Advertisment

Afghan Taliban Vs Pakistan: ଆଫଗାନ ଓହରିବା ସତ୍ତ୍ୱେ ଭାଙ୍ଗିନି ପାକିସ୍ତାନର ଅହଂକାର, ତ୍ରିପାକ୍ଷିକ ସିରିଜକୁ ନେଇ କଲା ଏମିତି ଦମ୍ଭୋକ୍ତି

ପିସିବିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ଯେ ସେମାନେ ତ୍ରିପାକ୍ଷିକ ସିରିଜ ପାଇଁ ଅନ୍ୟ କିଛି କ୍ରିକେଟ ବୋର୍ଡଗୁଡ଼ିକ ସହ ଆଲୋଚନା କରୁଛନ୍ତି। ଏହି ସିରିଜରେ ଶ୍ରୀଲଙ୍କା ହେଉଛି ତୃତୀୟ ଦେଶ।

Pak

ପାକିସ୍ତାନ

Advertisment

ଭାଙ୍ଗୁନି ପାକିସ୍ତାନର ଅହଂକାର। ତ୍ରିପାକ୍ଷିକ ଟି-୨୦ ସିରିଜକୁ ନେଇ ବଡ଼ ଦମ୍ଭୋକ୍ତି କରିଛି ପାକିସ୍ତାନ। ଆତଙ୍କୀସ୍ତାନର ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୁ ଏହି ଦେଶ ସହ କ୍ରିକେଟ ଖେଳିବାକୁ ମନା କରି ଦେଇଛି ଆଫଗାନିସ୍ତାନ। ତ୍ରିପାକ୍ଷିକ ଟି-୨୦ ସିରିଜରୁ ଆଫଗାନିସ୍ତାନ ଓହରି ଯାଇଛି।

Advertisment

ଆଫଗାନର ଏପରି ପଦକ୍ଷେପ ପରେ ପାକିସ୍ତାନରେ ହେବାକୁ ଥିବା ତ୍ରିପାକ୍ଷିକ ସିରିଜକୁ ନେଇ ଅନିଶ୍ଚିତତା ଦେଖାଯାଇଛି। ତଥାପି ପାକିସ୍ତାନ ତ୍ରିପାକ୍ଷିକ ସିରିଜ ଧାର୍ଯ୍ୟ ସୂଚୀ ଅନୁସାରେ ଲାହୋରରେ ଖେଳାଯିବ ବୋଲି ଦମ୍ଭୋକ୍ତି କରିଛି ପାକିସ୍ତାନ। 

ପଡ଼ୋଶୀ ଆଫଗାନିସ୍ତାନରେ ପାକିସ୍ତାନ(Pakistan)ରେ ନିୟମିତ ଆକ୍ରମଣ କରି ସାଧାରଣ ଲୋକ ଓ ଯୁବ କ୍ରିକେଟରଙ୍କୁ ହତ୍ୟା କରିବାରେ ଲାଗିଛି। ଶୁକ୍ରବାର ପାକିସ୍ତାନ ଏୟାର ଷ୍ଟ୍ରାଇକରେ ୩ ଯୁବ କ୍ରିକେଟରଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ପାକିସ୍ତାନର ଏପରି ବର୍ବରତା ପରେ ଆଫଗାନିସ୍ତାନ ଲାହୋରରେ ହେବାକୁ ଥିବା ତ୍ରି-ପାକ୍ଷିକ ଟି-୨୦ ସିରିଜରୁ ଓହରି ଯାଇଥିଲା। ତଥାପି ପାକିସ୍ତାନ କ୍ରିକେଟ ବୋର୍ଡ କହିଛି ଯେ ତ୍ରି-ପାକ୍ଷିକ ଟି-୨୦ ସିରିଜ ପୂର୍ବ ସୂଚୀ ଅନୁସାରେ ନଭେମ୍ବର ୧୭ରୁ ୨୯ ଯାଏ ଲାହୋରରେ ଖେଳଯିବ। 

Advertisment

ପିସିବିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ଯେ ସେମାନେ ତ୍ରିପାକ୍ଷିକ ସିରିଜ ପାଇଁ ଅନ୍ୟ କିଛି କ୍ରିକେଟ ବୋର୍ଡଗୁଡ଼ିକ ସହ ଆଲୋଚନା କରୁଛନ୍ତି। ଏହି ସିରିଜରେ ଶ୍ରୀଲଙ୍କା ହେଉଛି ତୃତୀୟ ଦେଶ। 

ଅଧିକାରୀ ଜଣଙ୍କ କହିଛନ୍ତି, “ଆଫଗାନିସ୍ତାନ ଓହରିବା ସତ୍ତ୍ୱେ ତ୍ରିପାକ୍ଷିକ ସିରିଜ ଧାର୍ଯ୍ୟ ସୂଚୀରେ ଅନୁଷ୍ଠିତ ହେବ। ଆମେ ଏବେ ବଦଳ ଦେଶକୁ ଦେଖୁଛୁ ଓ ଏହା ଚୂଡ଼ାନ୍ତ ହେବା ପରେ ସବୁ କିଛି ଘୋଷଣା କରାଯିବ। ତ୍ରିପାକ୍ଷିକ ସିରିଜରେ ତୃତୀୟ ଦେଶ ହେଉଛି ଶ୍ରୀଲଙ୍କା। ତେଣୁ ସିରିଜ ନଭେମ୍ବର ୧୭ରୁ ଆରମ୍ଭ ହେବ।”

ପାକଟିକା ପ୍ରଦେଶରେ ପାକିସ୍ତାନର ଏୟାର ଷ୍ଟ୍ରାଇକରେ ୩ ଜଣ ଯୁବ କ୍ରିକେଟରଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଜାତୀୟ ଟିମକୁ ପାକିସ୍ତାନ ପଠାଇବାକୁ ମନା କରିଦେଇଛି। ଏଥିଯୋଗୁ ପାକିସ୍ତାନରେ ଆୟୋଜନ ହେବାକୁ ଥିବା ତ୍ରିପାକ୍ଷିକ ସିରିଜ ଉପରେ କଳାବାଦଲ ଘୋଟେଇ ଆସିଛି। 

ତଥାପି ପାକିସ୍ତାନ ଆଫଗାନିସ୍ତାନ(Afghanistan Cricket) ବଦଳରେ କୌଣସି ଆସୋସିଏଟ ସଦସ୍ୟ ଟିମକୁ ନେଇ ତ୍ରିପାକ୍ଷିକ ସିରିଜ କରିପାରେ। ନେପାଳ କିମ୍ବା ୟୁଏଇ ଟିମ ପାକିସ୍ତାନ ଗସ୍ତ କରି ତ୍ରିପାକ୍ଷିକ ସିରିଜ ଖେଳି ପାରନ୍ତି। ଏହି ସିରିଜ ନଭେମ୍ବର ୧୭ରୁ ୨୯ ଯାଏ ଚାଲିବ। ଏହାପୂର୍ବରୁ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ନଭେମ୍ବର ୧୧ରୁ ୧୫ ଯାଏ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଅନୁଷ୍ଠିତ ହେବ।

Pakistan Afghanistan Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe