Advertisment

ବାଜି ମାରିନେଲା ପଞ୍ଜାବ କିଙ୍ଗସ୍

ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ୍ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୧ ରନ୍ କରିଥିଲା।

ଅଦ୍ୟତନ ହୋଇଛି
Arshdeep Singh Shine

Arshdeep Singh Shine

Advertisment

ଚଣ୍ଡିଗଡ଼: ମୋହାଲି ଷ୍ଟାଡିୟମରେ ଆଜି ପଞ୍ଜାବ କିଙ୍ଗସ୍ ଓ କେକେଆର ମଧ୍ୟରେ ଖେଳା ଯାଉଥିବା ମ୍ୟାଚ୍‌ ଖୁବ୍ ରୋମାଞ୍ଚକର ହୋଇଥିଲା। ଏହି ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍ ଡିଏଲ୍‌ଏସ୍ ନିୟମ ଅନୁସାରେ ବାଜି ମାରିନେଇଛି। କେକେଆର ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।

Advertisment

ତେଣୁ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ୍ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୧ ରନ୍ କରିଥିଲା। ପାରମ୍ଭିକ ବ୍ୟାଟିଂ କରିବାକୁ ଆସିଥିବା ଶିଖର ଧାୱନ ୪୦ ରନ୍ ଓ ପ୍ରଭସିମରନ୍ ସିଂହ ୨୩ ରନ୍ କରିଥିଲେ। ପରେ ଭାନୁକା ରାଜପାକ୍ସ ୫୦ ରନ୍, ମଧ୍ୟମକ୍ରମରେ ଆସିଥିବା ଜିତେଶ ଶର୍ମା ୨୧ ରନ୍‌, ସିକନ୍ଦର ରାଜା ୧୬, ସାମ କୁରାନ ଅପରାଜିତ ୨୬ ରନ୍ କରିଥିଲେ। କେକେଆର ପକ୍ଷରୁ ଟିମ ସାଉଦୀ ସଫଳତମ ବୋଲର ଭାବେ ୨ଟି ୱିକେଟ ନେଇଥିବା ବେଳେ ଉମେଶ ଯାଦବ, ସୁନିଲ ନାରାୟଣ ଓ ରାଉଲ ଚହର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

୧୯୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି କେକେଆର ପ୍ରାଣମ୍ଭିକ ୱିକେଟ ହରାଇଥିଲା। ପଞ୍ଚାବ କିଙ୍ଗସ୍ ପକ୍ଷରୁ ଅର୍ଶଦୀପ ସିଂହ ଆରମ୍ଭରୁ ଗୋଟିଏ ପରେ ଗୋଟିଏ ୱିକେଟ ନେଇ ପ୍ରତିପକ୍ଷକୁ ଦୁର୍ବଳ କରିଦେଇଥିଲେ। କେକେଆର ପକ୍ଷରୁ ବଡ଼ ସ୍କୋର କରିବାକୁ ଚେଷ୍ଟା କରି ଗୁରବାଜ୍ ୨୨ ରନ୍‌, ଭେଙ୍କଟସ୍ ଆୟର ୩୪ ରନ୍, ନୀତିଶ ରାଣା ୨୪ ରନ୍‌, ରଶେଲ ୩୫ ରନ୍‌ରେ ଆଉଟ୍ ହୋଇଥିଲେ। ୧୬ ଓଭରରେ ଦଳୀୟ ସ୍କୋର ୭ ୱିକେଟ ହରାଇ ୧୪୬ ରନ୍‌ ଥିବା ବେଳେ ବର୍ଷା ଯୋଗୁ ଖେଳ ବନ୍ଦ ହୋଇଥିଲା। ବର୍ଷା ଲାଗି ରହିବାରୁ ପରେ ଡିଏଲ୍‌ଏସ୍‌ ନିୟମ ଅନୁଯାୟୀ ପଞ୍ଜାବ କିଙ୍ଗସ୍‌କୁ ୭ ରନ୍‌ରେ ବିଜୟୀ ଘୋଷିତ କରାଯାଇଥିଲା। ପଞ୍ଜାବ ପକ୍ଷରୁ ଅର୍ଶଦୀପ ସର୍ବାଧିକ ୩ଟି ୱିକେଟ ନେଇଥିଲେ।

Advertisment
IPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe