Advertisment

ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ହେଲେ ପ୍ୟାଟ କମିନ୍ସ

ଦକ୍ଷିଣ ଆଫ୍ରିକାର ଏଡେନ ମାର୍କରମ ଏବେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ପଦରେ ଥିଲେ। ଠିକ ୨୦୨୪ ଆଇପିଏଲ ପୂର୍ବରୁ ତାଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଛି।

author-image
Hemant Lenka
Pat

Pat

ସନରାଇଜର୍ସ ହାଇଦ୍ରାବାଦର ନୂଆ ଅଧିନାୟକ ହୋଇଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ଖେଳାଳି ପ୍ୟାଟ କମିନ୍ସ। ୨୦୨୪ ଆଇପିଏଲରେ ହାଇଦ୍ରାବାଦ ତାଙ୍କ ନେତ୍ୱରେ ଲଢ଼େଇ କରିବ।

Advertisment

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଓ ୨୦୨୩ ଦିନିକିଆ ବିଶ୍ୱକପ ଅଷ୍ଟ୍ରେଲିଆ ପ୍ୟାଟ କମିନ୍ସଙ୍କ ନେତୃତ୍ୱରେ ଜିତିଥିଲା। ଏହି ସଫଳତା ପରେ ତାଙ୍କୁ ହାଇଦ୍ରାବାଦ ଅଧିନାୟକ ପଦ ହସ୍ତାନ୍ତର କରିଛି।

ଦକ୍ଷିଣ ଆଫ୍ରିକାର ଏଡେନ ମାର୍କରମ ଏବେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ପଦରେ ଥିଲେ। ଠିକ ୨୦୨୪ ଆଇପିଏଲ ପୂର୍ବରୁ ତାଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଛି।

Advertisment

୨୦୨୪ ଆଇପିଏଲର ଅକ୍ସନ ବେଳେ ହାଇଦ୍ରାବାଦ କମିନ୍ସଙ୍କୁ ରେକର୍ଡ ୨୦.୫ କୋଟି ଟଙ୍କାରେ କିଣିଥିଲା। ସେ ଆଇପିଏଲ ଇତିହାସର ଦ୍ୱିତୀୟ ଦାମୀ ଖେଳାଳି ହେବାର ରେକର୍ଡ କରିଥିଲେ। ତାଙ୍କ ଉପରେ ମିଚେଲ ଷ୍ଟାର୍କ ରହିଛନ୍ତି।

ଆଇପିଏଲରେ ତାଙ୍କୁ ହାଇଦ୍ରାବାଦ ରେକର୍ଡ ଟଙ୍କାରେ କିଣିଥିବାରୁ କମିନ୍ସ ମଧ୍ୟ ବେଶ ଉତ୍ସାହିତ ରହିଛନ୍ତି। ସେ ଭାରତକୁ ତାଙ୍କର ଦ୍ୱିତୀୟ ଘର ବୋଲି ମଧ୍ୟ ଅବିହିତ କରିଛନ୍ତି।

କମିନ୍ସ କହିଛନ୍ତି,“ଭାରତ ହେଉଛି ଆମର ଦ୍ୱିତୀୟ ଘର। କାରଣ ଆମେ ଅଧିକାଂଶ ସମୟ ଏଠାରେ କାଟୁଛୁ। ଆଇପିଏଲରେ ଆପଣ ନିଜର ଘରୋଇ ଟିମ ପାଇବେ। ତେଣୁ ଆମେ ଅଧିକ ଫ୍ୟାନ୍ସ ପାଇବା ଭଳି ମନେ ହୋଇଥାଏ।”

ସଂଯୋଗବଶତଃ କମିନ୍ସ ଅଧିନାୟକ ଭାବେ ତାଙ୍କର ପ୍ରଥମ ମ୍ୟାଚ୍‌ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳିବେ। ମାର୍ଚ୍ଚ ୨୩ରେ କୋଲକାତାର ପ୍ରସିଦ୍ଧ ଇଡେନ ଗାର୍ଡେନ୍ସରେ ଉକ୍ତ ମ୍ୟାଚ୍‌ ଖେଳାଯିବ। ଗୋଟିଏ ସିଜିନ ପୂର୍ବରୁ କମିନ୍ସ କେକେଆର ପଟୁ ଆଇପିଏଲ ଖେଳୁଥିଲେ। ଏବେ ଉକ୍ତ ଟିମ ବିରୋଧରେ ସେ ଖେଳିବେ।

୨୦୨୩ ଆଇପିଏଲରେ ହାଇଦ୍ରାବାଦ ପଏଣ୍ଟ ଟେବୁଲର ସବୁଠାରୁ ଶେଷରେ ରହିଥିଲା। ଏବେ କମିନ୍ସଙ୍କ ନେତୃତ୍ୱରେ ଦଳ କିଛି ଚମତ୍କାରିତା କରିବା ଲକ୍ଷ୍ୟରେ ରହିଛି।

ସନରାଇଜର୍ସ ହାଇଦ୍ରାବାଦ ସ୍କ୍ୱାଡ: ଅବଦୁଲ ସାମଦ, ଅଭିଷେକ ଶର୍ମା, ଏଡେନ ମାର୍କରମ, ମାର୍କୋ ୟାନସେନ, ରାହୁଲ ତ୍ରିପାଠୀ, ୱାଶିଂଟନ ସୁନ୍ଦର, ଗ୍ଲେନ ଫିଲିପ୍ସ, ସନବୀର ସିଂହ, ହେନରିଚ କ୍ଲାସେନ, ଭୁବନେଶ୍ୱର କୁମାର, ମୟଙ୍କ ଅଗ୍ରୱାଲ, ଟି ନଟରାଜନ, ଅନମୋଲପ୍ରୀତ ସିଂହ, ମୟଙ୍କ ମାର୍କଣ୍ଡେ, ଉପେନ୍ଦ୍ର ସିଂହ ଯାଦବ, ଉମ୍ରାନ ମଲିକ, ନୀତୀଶ କୁମାର ରେଡ୍ଡୀ, ଫଜଲହକ ଫାରୁକି, ଶାହବାଜ ଅହମଦ, ଟ୍ରାଭିସ ହେଡ, ୱାନିନ୍ଦୁ ହସରଙ୍ଗା, ପ୍ୟାଟ କମିନ୍ସ, ଜୟଦେବ ଉନାଦକତ, ଆକାଶ ସିଂହ, ଜେ ସୁବ୍ରମଣୟନ।

IPL IPL 2024 IPL 2024 Auction Pat Cummins