T20
ଚଳିତ ଟି-୨୦ ବିଶ୍ୱକପରେ ପ୍ରଥମଥର ପାଇଁ ହ୍ୟାଟ୍ରିକ ୱିକେଟ ନେଇ ଇତିହାସ ରଚିଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପାଟ କମିନ୍ସି। ଟେଷ୍ଟ ଓ ଦିନିକିଆ ଅଷ୍ଟ୍ରେଲିଆ ଟିମର କ୍ୟାପ୍ଟେନ କମିନ୍ସ ବାଂଲାଦେଶ ବିପକ୍ଷ ସୁପର ୮ ମୁକାବିଲାରେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ବ୍ରେଟ ଲିଙ୍କ ପରେ ସେ ଦ୍ୱିତୀୟ ଅଷ୍ଟ୍ରେଲୀୟ ବୋଲର ଭାବେ ଟି-୨୦ ବିଶ୍ୱକପରେ ହ୍ୟାଟ୍ରିକ ନେବାର ରେକର୍ଡ କରିଛନ୍ତି।
ଆଜି ୧୮ତମ ଓଭରର ୫ମ ବଲରେ କମିନ୍ସ ପ୍ରଥମେ ବାଂଲାଦେଶର ମହମୁଦୁଲ୍ଲାଙ୍କୁ ଆଉଟ କରିଥିଲେ। ଏହାପରେ ମାହେଦି ହାସନ ତାଙ୍କ ଶିକାର ବନିଥିଲେ।ଗୋଟିଏ ଓଭର ପରେ ପୁଣି ବୋଲିଂ କରିବାକୁ ଆସିଥିବା କମିନ୍ସ ପ୍ରଥମ ବଲରେ ତୋହିଦ ହ୍ରିଦୟଙ୍କୁ ଆଉଟ କରି ଚଳିତ ବିଶ୍ୱକପର ପ୍ରଥମ ବୋଲର ଭାବେ ହ୍ୟାଟ୍ରିକ ନେବାର ରେକର୍ଡ କରଥିଲା।
କମିନ୍ସ ଆଜି ୪ ଓଭରରେ ୨୯ ରନ ଦେଇ ୩ ୱିକେଟ ନେଇଛନ୍ତି। ସେହିପରି ଲେଗ ସ୍ପିନର ଆଡାମ ଜାମ୍ପା ୨୪ ରନ ଦେଇ ୨ଟି ସଫଳତା ପାଇଛନ୍ତି। ଅଷ୍ଟ୍ରେଲିଆର ଘାତକ ବୋଲିଂ ଯୋଗୁ ବାଂଲାଦେଶ ୮ ୱିକେଟ ହରାଇ କେବଳ ୧୪୦ ରନ କରିବାକୁ ସକ୍ଷମ ହୋଇଥିଲା।
ଏହାପରେ ଅଷ୍ଟ୍ରେଲିଆ ୧୧.୨ ଓଭରରେ ୨ ୱିକେଟ ହରାଇ ୧୦୦ ରନ କରିଥିବା ବେଳେ ବର୍ଷା ହୋଇଥିଲା। ଫଳରେ ଡିଏଲଏସ ମେଥଡରେ ଅଷ୍ଟ୍ରେଲିଆ ୨୮ ରନରେ ମ୍ୟାଚ୍କୁ କବଜା କରି ନେଇଥିଲା।
ପାଟ କମିନ୍ସ ବିଶ୍ୱକପରେ ୭ମ ବୋଲର ଭାବେ ହ୍ୟାଟ୍ରିକ ହାସଲ କରିଛନ୍ତି। ସେହିପରି ବ୍ରେଟ ଲି’, ଅଷ୍ଟନ ଅଗର ଓ ନାଥନ ଏଲିସ ପରେ ସେ ଟି-୨୦ ଅନ୍ତର୍ଜାତୀୟ ଟି-୨୦ରେ ଅଷ୍ଟ୍ରେଲିଆ ପାଇଁ ୩ ବଲରେ ୩ ୱିକେଟ ନେଇଛନ୍ତି।
ବ୍ରେଟ ଲି’ ୨୦୦୭ରେ ବାଂଲାଦେଶ ବିପକ୍ଷ ଟି-୨୦ ବିଶ୍ୱକପରେ ହ୍ୟାଟ୍ରିକ ନେଇଥିଲେ। ଏବେ କମିନ୍ସ ଦ୍ୱିତୀୟ ଅଷ୍ଟ୍ରେଲୀୟ ଭାବେ ସେହି ବାଂଲାଦେଶ ବିପକ୍ଷରେ ହ୍ୟାଟ୍ରିକ ହାସଲ କରିଛନ୍ତି।
ଅନ୍ୟପକ୍ଷରେ ମିଚେଲ ଷ୍ଟାର୍କ ମଧ୍ୟ ଲସିତ ମାଲିଙ୍ଗାଙ୍କ ବିଶ୍ୱକପ ରେକର୍ଡକୁ ଆଜି ଭାଙ୍ଗି ଦେଇଛନ୍ତି। ଷ୍ଟାର୍କ ବିଶ୍ୱକପରେ ନିଜର ୯୫ତମ ୱିକେଟ ହାସଲ କରିଛନ୍ତି। ଏହାପୂର୍ବରୁ ଏହି ରେକର୍ଡ ମାଲିଙ୍ଗାଙ୍କ ନାଁରେ ଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/T20_1718979188.jpg)