରୁ କମିନ୍ସ ଅଷ୍ଟ୍ରେଲିଆ ଟିମର ନେତୃତ୍ୱ ନେବେ।

Advertisment

ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୮ ତାରିଖରୁ ବ୍ରିସବେସନରେ ଆରମ୍ଭ ହେବ। କମିନ୍ସ ଅଷ୍ଟ୍ରେଲିଆର ପ୍ରଥମ ପେସ୍ ବୋଲର ଯିଏ ପୂର୍ଣ୍ଣକାଳୀନ କ୍ୟାପଟେନ୍ ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କ ପୂର୍ବରୁ ୧୯୫୦ରେ ପେସ୍ ବୋଲର ରେ ଲିଣ୍ଡୱାଲ୍ ୧୯୫୦ ମଧ୍ୟଭାଗରେ ଭାରତ ବିପକ୍ଷରେ ଗୋଟିଏ ଟେଷ୍ଟରେ ନେତୃତ୍ୱ ନେଇଥିଲେ।

https://twitter.com/CricketAus/status/1464055317847625734?s=20

ଅଷ୍ଟ୍ରେଲିଆ ଟେଷ୍ଟ ଟିମର କ୍ୟାପଟେନ୍ ନିଯୁକ୍ତ ହେବା ପରେ କମିନ୍ସ କହିଛନ୍ତି, 'ଆଶେସ୍ ସିରିଜ୍ ପୂର୍ବରୁ ଏଭଳି ଏକ ବଡ଼ ଦାୟିତ୍ୱ ପାଇ ମୁଁ ନିଜକୁ ସମ୍ମାନିତ ମନେ କରୁଛି। ଗତ କିଛି ବର୍ଷ ଧରି ଟିମ୍ ପେନ୍ ଯେଉଁଭଳି ଭାବେ ଦଳର ନେତୃତ୍ୱ ନେଇଛନ୍ତି, ଆଶା କରୁଛି ମୁଁ ମଧ୍ୟ ସେହି ଲିଡରଶିପ୍ ଟିମକୁ ଦେଇପାରିବି। ଷ୍ଟିଭ୍ ସ୍ମିଥ୍ ଓ ମୋ ବ୍ୟତୀତ ଟିମରେ ଥିବା ସିନିୟର ଖେଳାଳିଙ୍କ ଉପସ୍ଥିତି ନିଶ୍ଚିତ ଭାବେ ଫଳପ୍ରଦ ହେବ।' କମିନ୍ସଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଘରୋଇ ମାଟିରେ ଆଶେସ୍ ସିରିଜ୍ ଖେଳିବ। କ୍ୟାପଟେନ୍ ଭାବେ କମିନ୍ସଙ୍କ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ହେବ।

Advertisment

ଯେତେବେଳେ ଟିମ୍ ପେନ୍ ଦଳର କ୍ୟାପଟେନ୍ ଥିଲେ, ପ୍ୟାଟ୍ କମିନ୍ସ ଭାଇସ୍ କ୍ୟାପଟେନ୍ ଥିଲେ। ତେଣୁ କ୍ୟାପଟେନ୍ କମିନ୍ସଙ୍କ କ୍ୟାପଟେନ୍ ହେବା ଏକପ୍ରକାର ନିଶ୍ଚିତ ଥିଲା। ନିକଟରେ ପେନ୍ ଅଷ୍ଟ୍ରେଲିଆ ଟେଷ୍ଟ ଟିମର କ୍ୟାପଟେନ୍ ପଦ ଛାଡ଼ିଥିଲେ। ପେନଙ୍କ ବିରୋଧରେ ମହିଳା ସାଥୀଙ୍କୁ ଆପତ୍ତିଜନକ ଫଟୋ ଓ ମେସେସ୍ ପଠାଇବାର ଅଭିଯୋନ ରହିଛି। ଏହାଛଡ଼ା ପେନ୍ କ୍ରିକେଟର ସବୁ ଫର୍ମାଟରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବ୍ରେକ୍ ନେଇଛନ୍ତି। ଶୁକ୍ରବାର ପେନ୍ ଏହି ନିଷ୍ପତ୍ତି ନେଇଛନ୍ତି।

Ashes 2021-22
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe