Advertisment

Asia Cup: ଏସିଆ କପ ଟ୍ରଫି ଧରି ହୋଟେଲକୁ ପଳେଇଲେ ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ!

ଷ୍ଟେଜ ଉପରୁ ସମସ୍ତ ଅତିଥି ଯିବା ପରେ ଭାରତୀୟ ଟିମ ସେଠାରେ ପହଞ୍ଚି ସାଙ୍କେତିକ ଭାବେ ଟ୍ରଫି ହାତେଇବା ସହ ବିଜୟ ଉତ୍ସବ ପାଳିଛି। କ୍ରିକେଟ ଇତିହାସରେ ପ୍ରଥମଥର ପାଇଁ ଏପରି ଘଟଣା ସମସ୍ତଙ୍କୁ ବିଚଳିତ କରିଛି।

author-image
Hemant Lenka
Asia-Cup1

ପିସିବି ଅଧ୍ୟକ୍ଷ

ଏସିଆ କପ(Asia Cup) ଟ୍ରଫି ଜିତିବାକୁ ପାକିସ୍ତାନ ସକ୍ଷମ ହେଲାନି। ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ଖେଳାଳି ଓ ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ(PCB) ମୋହଶିନ ନକଭୀ ମାରୁଥିବା ବାହାସ୍ଫୋଟ ଫେଲ ମାରିଲା। ପୂର୍ବ ଦୁଇ ଥର ଭଳି ଏଥର ମଧ୍ୟ ଭାରତ( ଆଗରେ ମାଟି କାମୁଡ଼ିଲା ପାକିସ୍ତାନ। ତଥାପି ଭାରତକୁ ମିଳିନି ବିଜୟୀ ଟ୍ରଫି।

Advertisment

ଏସିସି ଅଧ୍ୟକ୍ଷ ତଥା ପାକିସ୍ତାନ(Pakistan) କ୍ରିକେଟ ବୋର୍ଡ ଅଧ୍ୟକ୍ଷ ନକଭୀ ବିଜେତା ଭାରତକୁ ଟ୍ରଫି ହସ୍ତାନ୍ତର କରିବା ବଦଳରେ ଏହାକୁ ଧରି ସିଧା ହୋଟେଲକୁ ପଳାଇଥିଲେ ବୋଲି ଖବର ମିଳିଛି। ଭାରତକୁ ବିଜୟୀ ଟ୍ରଫି ସହ ସେଲିବ୍ରେସନ କରିବାକୁ ଅନୁମତି ମିଳି ନଥିବାରୁ ପାକିସ୍ତାନ କ୍ରିକେଟ ବୋର୍ଡକୁ ଭଲ ଭାବେ ଧୋଇଛନ୍ତି ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ।

ଫାଇନାଲରେ ଭାରତ ୫ ୱିକେଟରେ ଜିତିବା ପରେ ସାଇକିଆ କହିଛନ୍ତି ଯେ ନକଭୀ ନିଜ ହୋଟେଲ ରୁମକୁ ଏସିଆ କପ ଧରି ଚାଲିଯିବା ଅତ୍ୟନ୍ତ ଅଣଖେଳୁ ଆଡ଼ ଭାବ ଆଚରଣ।  ଭାରତ ଫାଇନାଲରେ ଜିତିଥିଲେ ମଧ୍ୟ ଦଳକୁ ବିଜୟୀ ଟ୍ରଫି ଓ ମେଡାଲ ମିଳି ନଥିବାରୁ ଏହାକୁ ନେଇ ବିବାଦ ଦେଖାଯାଇଛି।

Advertisment

ତେବେ ଷ୍ଟେଜ ଉପରୁ ସମସ୍ତ ଅତିଥି ଯିବା ପରେ ଭାରତୀୟ ଟିମ ସେଠାରେ ପହଞ୍ଚି ସାଙ୍କେତିକ ଭାବେ ଟ୍ରଫି ହାତେଇବା ସହ ବିଜୟ ଉତ୍ସବ ପାଳିଛି। କ୍ରିକେଟ ଇତିହାସରେ ପ୍ରଥମଥର ପାଇଁ ଏପରି ଘଟଣା ସମସ୍ତଙ୍କୁ ବିଚଳିତ କରିଛି। 

କାହିଁକି ମୋହଶିନ ନକଭୀଙ୍କୁ ବୟକଟ କଲା ଭାରତ? 

ପିସିବି ତଥା ଏସିସି ମୁଖ୍ୟ ନକଭୀଙ୍କୁ ଆଚରଣକୁ ସାଇକିଆ ସମାଲୋଚନା କରିବା ସହ ବିସିସିଆଇ ପୂର୍ବରୁ ହିଁ ତାଙ୍କ ଠାରୁ ଟ୍ରଫି ଗ୍ରହଣ କରିବ ନାହିଁ ବୋଲି କହି ସାରିଥିଲା। କାରଣ ନକଭୀ ହେଉଛନ୍ତି ପାକିସ୍ତାନ ସରକାରଙ୍କ ଆଭ୍ୟନ୍ତରୀଣ ମନ୍ତ୍ରୀ। ସେ କହିଛନ୍ତି, “ଏସିସିଆଇ ଅଧ୍ୟକ୍ଷଙ୍କ ଠାରୁ ଆମେ ଏସିଆ କପ ୨୦୨୫ର ଟ୍ରଫି ଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଥିଲୁ। କାରଣ ସେ ପାକିସ୍ତାନର ଜଣେ ବରିଷ୍ଠ ନେତା। ଖାସ ଏହି କାରଣ ପାଇଁ ତାଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନିଷ୍ପତ୍ତି ହୋଇଥିଲା।” 

ଭାରତ ପକ୍ଷରୁ ତାଙ୍କ ବଦଳରେ ଏମିରେଟ୍ସ ବୋର୍ଡର ଉପାଧ୍ୟକ୍ଷ ଖାଲିଦ ଅଲ ଜାରୋନିଙ୍କ ଠାରୁ ଟ୍ରଫି ଗ୍ରହଣ କରିବାକୁ ଚାହୁଁଥିଲା। କିନ୍ତୁ ଏସିସି ମୁଖିଆ ଭାବେ ନକଭୀ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ। ସେ ନିଜେ ଭାରତୀୟ ଟିମକୁ ଟ୍ରଫି ଓ ମେଡାଲ ଦେବା ଜିଦରେ ଅଟଳ ରହିଥିଲେ। 

ଟ୍ରଫି ନେଇ ହୋଟେଲ ରୁମକୁ ଚାଲିଗଲେ ନକଭୀ 

ଭାରତୀ ଟିମ ବିଜୟ ଟ୍ରଫି ନେବାକୁ ଷ୍ଟେଜ ଉପରକୁ ନ ଯିବାରୁ ନକଭୀ ସେଠାରୁ ଚାଲି ଯାଇଥିଲେ। ଏହାପରେ ସେ ଏସିସି ଟିମକୁ ବିଜୟ ମେଡାଲ ଓ ବିଜୟୀ ଟ୍ରଫି ଧରି ପଡ଼ିଆରୁ ଚାଲି ଆସିବାକୁ ନିର୍ଦ୍ଦେଶ ଦେଇଥିଲେ। ସେମାନଙ୍କ ଠାରୁ ଟ୍ରଫି ଓ ମେଡାଲ ସଂଗ୍ରହ କରି ସେ ସିଧା ନିଜ ହୋଟେଲ ରୁମକୁ ଚାଲି ଯାଇଥିଲେ। ନକଭୀଙ୍କ ଏପରି କାର୍ଯ୍ୟକୁ ସମାଲୋଚନା ସହ କଟାକ୍ଷ କରିଛନ୍ତି ସାଇକିଆ। 

ସେ କହିଛନ୍ତି, “ଟ୍ରଫି ଓ ମେଡାଲ ନିଜ ସହ ନେବାକୁ ତାଙ୍କ ପାଖରେ କୌଣସି ଅଧିକାର ନାହିଁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅଣଖେଳୁଆଡ଼ ମନୋଭାବ। ଆମର ଆଶା ବିଜୟୀ ଟ୍ରଫି ଓ ମେଡାଲ ଯଥାଶୀଘ୍ର ଭାରତକୁ ଫେରିବ। ଚଳିତ ବର୍ଷ ନଭେମ୍ବର ମାସରେ ଆଇସିସିର(BCCI Vs PCB) ବୈଠକ ଦୁବାଇରେ ଅନୁଷ୍ଠିତ ହେବ। ଏହି ବୈଠକରେ ଆମେ ଏସିସି ଅଧ୍ୟକ୍ଷଙ୍କ ବିରୋଧରେ କଠୋର ବିରୋଧାଚରଣ ପ୍ରଦର୍ଶନ କରିବୁ। 

ସେହି ଦେଶ(ପାକିସ୍ତାନ) ସହ ଭାରତ ତିକ୍ତତା ରହିଛି। ସେମାନଙ୍କୁ ପ୍ରତିନିଧିତ୍ୱ କରୁଥିବା ଜଣେ ନେତାଙ୍କ ଠାରୁ ଆମେ କେମିତି ଟ୍ରଫି ଗ୍ରହଣ କରିବୁ? ବର୍ତ୍ତମାନ ଏକ ସମ୍ବେଦନଶୀଳ ସମୟରେ ଆମେ ସେଭଳି ଦେଶର ପ୍ରତିନିଧିତ୍ୱ କରୁଥିବା ନେତାଙ୍କ ଠାରୁ କେବେ ହେଲେ ଟ୍ରଫି ଗ୍ରହଣ କରିପାରିବୁ ନାହିଁ। ଏହା ଆମର ଆଭିମୁଖ୍ୟ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଉକ୍ତ ଭଦ୍ର ଲୋକ ଆମ ଟିମ ପାଇଁ ଥିବା ମେଡାଲ ଓ ଟ୍ରଫି ଧରି ହୋଟେଲକୁ ଚାଲିଯିବେ। ଏହା ଆଦୌ ଗ୍ରହଣୀୟ ନୁହେଁ।”

Pakistan PCB Asia Cup BCCI Vs PCB