Advertisment

ଆଉ ନାହାନ୍ତି କମିନ୍ସଙ୍କ ମା’, କଳା ବ୍ୟାଣ୍ଡ ପିନ୍ଧିଲେ ଅଷ୍ଟ୍ରେଲିଆ ଖେଳାଳି

ଦୀର୍ଘ ଦିନ ହେଲା ଗୋଟିଏ ଗୁରୁତର ରୋଗରେ ପୀଡ଼ିତ ଥିବା ମାରିଆ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି।

Pat Cummins

Pat Cummins

Advertisment

ଅଷ୍ଟ୍ରେଲିଆ ଟେଷ୍ଟ ଟିମ୍‌ର ଅଧିନାୟକ ପାଟ କମିନ୍ସଙ୍କ ମା’ ମାରିଆ ଆଉ ନାହାନ୍ତି। ଦୀର୍ଘ ଦିନ ହେଲା ଗୋଟିଏ ଗୁରୁତର ରୋଗରେ ପୀଡ଼ିତ ଥିବା ମାରିଆ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଏହି ଖବରକୁ ନିଶ୍ଚିତ କରାଯାଇଥିବା ବେଳେ ଶୁକ୍ରବାର ଶୋକ ପାଳନ କରାଯାଇଛି।

Advertisment

ଏବେ ଭାରତ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ଅଷ୍ଟ୍ରେଲିଆ କ୍ରିକେଟ ଟିମ ମଧ୍ୟ ମାରିଆଙ୍କ ସମ୍ମାନାର୍ଥେ ଶୋକ ପ୍ରକାଶ କରିଛି। ଏଥିପାଇଁ ଆଜି ଦଳର ଖେଳାଳିମାନେ ହାତରେ କଳା ବ୍ୟାଣ୍ଡ ପିନ୍ଧି ଭାରତ ବିପକ୍ଷ ୪ର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ ମ୍ୟାଚ୍‌ ଖେଳିଛନ୍ତି।

କ୍ରିକେଟ ଅଷ୍ଟ୍ରେଲିଆ କହିଛି ଯେ “ବିଳମ୍ବିତ ରାତିରେ ମାରିଆ କମିନ୍ସଙ୍କ ଦେହାନ୍ତରେ ଆମେ ଗଭୀର ଭାବେ ମର୍ମାହତ। ଅଷ୍ଟ୍ରେଲିଆ କ୍ରିକେଟ ପକ୍ଷରୁ ଆମେ ପାଟ, କମିନ୍ସି ପରିବାର ଓ ସମସ୍ତଙ୍କ ବନ୍ଧୁମାନଙ୍କୁ ସମବେଦନା ଜଣାଉଛୁ। ମାରିଆଙ୍କ ସମ୍ମାନାର୍ଥେ ଅଷ୍ଟ୍ରେଲିଆ ପୁରୁଷ ଦଳ ଆଜି କଳା ବ୍ୟାଣ୍ଡ ପିନ୍ଧିବ।”

Advertisment

ମା’ ମାରିଆଙ୍କ ଦେହ ଗୁରୁତର ଥିବାରୁ କମିନ୍ସ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପରେ ସ୍ୱଦେଶ ଫେରି ଯାଇଥିଲେ। ସେ ତୃତୀୟ ଟେଷ୍ଟ ବେଳକୁ ଫେରି ଆସିବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ସେ ତୃତୀୟ କିମ୍ବା ୪ର୍ଥ ଟେଷ୍ଟ ସୁଦ୍ଧା ମଧ୍ୟ ଭାରତ ଫେରି ନଥିଲେ। ତାଙ୍କ ଅନୁପସ୍ଥିତିରେ ଷ୍ଟିଭ ସ୍ମିଥ ଦଳର କମାଣ ସମ୍ଭାଳିଛନ୍ତି।

କମିନ୍ସଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ଜିତିଥିଲା। ଏବେ ୪ର୍ଥ ଟେଷ୍ଟରେ ମଧ୍ୟ ଉସମାନ ଖ୍ୱାଜା ଓ କାମେରନ ଗ୍ରୀନଙ୍କ ଶତକ ବଳରେ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଛି।

Border-Gavaskar Trophy India Vs Australia Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe