Advertisment

ବିଶ୍ୱକପ ଖେଳିବାକୁ ଭାରତ ଆସିବ କି ପାକିସ୍ତାନ? ରଖିଲା ଜବାବ

ମଙ୍ଗଳବାର ଆଇସିସି ଓ ବିସିସିଆଇ ମିଳିତ ଭାବେ ବିଶ୍ୱକପ ଫିକ୍ସଚର ଜାରି କରିଛନ୍ତି। ଅକ୍ଟୋବର ୫ରୁ ବିଶ୍ୱକପ ଆରମ୍ଭ ହେବାକୁ ଯାଉଥିବା ବେଳେ ୧୫ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ।

Pakistan

Pakistan

Advertisment

ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ମ୍ୟାଚ୍‌ସୂଚୀ ଆଜି ଜାରି କରାଯାଇଥିଲେ ହେଁ ପାକିସ୍ତାନ ଆସିବ କି ନାହିଁ, ତା’କୁ ନେଇ ସସପେନ୍ସ ଜାରି ରହିଛି। ତେବେ ଆଇସିସି ଆଶା ରଖିଛି ଯେ ବାବର ଆଜମଙ୍କ ଟିମ ନିଶ୍ଚିତ ଭାବେ ୫୦ ଓଭର ବିଶିଷ୍ଟ ବିଶ୍ୱକପ ଖେଳିବାକୁ ଭାରତ ଆସିବ।

Advertisment

ମଙ୍ଗଳବାର ଆଇସିସି ଓ ବିସିସିଆଇ ମିଳିତ ଭାବେ ବିଶ୍ୱକପ ଫିକ୍ସଚର ଜାରି କରିଛନ୍ତି। ଅକ୍ଟୋବର ୫ରୁ ବିଶ୍ୱକପ ଆରମ୍ଭ ହେବାକୁ ଯାଉଥିବା ବେଳେ ୧୫ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ତେବେ ମ୍ୟାଚସୂଚୀ ଜାରି କରିବା ବେଳେ ଆଇସିସି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଭେନ୍ୟୁ ପରିବର୍ତ୍ତନ ପାଇଁ ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛି।

ପାକିସ୍ତାନ ଚେନ୍ନାଇ ଭଳି ସ୍ପିନ ଟ୍ରାକ୍‌ରେ ଆଫଗାନିସ୍ତାନ ସହ ଖେଳିବାକୁ ଚାହୁଁ ନଥିଲା। ସେହିପରି ବେଙ୍ଗାଲୁରୁରେ ଦଳ ଅଷ୍ଟ୍ରେଲିଆକୁ ଭେଟିବା ବିପକ୍ଷରେ ଥିଲା। କିନ୍ତୁ ଆଇସିସି ପାକିସ୍ତାନର ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛି। ପାକିସ୍ତାନ ପୂର୍ବ ନିଷ୍ପତ୍ତି ଅନୁସାରେ ଆଫଗାନିସ୍ତାନକୁ ଚେନ୍ନାଇରେ ଓ ଅଷ୍ଟ୍ରେଲିଆକୁ ବେଙ୍ଗାଲୁରୁରେ ଭେଟିବ।

Advertisment

ଆଜି ମ୍ୟାଚସୂଚୀ ଜାରି ହେବା ପରେ ପିସିବି ଏହା ଉପରେ ପ୍ରତିକ୍ରିୟା ରଖିଛି। ଏଥିସହ ଭାରତ ଆସିବା ନିଷ୍ପତ୍ତି ପାକିସ୍ତାନ ସରକାରଙ୍କ ଅନୁମତି ଉପରେ ନିର୍ଭର କରୁଛି ବୋଲି କହିଛି।

ପିସିବିର ଜଣେ ଅଧିକାରୀ କହିଛନ୍ତି, “ବିଶ୍ୱକପରେ ଆମର ଅଂଶଗ୍ରହଣ ଓ ଅକ୍ଟୋବର ୧୫ରେ ଅହମଦାବାରେ ହେବାକୁ ଥିବା ମ୍ୟାଚ୍‌ କିମ୍ବା ମୁମ୍ବାଇ ସେମିଫାଇନାଲରା ଭାଗ ନେବା ଭଳି ସବୁ ପ୍ରସଙ୍ଗ ସରକାରଙ୍କ ଅନୁମତି ଉପରେ ନିର୍ଭର କରୁଛି। ଭାରତ ଯିବା ପାଇଁ ପାକିସ୍ତାନ ସରକାର ପିସିବିକୁ ଏଯାଏ କୌଣସି ଏନଓସି ଦେଇନାହାନ୍ତି।

ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ପିସିବି ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନେବ। ଆମେ ଆଇସିସିକୁ ସବୁ କଥା କହି ସାରିଛୁ। ଏବେ ସବୁ କିଛି ପାକିସ୍ତାନ ସରକାରଙ୍କ ଉପରେ ନିର୍ଭର କରୁଛି।”

ତେବେ ଆଇସିସି ୧୦୦% ବିଶ୍ୱାସ ରଖିଛି ଯେ ପାକିସ୍ତାନ ବିଶ୍ୱକପରେ ଭାଗ ନେବାକୁ ଭାରତ ଆସିବ। ଆଇସିସିର ଜଣେ ମୁଖପାତ୍ର କହିଛନ୍ତି, “ସବୁ ସଦସ୍ୟ ନିଜ ଦେଶର ଆଇନ ଓ ନିୟମରେ ବନ୍ଧା। ଆମେ ମଧ୍ୟ ଏହାକୁ ସମ୍ମାନ ଜଣାଉଛୁ। କିନ୍ତୁ ଆମେ ୧୦୦% ନିଶ୍ଚିତ ଯେ ପାକିସ୍ତାନ ବିଶ୍ୱକପ ଖେଳିବାକୁ ଭାରତ ଆସିବ।”

ପାକିସ୍ତାନ ୨୦୧୬ ଟି-୨୦ ବିଶ୍ୱକପ ଖେଳିବାକୁ ଶେଷଥର ପାଇଁ ଭାରତ ଆସିଥିଲା। ଦୁଇ ଦେଶ ମଧ୍ୟରେ ତିକ୍ତତା ରହିଥିବାରୁ କେବଳ ଆଇସିସି ଓ ଏସିଆ କପ ମ୍ୟାଚ୍‌ ପରସ୍ପରକୁ ଭେଟିଛନ୍ତି।

Pakistan Indian Cricket Team Cricket ICC Men’s Cricket World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe