Advertisment

୧୩୬ ବଲରେ ୨୦୦ ରନ: ୨୪ ବର୍ଷର ରେକର୍ଡ ଭାଙ୍ଗିଲେ ଏହି ଶ୍ରୀଲଙ୍କା କ୍ରିକେଟର

ଶ୍ରୀଲଙ୍କାର ପ୍ରଥମ କ୍ରିକେଟର ଭାବେ ସେ ଦିନିକିଆରେ ଦ୍ୱିଶତକ ମାରିଛନ୍ତି।

author-image
Hemant Lenka
SL

SL

ରେକର୍ଡ କରିଛନ୍ତି ଶ୍ରୀଲଙ୍କାର ଓପନର ପଥୁମ ନିଶାଙ୍କା। ସେ ଶୁକ୍ରବାର ଆଫଗାନିସ୍ତାନ ବିପକ୍ଷରେ ଖେଳିଛନ୍ତି ବିସ୍ଫୋରକ ଇନିଂସ। ୧୩୯ ବଲରେ ଅପରାଜିତ ୨୧୦ ରନର ଇନିଂସ ଖେଳି ସେ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି।

Advertisment

୧୩୬ ବଲରେ ଡବଲ ଟନ ହାସଲ କରିଥିବା ନିଶାଙ୍କା ପରବର୍ତ୍ତୀ ଅବସ୍ଥାରେ ଆଉ ୩ଟି ବଲରେ ୧୦ ରନ କରିବା ସହ ଶ୍ରୀଲଙ୍କାର ଇନିଂସ ଶେଷ ହେବା ଯାଏ ଅପରାଜିତ ରହିଥିଲେ।

ଆଜିର ତୁଫାନୀ ପାରି ପରେ ନିଶାଙ୍କା ଦୀର୍ଘ ୨୪ ବର୍ଷ ହେଲା ରହିଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଶ୍ରୀଲଙ୍କାର ପ୍ରଥମ କ୍ରିକେଟର ଭାବେ ସେ ଦିନିକିଆରେ ଦ୍ୱିଶତକ ମାରିଛନ୍ତି। ପୂର୍ବରୁ ଶ୍ରୀଲଙ୍କା ପାଇଁ ଦିନିକିଆରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ ସନଥ ଜୟସୂରିୟାଙ୍କ ନାଁରେ ରହିଥିଲା।

Advertisment

ସେ ୨୦୦୦ ମସିହାରେ ଭାରତ ବିପକ୍ଷ ଦିନିକିଆରେ ୧୮୯ ରନର ଇନିଂସ ଖେଳିଥିଲେ। ଆଜି ୨୪ ବର୍ଷ ପରେ ଜୟସୂରିୟାଙ୍କ ସର୍ବକାଳୀନ ରେକର୍ଡକୁ ନିଶାଙ୍କା ଭାଙ୍ଗି ଦେଇଛନ୍ତି।

ପାଲ୍ଲେକେଲେରେ ଖେଳା ଯାଉଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭରରେ ୩ ୱିକେଟ ହରାଇ ୩୮୧ ରନ କରିଛି। ଏହା ମଧ୍ୟ ଏକ ରେକର୍ଡ। କାରଣ ଏହାପୂର୍ବରୁ ପାଲ୍ଲେକେଲେରେ ଏତେ ରନ କୌଣସି ଟିମ କରି ନଥିଲା। ସେହିପରି ଦିନିକିଆରେ ଏହା ଶ୍ରୀଲଙ୍କାର ୪ର୍ଥ ସର୍ବାଧିକ ଦଳୀୟ ସ୍କୋର।

ଆରମ୍ଭରୁ ଆଟାକିଂ ଶଟ ଖେଳି ଚାଲିଥିବା ନିଶାଙ୍କା ବିଶ୍ୱକପ ପରେ ନିଜର ପ୍ରଥମ ଦିନିକିଆ ମ୍ୟାଚ ଖେଳିବାକୁ ଆଜି ମୈଦାନକୁ ଓହ୍ଲାଇଥିଲେ। ସେ ପ୍ରଥମ ମ୍ୟାଚ୍‌ରେ ହିଁ କମାଲ କରି ୨୦ଟି ଚୌକା ଓ ୮ଟି ଛକା ବଳରେ ୨୧୦ ରନର ଅପରାଜିତ ଇନିଂସ ଖେଳିଛନ୍ତି।

ଶ୍ରୀଲଙ୍କା ପାଇଁ ଦିନିକିଆରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ତାଲିକାର ଟପ ୨ରେ ନିଶାଙ୍କା ଓ ଜୟସୂରିୟା ରହିଛନ୍ତି। ଏମାନଙ୍କ ବ୍ୟତୀତ ଉପୁଲ ଥରଙ୍ଗା ଅପରାଜିତ ୧୭୪, କୁମାର ସାଙ୍ଗାକାରା ୧୬୯ ଓ ତିଲକରିତ୍ନେ ଦିଲସାନ ୧୬୧ ରହିଛନ୍ତି।

ଅନ୍ୟପକ୍ଷରେ ପଥୁମ ନିଶାଙ୍କା ଶ୍ରୀଲଙ୍କାରେ ସବୁଠାରୁ ବଡ଼ ଇନିଂସ ଖେଳିବାର ରେକର୍ଡ ବି କରିଛନ୍ତି। ଏହାପୂର୍ବରୁ ଏହି ରେକର୍ଡ ସାଙ୍ଗାକାରାଙ୍କ ନାଁରେ ରହିଥିଲା। ସେ ୨୦୧୩ ମସିହା ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ୧୬୯ ରନର ଇନିଂସ ଖେଳିଥିଲା।

ସେହିପରି ତୃତୀୟ ସ୍ଥାନରେ ଆଫଗାନର ଇବ୍ରାହିମ ଜାଦ୍ରାନ ରହିଛନ୍ତି। ସେ ୨୦୨୨ରେ ଶ୍ରୀଲଙ୍କା ମାଟିରେ ୧୬୨ ରନ ଇନିଂସ ଖେଳିଥିଲେ। ୨୦୨୩ରେ ଆଫଗାନ ଟିମର ଷ୍ଟାର ବ୍ୟାଟର ରହମନୁଲ୍ଲା ଗୁରବାଜ ପାକିସ୍ତାନ ବିପକ୍ଷରେ ୧୫୧ ରନ କରିଥିଲେ। ୨୦୦୯ରେ ଭାରତ ଗୌତମ ଗମ୍ଭୀର ଶ୍ରୀଲଙ୍କା ବିପକ୍ଷରେ ୧୫୦ ରନ ଜବରଦସ୍ତ ଇନିଂସ ଖେଳିଥିଲେ।

Cricket Srilanka