Advertisment

IND vs AUS: ଭାରତ ବିପକ୍ଷ ସିରିଜ ପାଇଁ ଅଷ୍ଟ୍ରେଲିଆ ସ୍କ୍ୱାଡ: ନାହାନ୍ତି ପାଟ କମିନ୍ସ

୨୯ ବର୍ଷୀୟ ରେନଶ’ ଅଷ୍ଟ୍ରେଲିଆ ପାଇଁ ଏଯାଏ ୧୪ଟି ଟେଷ୍ଟ ଖେଳିଛନ୍ତି। ୨୦୨୨ରେ ପାକିସ୍ତାନ ବିପକ୍ଷ ଦିନିକିଆ ସ୍କ୍ୱାଡରେ ତାଙ୍କୁ ସାମିଲ କରାଯାଇଥିଲା। କିନ୍ତୁ ଏଯାଏ ସେ କଙ୍ଗାରୁ ଟିମ ପାଇଁ ଦିନିକିଆରେ ଡେବ୍ୟୁ କରିବାର ସୁଯୋଗ ପାଇ ନାହାନ୍ତି।

author-image
Hemant Lenka
Pat

ରେନଶ ଓ କମିନ୍ସ

ଭାରତ ବିପକ୍ଷ ଧଳା ବଲ ସିରିଜ ପାଇଁ ଆଜି ଖେଳାଳିଙ୍କ ନାଁ ଘୋଷଣା କରିଛି ଅଷ୍ଟ୍ରେଲିଆ। ଭାରତ ବିପକ୍ଷ ୩ ଟିକିଆ ସିରିଜ ପାଇଁ ଅଷ୍ଟ୍ରେଲିଆ ସ୍କ୍ୱାଡରେ କୁଇନ୍ସଲ୍ୟାଣ୍ଡର ବ୍ୟାଟର ମାଥ୍ୟୁ ରେନଶ’ଙ୍କୁ ସାମିଲ କରିଛି। ଅକ୍ଟୋବର ୧୯ରୁ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ଦିନିକିଆ ସିରିଜ ଖେଳିବ।

Advertisment

ଅଷ୍ଟ୍ରେଲିଆ ଟୁର ପାଇଁ ବିସିସିଆଇ ପୂର୍ବରୁ ୧୫ ଜଣିଆ ସ୍କ୍ୱାଡ ଘୋଷଣା କରି ସାରିଛି। ନୂଆ ଅଧିନାୟକ ଶୁବମନ ଗିଲଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଏହି ସିରିଜ ଖେଳିବ। ଭାରତ ପରେ ଏବେ ଅଷ୍ଟ୍ରେଲିଆ(India Vs Australia) ଦିନିକିଆ ଓ ଟି-୨୦ ସିରିଜ ପାଇଁ ସ୍କ୍ୱାଡ ଘୋଷଣା କରିଛି।

ଭାରତ ବିପକ୍ଷ ସିରିଜରେ ୨୦୨୩ରେ ବିଶ୍ୱକପ ଜିତିଥିବା ଦଳର ଅଧିନାୟକ ପାଟ କମିନ୍ସ(Pat Cummins) ନାହାନ୍ତି। ତାଙ୍କ ଅନୁପସ୍ଥିତିରେ ମିଚେଲ ମାର୍ଶ ଉଭୟ ଟି-୨୦ ଓ ଦିନିକିଆରେ କଙ୍ଗାରୁ ଟିମର କମାଣ ସମ୍ଭାଳିବେ। କମିନ୍ସ ଆହତ ସମସ୍ୟା ଦେଇ ଗତି କରୁଥିବା ବେଳେ ଆଗକୁ ଆଶେସ ସିରିଜ ରହିଛି। ତେଣୁ ତାଙ୍କୁ ଭାରି ବିପକ୍ଷ ସିରିଜରେ ବିଶ୍ରାମ ଦିଅଯାଇଛି। 

Advertisment

୨୯ ବର୍ଷୀୟ ରେନଶ’ ଅଷ୍ଟ୍ରେଲିଆ ପାଇଁ ଏଯାଏ ୧୪ଟି ଟେଷ୍ଟ ଖେଳିଛନ୍ତି। ୨୦୨୨ରେ ପାକିସ୍ତାନ ବିପକ୍ଷ ଦିନିକିଆ ସ୍କ୍ୱାଡରେ ତାଙ୍କୁ ସାମିଲ କରାଯାଇଥିଲା। କିନ୍ତୁ ଏଯାଏ ସେ କଙ୍ଗାରୁ ଟିମ ପାଇଁ ଦିନିକିଆରେ ଡେବ୍ୟୁ କରିବାର ସୁଯୋଗ ପାଇ ନାହାନ୍ତି। ଦୀର୍ଘ ୩ ବର୍ଷ ପରେ ସେ ପୁଣି ଅଷ୍ଟ୍ରେଲିଆ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ଭାରତ ବିପକ୍ଷ ଦିନିକିଆରେ ସେ ଡେବ୍ୟୁ କରିବାର ସୁଯୋଗ ପାଇ ପାରନ୍ତି। କୁଇନ୍ସଲ୍ୟାଣ୍ଡର ଶେଷ ସିଜିନରେ ରେନଶ’ ଦମଦାର ପ୍ରସଦର୍ଶନ କରିବା ସହ ୫୦ ହାରରେ ୩୫୦ ରନ କରିଛନ୍ତି। ନିକଟରେ ଶ୍ରୀଲଙ୍କା ଏ ବିପକ୍ଷ ମ୍ୟାଚ୍‌ରେ ସେ ୮୦, ୧୦୬ ଓ ୬୨ ରନର ଇନିଂସ ଖେଳିଥିଲେ।

