Advertisment

ଚାମ୍ପିୟନ୍ସ ଟ୍ରଫି: ବିସିସିଆଇ ଠାରୁ ଲିଖିତ ପ୍ରମାଣ ଚାହୁଁଛି ପାକିସ୍ତାନ

୨୦୨୩ ଦିନିକିଆ ଏସିଆ କପ ମଧ୍ୟ ପାକିସ୍ତାନ ଆୟୋଜନ କରିଥିଲା। ହେଲେ ଭାରତ ହାଇବ୍ରିଡ ମଡେଲ ଅନୁସାରେ ସମସ୍ତ ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳିଥିଲା

India

India

Advertisment

ଆସନ୍ତା ବର୍ଷ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବାକୁ ଯାଉଛି। ଭାରତୀୟ ଟିମ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନ ଯିବ ନାହିଁ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି।

Advertisment

ପାକିସ୍ତାନରେ ଖେଳିବାକୁ ଯିବା ପାଇଁ ହେଲେ ସରକାରଙ୍କ ଅନୁମତି ଆବଶ୍ୟକ। ସରକାର ଅନୁମତି ଦେବା ସପକ୍ଷରେ ନଥିବା ମଧ୍ୟ କୁହାଯାଉଛି। ଏ ସମ୍ପର୍କରେ ବିସିସିଆଇ ଆସନ୍ତା ୧୯ରେ ହେବାକୁ ଥିବା ଆଇସିସି ବୋର୍ଡ ବୈଠକରେ ଅବଗତ କରାଇବ।

କିନ୍ତୁ ଏସବୁ ଭିତରେ ପାକିସ୍ତାନ କ୍ରିକେଟ ବୋର୍ଡ ବିସିସିଆଇ ଠାରୁ ଲିଖିତ ପ୍ରମାଣ ଚାହୁଁଥିବା ଜଣାପଡ଼ିଛି। ପିସିସି ସୂତ୍ରରୁ ଜଣାପଡ଼ିଛି ଯେ ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଟିମକୁ ସେଠାକାର ସରକାର ପାକିସ୍ତାନ ଗସ୍ତ ପାଇଁ ଅନୁମତି ଦେଉ ନଥିବା କୁହାଯାଉଛି।

Advertisment

ଯଦି ଏକଥା ବିସିସିଆଇ ପକ୍ଷରୁ ଆଇସିସିକୁ ଅବଗତ କରାଯିବ, ତା’ହେଲେ ପିସିବି ନିଶ୍ଚିତ ଭାବେ ଲିଖିତ ପ୍ରମାଣ ମାଗିବ। ଭାରତ ସରକାର କେଉଁ ସୁରକ୍ଷା କାରଣରୁ ଟିମକୁ ପାକିସ୍ତାନକୁ ପଠାଇବାକୁ ଚାହୁଁ ନାହାନ୍ତି, ସେକଥା ଲଖିତ ଭାବେ ବିସିସିଆଇକୁ ଦେବାକୁ ପଡ଼ିବ।

କାରଣ ଏହାପରେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସୁରକ୍ଷା ସମ୍ପର୍କିତ ସମସ୍ୟାର ସମାଧାନ କରାଯିବ। ଚାମ୍ପିୟନ୍ସ ଟ୍ରଡ଼ି ଫେବୃଆରୀ-ମାର୍ଚ୍ଚରେ ଅନୁଷ୍ଠିତ ହେବ। କେବଳ ସୁରକ୍ଷାର କଥା କହି ବିସିସିଆଇ ନିଜ ମୁଣ୍ଡରୁ ଦୋଷ ଛଡ଼ାଇ ପାରିବ ନାହିଁ।

ଭାରତ ସରକାର କେଉଁ କାରଣ ପାଇଁ ଅନୁମତି ଦେଉନାହାନ୍ତି, ସେକଥା ମଧ୍ୟ ବିସିସିଆଇକୁ କହିବାକୁ ପଡ଼ିବ ବୋଲି ପିସିବି ପକ୍ଷରୁ ଆଇସିସି ବୈଠକରେ ଉଠାଯିବ ବୋଲି ଜଣାପଡ଼ିଛି।

ଭାରତ ଆଇସିସି ବୈଠକରେ ହାଇବ୍ରିଡ ମଡେଲ କଥା ଉଠାଇ ୟୁଏଇରେ ମ୍ୟାଚ୍‌ ଖେଳିବାକୁ ଦାବି କରିପାରେ। ଏପରି ହେଲେ ଆଇସିସି ମ୍ୟାଚ୍‌ ପାଇଁ ଅତିରକ୍ତ ପାଣ୍ଠି ମଧ୍ୟ ଯୋଗାଦେବ।

ପିସିବିର ଜଣେ ଅଧିକାରୀ କହିଛନ୍ତି, “ଯଦି ଭାରତ ସରକାର ଗସ୍ତ ପାଇଁ ଅନୁମତି ଦେଉନାହାନ୍ତି, ତା’ହେଲେ ଏକଥା ଲିଖିତ ଭାବେ ଦିଅନ୍ତୁ। ବିସିସିଆଇ ବାଧ୍ୟତାମୂଳକ ଭାବେ ଏବେ ଠାରୁ ଉକ୍ତ ଚିଠିକୁ ଆଇସିସିକୁ ଦେଉ।

ଆମେ ଚାହୁଁଛୁ ଯେ ପାକିସ୍ତାନ ଗସ୍ତ ସମ୍ପର୍କରେ ବିସିସିଆଇ ଲିଖିତ ଭାବେ ୫ରୁ ୬ ମାସ ପୂର୍ବରୁ ଲିଖିତ ଭାବେ ଆଇସିସିକୁ ଦେଉ। ଏହାଦ୍ୱାରା ଆମେ ପରବର୍ତ୍ତୀ ପଦକ୍ଷେପ ନେଇ ପାରିବୁ।”

୨୦୨୩ ଦିନିକିଆ ଏସିଆ କପ ମଧ୍ୟ ପାକିସ୍ତାନ ଆୟୋଜନ କରିଥିଲା। ହେଲେ ଭାରତ ହାଇବ୍ରିଡ ମଡେଲ ଅନୁସାରେ ସମସ୍ତ ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳିଥିଲା ଏବେ ମଧ୍ୟ ବିସିସିଆଇ ଚାମ୍ପିୟନ୍ସ ଟ୍ରଫିରେ ସମାନ ନୀତି ଆପଣାଇବା ଲକ୍ଷ୍ୟରେ ରହିଛି। ।

Pakistan India ICC Champions Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe