Advertisment

ଚାମ୍ପିୟନ୍ସ ଟ୍ରଫି ଉପରେ ଆଉ ଏକ ବଡ଼ ପଦକ୍ଷେପ ନେଲା ପାକିସ୍ତାନ

ପିସିବିର ମୁଖ୍ୟ ଅପରେଟିଂ ଅଫିସର ସୁମୈର ଅହମଦ ସୟିଦଙ୍କୁ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି।

PCB

PCB

Advertisment

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଆୟୋଜନକୁ ନେଇ ଅନିଶ୍ଚିତତା ଜାରି ରହିଛି। ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନ ଆୟୋଜନ କରୁଥିବା ବେଳେ ଭାରତ ଇସଲାମାବାଦ ଯିବାକୁ ରୋକଠୋକ ମନା କରିଦେଇଛି। ଏହାକୁ ନେଇ ଆଶା ଆଶଙ୍କା ଲାଗି ରହିଥିବା ବେଳେ ଟୁର୍ଣ୍ଣାମେଣ୍ଟକୁ ନେଇ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ ବା ପିସିବି।

Advertisment

ଆଜି ପିସିବି ପକ୍ଷରୁ ଜାରି ପ୍ରେସ ରିଲିଜରେ ପିସିବିର ମୁଖ୍ୟ ଅପରେଟିଂ ଅଫିସର ସୁମୈର ଅହମଦ ସୟିଦଙ୍କୁ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିବା ସୂଚନା ଦିଆଯାଇଛି। ଅର୍ଥାତ ସେ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିବେ। 

ସମାନ ରିଲିଜରେ ପାକିସ୍ତାନ କ୍ରିକେଟ ବୋର୍ଡ ପୁଣିଥରେ ପୂରା ଟୁର୍ଣ୍ଣାମେଣ୍ଟ ନିଜ ଦେଶରେ ହିଁ କରାଯିବ ବୋଲି ଦୋହରାଇଛି। ବିସିସିଆଇ ଟୁର୍ଣ୍ଣାମେଣ୍ଟକୁ ହାଇବ୍ରିଡ ମଡେଲରେ କରିବାକୁ ପ୍ରସ୍ତାବ ଦେଇଥିବା କୁହାଯାଉଥିଲେ ହେଁ ପାକିସ୍ତାନ ନିଜ ନିଜରେ ଅଟଳ ରହିଛି।

Advertisment

ନିକଟରେ ପିସିବି ପକ୍ଷରୁ ଆଇସିସିକୁ କୁହାଯାଇଛି ଯେ କୌଣସି ବି ପରିସ୍ଥିତିରେ ଚାମ୍ପିୟନ୍ସ ଟ୍ରଫି ବାହାରକୁ ଯାଇ ପାରିବ ନାହିଁ। ପାକିସ୍ତାନ ସରକାର ମଧ୍ୟ ଏହି ନିଷ୍ପତ୍ତିରେ ଏକମତ ରହିଛନ୍ତି।

ତେବେ ପିସିବିର ଏପରି ଜିଦ ଆଇସିସିକୁ ଅଡ଼ୁଆ ପରିସ୍ଥିତିରେ ପକାଇ ଦେଇଛି। ଆଇସିସି ଭଲ ଭାବେ ଜାଣିଛି ଯେ ଭାରତ ବିନା ଚାମ୍ପିୟନ୍ସ ଟ୍ରଫିର ମୂଲ୍ୟ କିଛି ବି ରହିବ ନାହିଁ। ତେଣୁ ଆଇସିସି ହାଇବ୍ରିଡ ମଡେଲକୁ ନେଇ ପିସିବି ସହ ଆଲୋଚନା ଜାରି ରଖିଥିବା ଜଣାପଡ଼ିଛି।

ପାକିସ୍ତାନ ଏବେ ସୁମୈରଙ୍କୁ ନିଯୁକ୍ତି ଦେଇ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ପିସିବି କୌଣସି ପରିସ୍ଥିତିରେ ହାଇବ୍ରିଡ ମଡେଲ ଆପଣାଇବ ନାହିଁ।

PCB Champions Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe