Advertisment

କେକେଆରକୁ ବଡ଼ ଝଟକା, ଆଇପିଏଲର ବାକି ମ୍ୟାଚ୍ ଖେଳିବେନି କମିନ୍ସ

ନୂଆଦିଲ୍ଲୀ: ଆଇପିଏଲର ୧୪ଶ ସଂସ୍କରଣର ବାକି ମ୍ୟାଚ୍ ୟୁଏଇରେ ଖେଳାଯିବ। ଏ ନେଇ ବିସିସିଆଇ ଶନିବାର ଘୋଷଣା କରିଛି। ତେବେ ଏହା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଟିମକୁ ବଡ଼ ଝଟକା ଲାଗିଛି । ଟେଷ୍ଟ କ୍ରିକେଟର ଏକ ନମ୍ବର ବୋଲର ପ୍ୟାଟ୍ କମିନ୍ସ ଆଇପିଏଲର ୧୪ଶ ସଂସ୍କରଣ ଖେଳିବେ ନାହିଁ। ସିଡନୀ ମର୍ଣ୍ଣିଂ ହେରାଲ୍ଡ ରିପୋର୍ଟ ଅନୁଯାୟୀ, କମିନ୍ସ ଆଇପିଏଲର ବାକି ମ୍ୟାଚ୍ ଖେଳିବେ ନାହିଁ। ଖେଳାଳି ଓ ସପୋର୍ଟ ଷ୍ଟାଫ୍ ମିଶି ଅଷ୍ଟ୍ରେଲିଆର […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
କେକେଆରକୁ ବଡ଼ ଝଟକା, ଆଇପିଏଲର ବାକି ମ୍ୟାଚ୍ ଖେଳିବେନି କମିନ୍ସ

Pat-Cummins

ନୂଆଦିଲ୍ଲୀ: ଆଇପିଏଲର ୧୪ଶ ସଂସ୍କରଣର ବାକି ମ୍ୟାଚ୍ ୟୁଏଇରେ ଖେଳାଯିବ। ଏ ନେଇ ବିସିସିଆଇ ଶନିବାର ଘୋଷଣା କରିଛି। ତେବେ ଏହା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଟିମକୁ ବଡ଼ ଝଟକା ଲାଗିଛି । ଟେଷ୍ଟ କ୍ରିକେଟର ଏକ ନମ୍ବର ବୋଲର ପ୍ୟାଟ୍ କମିନ୍ସ ଆଇପିଏଲର ୧୪ଶ ସଂସ୍କରଣ ଖେଳିବେ ନାହିଁ।

Advertisment

ସିଡନୀ ମର୍ଣ୍ଣିଂ ହେରାଲ୍ଡ ରିପୋର୍ଟ ଅନୁଯାୟୀ, କମିନ୍ସ ଆଇପିଏଲର ବାକି ମ୍ୟାଚ୍ ଖେଳିବେ ନାହିଁ। ଖେଳାଳି ଓ ସପୋର୍ଟ ଷ୍ଟାଫ୍ ମିଶି ଅଷ୍ଟ୍ରେଲିଆର ପାଖାପାଖି ୪୦ ସଦସ୍ୟ ଆଇପିଏଲରେ ସାମିଲ୍ ଅଛନ୍ତି। ଅଷ୍ଟ୍ରେଲିଆ ଟିମ୍ ଜୁନ୍ ଶେଷରେ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବ। କମିନ୍ସଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ଅନ୍ୟ ଖେଳାଳିଙ୍କର ମଧ୍ୟ ଆଇପିଏଲ୍ ଖେଳିବା ନେଇ ଆଶଙ୍କା ଦେଖା ଦେଇଛି।

ଆଇପିଏଲ୍ ଇତିହାସର ଦ୍ୱିତୀୟ ମହଙ୍ଗା ଖେଳାଳି ଭାବେ ଅଷ୍ଟ୍ରେଲିଆର ଏହି ପେସରଙ୍କୁ କେକେଆର୍ ୨୦୨୦ରେ ୧୫.୫ କୋଟି ଟଙ୍କାରେ କିଣିଥିଲା। ଏଭଳି ସ୍ଥିତିରେ ଯଦି କମିନ୍ସ ଆଇପିଏଲର ବାକି ମ୍ୟାଚ୍ ନଖେଳନ୍ତି, ତାହେଲେ ତାଙ୍କୁ ପ୍ରାୟ ଅଧା ଦରମା ମିଳିବ। ଅର୍ଥାତ୍ ୭.୭୫ କୋଟି ଟଙ୍କା ମିଳିବ। ଆଇପିଏଲରେ କମିନ୍ସ ମୋଟ ୩୭ ମ୍ୟାଚ୍ ଖେଳି ୩୮ ୱିକେଟ୍ ନେଇଛନ୍ତି । ସେହିପରି ବ୍ୟାଟିଂରେ ସେ ଦୁଇଟି ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି।

Advertisment

କମିନ୍ସଙ୍କ ଏହି ନିଷ୍ପତ୍ତି ପରେ ଏବେ ଅଷ୍ଟ୍ରେଲିଆର ବାକି ଖେଳାଳି ଆଇପିଏଲରେ ଖେଳିବେ କି ନାହିଁ ତାହା କ୍ରିକେଟ୍ ଅଷ୍ଟ୍ରେଲିଆ ନିଷ୍ପତ୍ତି ନେବ। ଅକ୍ଟୋବର-ନଭେମ୍ବରରେ ଭାରତରେ ଟି-୨୦ ବିଶ୍ୱକପ୍ ଆୟୋଜିତ ହେବ। ଏଭଳି ସ୍ଥିତିରେ କ୍ରିକେଟ୍ ଅଷ୍ଟ୍ରେଲିଆ ବିଶ୍ୱକପ୍ ପ୍ରସ୍ତୁତି ପାଇଁ ତା’ର ଖେଳାଳିଙ୍କୁ ଆଇପିଏଲ୍ ପାଇଁ ଅନୁମତି ଦେଇପାରେ।

ଅନ୍ୟପକ୍ଷରେ ଇଂଲଣ୍ଡ ଆଣ୍ଡ ୱେଲ୍ଡ କ୍ରିକେଟ୍ ବୋର୍ଡ (ଇସିବି)ର କ୍ରିକେଟ୍ ନିର୍ଦ୍ଦେଶକ ଆଶଲେ ଜାଇଲ୍ସ ଆଗରୁ କହିସାରିଛନ୍ତି ଯେ ଜୁନ୍ ପରେ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ କାରଣରୁ ସେମାନଙ୍କ ଖେଳାଳିମାନେ ଆଇପିଏଲର ବାକି ମ୍ୟାଚରେ ଉପଲବ୍ଧ ହୋଇପାରିବେ ନାହିଁ।

ସୂଚନାଯୋଗ୍ୟ, ବିସିସିଆଇର ଆଇପିଏଲକୁ ପୁଣିଥରେ ଆରମ୍ଭ କରିବା ପାଇଁ ନୂଆ ୱିଣ୍ଡୋ ପ୍ରସ୍ତୁତ କରିଛି ଏବଂ ସେପ୍ଟେମ୍ବର ୧୭ରୁ ବାକି ୩୧ ମ୍ୟାଚ୍ ୟୁଏଇରେ କରାଇପାରେ।