ଦିନିକିଆ ସିରିଜରେ କମିନ୍ସ ନଥିବାରୁ ଭେଟରାନ ମିଚେଲ ଷ୍ଟାର୍କ ଓ ଜୋଶ ହାଜେଲଉଡ ପେସ୍‌ ବୋଲିଂର କମାଣ ସମ୍ଭାଳିବେ। ‌ଉଭୟଙ୍କୁ ସାଥ ଦେବାକୁ ଜାଭିୟର ବାର୍ଟଲେଟ୍ଟ ଓ ବେନ ଡାୱାରଶୁଇସ ସ୍କ୍ୱାଡରେ ଅଛନ୍ତି। ଭାରତ ବିପକ୍ଷ ପ୍ରଥମ ଦିନିକିଆରେ ୱିକେଟ କିପର ଆଲେକ୍ସ କେରୀ ମଧ୍ୟ ଖେଳିବେ ନାହିଁ। ସେହିପରି ଆଶେସ ପ୍ରସ୍ତୁତି ପାଇଁ ତାଙ୍କୁ ଭାରତ ବିପକ୍ଷ ଟି-୨୦ ସିରିଜରୁ ମଧ୍ୟ ବାଦ ଦିଆଯାଇଛି। 

କେରୀ ଟି-୨୦ରୁ ବାଦ ପଡ଼ିଥିବା ବେଳେ ଜୋଶ ଇଙ୍ଗଲିସ ଓ ନାଥନ ଏଲିସ ଦଳକୁ କମବ୍ୟାକ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ଟୁର ସମୟରେ ଆହତ ହୋଇଥିବା ଗ୍ଲେନ ମ୍ୟାକ୍ସୱେଲ ଏଯାଏ ଫିଟ ହୋଇ ନାହାନ୍ତି। କାମେରନ ଗ୍ରୀନ ଦିନିକିଆ ସ୍କ୍ୱାଡରେ ରହିଥିଲେ ହେଁ ଟି-୨୦ ସିରିଜରେ ସେ ନଜର ଆସିବେ ନାହିଁ। 

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମେ ୩ଟିକିଆ ଦିନିକିଆ ସିରିଜ ଖେଳାଯିବ। ଏହାପରେ ଅକ୍ଟୋବର ୨୯, ୩୧, ନଭେମ୍ବର ୨, ନଭେମ୍ବର ୬ ଓ ନଭେମ୍ବର ୮ରେ ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହେବ। 

ଅଷ୍ଟ୍ରେଲିଆର ଦିନିକିଆ ସ୍କ୍ୱାଡ: ମିଚେଲ ମାର୍ଶ(ଅଧିନାୟକ), ଜାଭିୟର ବାର୍ଟଲେଟ୍ଟ, ଆଲେକ୍ସ କେରୀ, କୁପର କୋନୋଲୀ, ବେନ ଡାୱାରଶୁଇସ, ନାଥନ ଏଲିସ, କାମେରନ ଗ୍ରୀନ, ଜୋଶ ହାଜେଲଉଡ, ଟ୍ରାଭିସ ହେଡ୍‌, ଜୋଶ ଇଙ୍ଗଲିସ, ମିଚେଲ ଓୱେନ, ମାଥ୍ୟୁ ରେନଶ’, ମାଥ୍ୟୁ ଶର୍ଟ, ମିଚେଲ ଷ୍ଟାର୍କ ଓ ଆଡାମ ଜାମ୍ପା। 

ଅଷ୍ଟ୍ରେଲିଆ ଟି-୨୦ ସ୍କ୍ୱାଡ(ପ୍ରଥମ ଦୁଇଟି ମ୍ୟାଚ୍‌): ମିଚେଲ ମାର୍ଶ(ଅଧିନାୟକ), ସେନ ଆବୋଟ୍ଟ, ଜାଭିୟର ବାର୍ଟଲେଣ୍ଟ, ଟିମ ଡାଭିଡ, ବେନ ଡାୱାରଶୁଇସ, ନାଥନ ଏଲିସ, ଜୋଶ ହାଜେଲଉଡ, ଟ୍ରାଭିସ ହେଡ୍‌, ଜୋଶ ଇଙ୍ଗଲିସ, ମାଥ୍ୟୁ କୁହନେମାନ, ମିଚେଲ ଓୱେନ, ମାଥ୍ୟୁ ଶର୍ଟ, ମାର୍କସ ଷ୍ଟୋଇନିସ ଓ ଆଡାମ ଜାମ୍ପା। 

India Vs Australia Pat Cummins