Sri Lanka Win
ବିଶ୍ୱକପ୍ କ୍ରିକେଟ୍ -୨୦୨୩ ରେ ଶ୍ରୀଲଙ୍କାର ଏଣ୍ଟ୍ରି। ସୁପର ସିକ୍ସ ମ୍ୟାଚରେ ଜିମ୍ବାୱେକୁ ମାତ୍ ଦେଇ ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ସିଂହଳୀ ଟିମ୍। ନବମ ଟିମ୍ ଭାବେ ୱାର୍ଲଡ କପରେ ନିଜ ସ୍ଥାନ ପକ୍କା କରିଛି ଶ୍ରୀଲଙ୍କା।
Advertisment
ଆଜି ଖେଳାଯାଇଥିବା କ୍ୱାଲିଫାୟର ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୧୬୫ ରନ୍ କରିଥିଲା। ଜବାବରେ ଶ୍ରୀଲଙ୍କା ୩୩ ଓଭରରେ ଗୋଟିଏ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।
ଟିମ୍ର ଏହି ବିଜୟରେ ମୁଖ୍ୟ ଭୂମିକା ନେଇଥିଲେ ଓପନର ନିଶାଙ୍କା। ସେ ୧୦୧ ରନ୍ କରି ଶେଷ ଯାଏଁ ଅପରାଜିତ ରହିଥିଲେ।
Advertisment
ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ୧୦ଟି ଟିମ୍ ଖେଳିବାକୁ ଥିବା ବେଳେ ଏଯାଏଁ ୮ଟି ଟିମ୍ ନିଜ ସ୍ଥାନ ପକ୍କା କରିସାରିଛନ୍ତି। ଏବେ ଆଉ ଗୋଟିଏ ସ୍ଥାନ ପାଇଁ ଜିମ୍ବାୱେ, ନେଦରଲାଣ୍ଡ ଓ ସ୍କଟଲାଣ୍ଡ ରେସରେ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
